ଆଲୋକର ପର୍ବ ଦୀପାବଳି

ଆଲୋକର ପର୍ବ ଦୀପାବଳି ଆସେ
ହସେ ଏ ମରତ ଭୁଇଁ
ଦୀପାବଳି ଆଲୋକେ ଘର ଦ୍ୱାର ହସେ
କାକର ପେଟା ପଡ଼ଇ । ।
ପିଲାଠାରୁ ବଡ଼ ସଭିଏଁ ଫୁଟାନ୍ତି
ଜାତି ଜାତି ବାଣ ଶୀତେ
ଏଇ ଦିନେ ସର୍ବେ ଆନନ୍ଦେ ବିତାନ୍ତି
ପିଠାପଣା ହୁଏ କେତେ । ।
ପୂଜା ପୀଠେ ବାଜେ ଶଙ୍ଖ ସାହାନଇ
ମାଆ କାଳୀ ପୂଜା ପାଇଁ
ମାଆଙ୍କ ଆଶିଷେ ସୁଖ ଆସେ ଧାଇଁ
ଆନନ୍ଦର ସୀମା ନାହିଁ । ।
ବଡ଼ବଡ଼ୁଆଙ୍କୁ ଶ୍ରାଦ୍ଧ ଦିଆଯାଏ
ନାନା ଭୋଗରାଗ ହୁଏ
କାଉଁରିଆ କାଠି ପରା ଜଳାଯାଏ
ମନେ ଶାନ୍ତି ଆସିଥାଏ । ।
ଅନେକ ଯାଅନ୍ତି ଶ୍ରୀକ୍ଷେତ୍ରକୁ ଧାଇଁ
ଶ୍ରାଦ୍ଧ ପକାଇବା ପାଇଁ
କାଳିଆଙ୍କ ଦରଶନ ସାରି ଦେଇ
ଫେରନ୍ତି ଖୁସି ହୋଇ । ।
ଦୀପାବଳୀ ପର୍ବ ସ୍ମୃତି ପାଲଟଇ
ଏହା ଅଭୁଲା ଅଟଇ
ଏହା ବହୁ ସୁଖ ଶାନ୍ତି ବଣ୍ଟିଦେଇ
ଯାଏ ବରଷକ ପାଇଁ । ।

ଡା. ଚାଇନା ପ୍ରଧାନ, ଅଧ୍ୟକ୍ଷ, ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ନାଉଗାଁ ହାଟ, ଗଜତସିଂହପୁର-୧୩
ମୋ-୯୪୩୮୬୧୬୬୭୭

Comments are closed.