କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିରେ ଲାଗିଛି । ଏଥିରେ ୪ ଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ ୨୦ରୁ ଊର୍ଦ୍ଧ୍ୱ କାଶୀପୁର, ଟିକିରି ସମେତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଗୁରୁବାର ରାତିରେ ଟିକିରି ଝଡ଼ିଆ ସାହିରେ ୩ ଜଣଙ୍କ ମୃତୁ୍ୟ ପରେ ସେଠାରେ ଭୟର ବାତାବରଣ ଖେଳି ଯାଇଛିଳ । ଗୁରୁବାର ରାତିରେ ଝାଡ଼ାବାନ୍ତିରେ ମୃତୁ୍ୟ ହୋଇଥିବା ଆକ୍ରାନ୍ତ ହେଲେ ଟିକିରି ଝୋଡ଼ିଆ ସାହିର ସରୋଜନୀ ଝୋଡିଆ (୨୫), ରଜନୀ ଝୋଡ଼ିଆ(୧୨) ଓ ଅଞ୍ଜ ଝୋଡିଆ (୨୨) ।
ସେହିପରି ଗତ ସପ୍ତାହ ମଧ୍ୟରେ ବ୍ଲକରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୬ ଜଣଙ୍କ ଜୀବନ ଗଲାଣି । କାଶୀପୁର ବ୍ଳକ ଡୁଡୁକାବାହଲ ପଞ୍ଚାୟତ ସଦରରେ ସବିତା ନାୟକ ନାମକ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସେଠାରେ ଆଉ ୫ଜଣ ଆକ୍ରାନ୍ତ ଅଛନ୍ତି । ଶଙ୍କରଡ଼ା ପଞ୍ଚାୟତର ଗୋରିଘାଟି ଗ୍ରାମରେ ୪ଜଣ , ମାଇକଞ୍ଚ ପଞ୍ଚାୟତର କାକିରିପଦର ଗ୍ରାମର ଦୁଇଜଣ ଓ ଟିକିରି ସ୍ଥିତ ବନ୍ଧସାହିର ଜଣେ ଏପରି ୧୨ରୁ ଅଧିକ ଗୁରୁତର ଆକ୍ରାନ୍ତ କାଶୀପୁର ଓ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।
ଏନେଇ ରାୟଗଡ଼ା ସିଡିଏମଓ ଅବଗତ ନାହାନ୍ତି । ସେ ଭୁବନେଶ୍ୱରରୁ ଆଜି ଫେରି ସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ।
Comments are closed.