ପୁରୀ: ଜୁନ ୦୪: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଓ ବ୍ରଜରାଜନଗର ଉପନିର୍ବାଚନ ବାବଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ତର୍ଜମା କରାଯିବା ସହ ଶ୍ରୀମନ୍ଦିରର ଶ୍ରୀବୃଦ୍ଧି ପାଇଁ ସର୍ବସମ୍ମତି କ୍ରମେ ସବୁକିଛି କାର୍ଯ୍ୟ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ହଜାର ବର୍ଷର ଶ୍ରୀମନ୍ଦିର ଐତିହ୍ୟ କିଭଳି ସୁରକ୍ଷିତ ରହିବ ସେ ନେଇ ଏହି ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ବୋଲି ଦର୍ଶନ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି । ସେପଟେ ବ୍ରଜରାଜନଗର ଉପନିର୍ବାଚନର ଫଳାପଳକୁ ନେଇ ମଧ୍ୟ ମତ ରଖିଛନ୍ତି । ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ୨୦୧୯ ପରଠାରୁ ସାଙ୍ଗଠନିକ ସ୍ଥିତି ଦୁର୍ବଳ ହୋଇଯାଇଛି । ଫଳାଫଳକୁ ନେଇ ତର୍ଜମା କରାଯିବା ସହ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା କିଭଳି ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ନେଇ ଦଳ କାର୍ଯ୍ୟ କରିବ । ସଂଗଠନକୁ ଆହୁରି ମଜବୁତ କରାଯିବ ବୋଲି ସେ କହିଛନ୍ତି ।
Comments are closed.