ଧାମନଗର ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେଡି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜେଡି ତାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୮ ମନ୍ତ୍ରୀ, ୪ ସାଂସଦ ଓ ୪ ଅଭିନେତା ଥିବା ଜଣାଯାଇଛି । ଏହାଛଡ଼ା କେତେକ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କୁ ବି ଏଥିରେ ସ୍ଥାନ ଦିଆଯାଇଛି । ଏମାନେ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିବେ ।

ଧାମନଗର ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେଡି

ତାଲିକାରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ଭିତରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରୀତିରଞ୍ଜନ ଘଡ଼ାଇ, ଅଶ୍ୱିନୀ ପାତ୍ର ଓ ରାଜେନ୍ଦ୍ର ୋଲକିଆଙ୍କ ନାଆଁ ରହିଛି । ସେହିପରି ୪ ସାଂସଦମାନଙ୍କ ମଧ୍ୟରେ ମୁନ୍ନା ଖାଁ, ସୁଲତା ଦେଓ, ଶର୍ମିଷ୍ଠା ସେଠୀ ଓ ମଞ୍ଜୁଲତା ମଣ୍ଡଳ ରହିଛନ୍ତି ।

ଅନ୍ୟପକ୍ଷରେ, ବିଜେଡିର ଛାତ୍ର ସଂଗଠନ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ଯୁବ ମୋର୍ଚ୍ଚାର, ସଭାପତି ବ୍ୟୋମକେଶ ରାୟ ଓ ଓ ମହିଳା ମୋର୍ଚ୍ଚା ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ମଧ୍‌ୟ ତାଲିକାରେ ରହିଛି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଶ୍ରୀମୟୀ ମିଶ୍ର, ଆକାଶ ଦାସ ନାୟକ, ସତ୍ୟବ୍ରତ ତ୍ରିପାଠୀ, ଏଲିନା ଦାସ ଓ ଅରିନ୍ଦମ ରାୟଙ୍କ ସମେତ ୪୦ ଜଣଙ୍କ ନାମ ତାଲିକାରେ ରହିଛି ।

ସୂଚନା ଥାଉଯେ, ଗତକାଲି ଧାମନଗର ଉପନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲାବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚର ତାରିଖ । ପ୍ରାର୍ଥୀପତ୍ର ଯାଞ୍ଚର କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ନଜରରେ ରଖି ଧାମନଗରରେ ତିନି ମୁଖ୍ୟ ଦଳଙ୍କ ସହିତ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପ୍ରଚାରରେ ଜୋର୍‌ଦାର ଲାଗିପଡ଼ିଛନ୍ତି ।

Comments are closed.