ପୁନେ: ସେପ୍ଟେମ୍ବର ୧୦: ଆଜି ମହା ଗଣେଶ ଚତୁର୍ଥୀ ଉପଲକ୍ଷେ ସମଗ୍ର ଭାରତରେ ଶ୍ରୀଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଉଛି । କରୋନା ନିୟମକୁ ମାନି କେତେକ ରାଜ୍ୟରେ ଗଣେଶ ପୂଜା ଚାଲୁଥିଲା ବେଳେ ଆଉ କେତେକ ରାଜ୍ୟରେ ପୂଜାକୁ କଡ଼ାକଡ଼ି କରାଯାଇଛି । କେରଳ, ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ଆଶଙ୍କା ଅଧିକ ଥିବାରୁ ସେଠାରେ ପୂଜାର ନିୟମକୁ କଡ଼ାକଡ଼ି କରାଯାଇଛି ଏବଂ ଭକ୍ତଙ୍କୁ ପୂଜା ପେଣ୍ଡାଲ ବାରଣ କରାଯାଇଛି । ସେହିପରି ମୁମ୍ବାଇରେ ୧୪୪ ଧାରା ଲାଗୁ କରାଯାଇଛି । ଏହାରି ମଧ୍ୟରେ ପୁଣେ ସ୍ଥିତ ଦଗ୍ଡ଼ୁସେଠ୍ ହଲୱାଇ ଗଣପତି ମନ୍ଦିରର ଚିତ୍ର ସାମ୍ନାକୁ ଆସିଛି । ବହୁ ଖର୍ଚ୍ଚ କରାଯାଇ ମନ୍ଦିରକୁ ସଜାଯିବା ସହିତ ଭବ୍ୟ ମିଷ୍ଠାନ ଭୋଗ କରାଯାଇଛି । ଜଣେ ଭକ୍ତ ଠାକୁରଙ୍କୁ ୫ କେଜି ଓଜନର ସୁନା ମୁକୁଟ ପିନ୍ଧାଇଛନ୍ତି । ଯାହାର ମୂଲ୍ୟ ୬ କୋଟି ଟଙ୍କା ରହିଛି ବୋଲି ଖବର ମିଳିଛି । ଯାହାର ଫଟୋ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।
Comments are closed.