ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ଅସ୍ତ୍ରବିରତି ପ୍ରସଙ୍ଗ। ଆଜି ଦୁଇ ଦେଶର ମିଲିଟାରୀ ଅପରେସନ୍ସ ମହାନିର୍ଦ୍ଦେଶକ ସ୍ତରୀୟ ବା ଡଗମ (Director General Military operation)ସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ । ଯୁଦ୍ଧ ସ୍ଥିତି ଏବଂ ସିଜ୍ ଫାୟାର ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି। ଡିରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ ରାଜୀବ ଘାଇ ପାକିସ୍ତାନ ପ୍ରତିପକ୍ଷ କାସିଫ ଅବଦୁଲ୍ଲାଙ୍କ ସହିତ ଆଲୋଚନା କରିବେ।
ଗତ ୧୦ ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହେବା ପରେ ସେହି ଦିନ ସନ୍ଧ୍ୟା ୫ଟାରୁ ଏହା କାର୍ଯ୍ୟକାରୀ ହୋଇଥିଲା। ଏହି କଥାବାର୍ତ୍ତା ନେଇ ଘୋଷଣା କରିଥିଲେ ବିଦେଶ ସଚିବ ବିକ୍ରମ ମିସ୍ରି। ଦୁଇ ଦେଶର ସାମରିକ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା, ଆକ୍ରମଣ, ପ୍ରତିଆକ୍ରମଣ ଅଧିକ ହେବା ପରେ ବିଶେଷ କରି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ଏହା ପ୍ରଶମିତ ହୋଇଥିଲା।
ସୂଚନାନୁସାରେ,ଏପ୍ରିଲ ୨୨ ପହଲଗାମ ହମଲା ପରେ ପ୍ରତିଶୋଧ ନେବା ଲାଗି ଭାରତ ଗତ ମେ ୭ରେ ଅପରସେନ ସିନ୍ଦୂର ଆରମ୍ଭ କରିଥିଲା । ଦୁଇ ଦେଶ ମଧ୍ୟରେ ଉତ୍ତେଜନା, ଆକ୍ରମଣ, ପ୍ରତିଆକ୍ରମଣ ଅଧିକ ହେବା ପରେ ବିଶେଷ କରି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ଏହା ପ୍ରଶମିତ ହୋଇଥିଲା। ଏଥିରେ ପ୍ରଥମେ୯ ଆତଙ୍କୀ ଆଡ୍ଡାରେ ୧୦୦ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ପାକିସ୍ତାନ ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ୩୫ରୁ ୪୦ ପାକ୍ ସୈନ୍ୟ ତଥା ସାମରିକ ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା।