ହିନ୍ଦୁ ଧର୍ମରେ ବିଶ୍ୱକର୍ମା ପୂଜାର ମହତ୍ତ୍ୱ ଖୁବ ଗୁରୁତ୍ତ୍ୱପୂର୍ଣ୍ଣ I ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ସପ୍ତମ ପୁତ୍ର ହେଉଛନ୍ତି ଦେବ ଶିଳ୍ପୀ ଭଗବାନ ବିଶ୍ୱକର୍ମା I ବିଶ୍ୱକର୍ମା ପୂଜା ପ୍ରତିବର୍ଷ କନ୍ୟା ସଂକ୍ରାନ୍ତି ରେ ପାଳନ କରାଯାଏ I ଚଳିତ ବର୍ଷ ସେପ୍ଟେମ୍ବର ୧୭ତାରିଖ ଶନିବାର ଦିନ ଏହି ଉତ୍ସବ ପାଳନ କରାଯିବ I ବ୍ରହ୍ମା ଯେତେବେଳେ ବ୍ରହ୍ମାଣ୍ଡ ସୃଷ୍ଟି କଲେ ,ଏହାକୁ ସୁନ୍ଦର ଭାବରେ ସଜାଇଥିଲେ ବିଶ୍ୱକର୍ମା I ବିଶ୍ୱକର୍ମାଙ୍କୁ ଦେବଶିଳ୍ପୀ ଏଥିପାଇଁ କୁହାଯାଇଥାଏ କି ସେ ଦେବତା ମାନଙ୍କର ପ୍ରାସାଦ,ଯାନ ବାହନ,ଏବଂ ଦେବୀ ମାନଙ୍କର ଅସ୍ତ୍ର ନିର୍ମାଣ କରିଥାନ୍ତି । ଏପରିକି ସେ ରାବଣର ସୁବର୍ଣ୍ଣ ଲଙ୍କା ମଧ୍ୟ ତିଆରି କରିଥିଲେ। ସେହିଭଳି ଭଗବାନ ବିଶ୍ୱକର୍ମା ଇନ୍ଦ୍ରପୁରୀ, ୟମପୁରୀ, ବରୁଣ ପୁରୀ, କୁବେରପୁରୀ, ପାଣ୍ଡବପୁରୀ, ସୁଦାମପୁରୀ, ଶିବପୁରୀ ନିର୍ମାଣ କରିଥିଲେ। ସେ ବ୍ରହ୍ମାଙ୍କ କୁଣ୍ଡଳ,ଭଗବାନ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର, ଭଗବାନ ଶିବଙ୍କ ତ୍ରିଶୂଳ ଏବଂ ଯମରାଜଙ୍କ କାଳଦଣ୍ଡ ଓ ପୁଷ୍ପକ ବିମାନ ମଧ୍ୟ ତିଆରି କରିଥିଲେ। ଗୃହସ୍ଥ ମନନଙ୍କ ସହିତ ବ୍ୟବସାୟୀ ମାନେ ମଧ୍ୟ ବିଶ୍ୱକର୍ମାଙ୍କ ପୂଜା ବହୁ ଆଡମ୍ବରରେ କରିଥାନ୍ତି I ବିଶେଷ କରି ବ୍ୟବସାୟୀ ମାନେ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିଥାନ୍ତି I ଏହି ଦିନ ବଡ଼ ବଡ଼ କାରଖାନା ସହିତ ଅନେକ ବଡ଼ ପ୍ରତିଷ୍ଠାନରେ ଗୁଡିକରେ ଦେବଶିଳ୍ପୀଙ୍କୁ ପୂଜା କରାଯାଇଥାଏ I ବ୍ୟବସାୟରେ ଉନ୍ନତି ପାଇଁ ବିଶ୍ୱକର୍ମା ପୂଜାରେ ତାଙ୍କୁ କେଉଁଭଳି ଆରାଧନା କରିବା ଆସନ୍ତୁ ଜାଣିବା :
ବିଶ୍ୱକର୍ମାଙ୍କୁ ପ୍ରଥମ ସ୍ଥପତି, କାରିଗର ଏବଂ ଇଞ୍ଜିନିୟର ଭାବରେ ବିବେଚନା କରାଯାଏ। ତେଣୁ ଲୋକମାନେ ଏହି ଦିନ ନିଜ ଘରେ ଓ କାରଖାନାରେ ସ୍ଥାପିତ ଉପକରଣ ଏବଂ ଯନ୍ତ୍ର ପାତି ଗୁଡିକୁ ପୂଜା କରିଥାନ୍ତି I ଏହି ଦିନ ଯାନବାହାନ ମଧ୍ୟ ପୂଜା କରାଯାଏ I ବିଶ୍ୱାସ କରାଯାଏ ଯେଉଁମାନେ ବିଶ୍ୱକର୍ମା ପୂଜା ଦିନ ନିୟମ ଅନୁଯାୟୀ ପୂଜା କରନ୍ତି, ସେମାନଙ୍କ ଗାଡି,ଯନ୍ତ୍ରପାତି ଏବଂ କଳକବ୍ଜା ବର୍ଷସାରା କ୍ଷତି ହୁଏ ନାହିଁ I ସେଥିପାଇଁ ଲୁହା କଳକବ୍ଜା ,ଗାଡି ସୋରୁମ ,ବଡ଼ ବଡ଼ କାରଖାନା,ପ୍ରତିଷ୍ଠାନ ଗୁଡିକରେ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଖୁବ ଧୂମଧାମରେ କରାଯାଏ I
ଏହିବର୍ଷ ବିଶ୍ୱକର୍ମା ପୂଜାରେ ପାଞ୍ଚଟି ଶୁଭ ଯୋଗ ଗଠନ ହେଉଛି । ସେପ୍ଟେମ୍ବର ୧୭ ରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଏହି ଯୋଗ ବୃଦ୍ଧି ପାଇବ। ଏହା ସହିତ ସୂର୍ଯ୍ୟୋଦୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଅମୃତ ସିଦ୍ଧ ଯୋଗ, ରବି ଯୋଗ ଏବଂ ସର୍ବାର୍ଥ ସିଦ୍ଧ ଯୋଗ ଗଠନ ହେଉଛି । ଅପରାହ୍ନ ପରେ ଦ୍ୱିପୁଷ୍କର ଯୋଗ ରହିଛି । ତେଣୁ ଏହି ଶୁଭ ସମୟରେ ପୂଜା କଲେ ବିଶେଷ ଲାଭ ମିଳିଥାଏ I ପୂଜା ସମୟରେ କିଛି ବିଶେଷ ଜିନିଷର ଯତ୍ନ ନେବା ଉଚିତ୍ I
ଆସନ୍ତାକାଲି କାରଖାନା, ମେସିନ୍, ଗାଡି ଏବଂ ଭଗବାନ ବିଶ୍ୱକର୍ମାଙ୍କୁ ପୂଜା ପାଇଁ ଶୁଭ ସମୟ ସକାଳ ୦୭ :୩୫ ରୁ ସକାଳ ୦୯ .୩୫ ପର୍ଯ୍ୟନ୍ତ ରହୁଛି । ଏହା ପରେ, ଦ୍ୱିତୀୟ ମୁହୂର୍ତ୍ତ ଦିନ ୦୧ .୪୫ ରୁ ୦୩ .୨୦ ପର୍ଯ୍ୟନ୍ତ ରହିବ I ସେହିପରି ତୃତୀୟ ମୁହୂର୍ତା ଅପରାହ୍ନ ୦୩ :୨୦ ରୁ ୦୪ :୫୩ ମଧ୍ୟରେ ରହିବ I
ପୂଜାବିଧି
ବିଶ୍ୱକର୍ମାପୂଜା ପୂର୍ବଦିନ ବ୍ୟବସାୟ ପ୍ରତିଷ୍ଠାନ ତଥା ଘରେ ଥିବା ଯନ୍ତ୍ରପାତି ଓ ଗାଡି ଗୁଡିକୁ ଧୁଆ ଧୋଇ କରି ସଫା କରିଦିଅନ୍ତୁ I ପୂଜାଦିନ ଘରେ ଅଷ୍ଟଦଳ ରଙ୍ଗୋଲି ଆଂକନ୍ତୁ I ଏଥିରେ ୭ ପ୍ରକାରର ଶସ୍ୟ ରଖନ୍ତୁ, ତା’ପରେ ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା କିମ୍ବା ଫଟୋ ରଖି ଧୂପ ,ଦୀପ,ଫୁଲ,ନୈବେଦ୍ୟ ଦେଇ ବ୍ରାହ୍ମଣଙ୍କ ଦ୍ୱାରା ପୂଜା କରାନ୍ତୁ I ଏହା ପରେ, ଘରେ ଥିବା ସମସ୍ତ ହାତ ହତିଆର, ଉପକରଣରେ ତିଲକ ଏବଂ ଅକ୍ଷତ ପ୍ରୟୋଗ କରନ୍ତୁ, ତା’ପରେ ଫୁଲ ଦିଅନ୍ତୁ I ଏହାପରେ ଭଗବାନ ବିଶ୍ୱକର୍ମାଙ୍କୁ ନୈବେଦ୍ୟ ଅର୍ପଣ କରନ୍ତୁ I ସର୍ବଶେଷରେ ରେ ବିଶ୍ୱକର୍ମାଙ୍କ ଆରତୀ କରି ଏବଂ ପ୍ରସାଦ ବଣ୍ଟନ କରନ୍ତୁ I
Comments are closed.