ଦେଶରେ କରୋନା ବଢ଼ୁଛି, ଏବେଠୁ ସତର୍କ ରହିବା ଭଲ, ନୂଆ ଭାରିଆଣ୍ଟ ପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: ଅକ୍ଟୋବର ୨୭ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଏବେଠାରୁ ଦୃଷ୍ଟିରେ ରଖି ରାଜ୍ୟବାସୀ ସତର୍କ ରହିବା ଜରୁରୀ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି । ଏହାସହିତ ସେ ରାଜ୍ୟର କରୋନା କଟକଣା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କହିଛନ୍ତି ।
ସେହିପରି ବିଦେଶରୁ ଫେରିବା ପରେ ସଙ୍ଗରୋଧ ନିୟମ ଏବେ ବି ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଉଦବେଗଜନକ ଭାବରେ ସଂକ୍ରମଣ ପୂର୍ବ ନିୟମ ହୁଏତ ଫେରିପାରେ ।
ଏଣେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ଦେଶରେ ଦେଖାଯାଉଥିବା ନୂଆ ଭାରିଆଣ୍ଟ ପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ଏବେ ନାହିଁ । ଏଣ୍ଡେମିକ ସମୟକୁ ଫେରିବାକୁ ହେଲେ ମୃତୁ୍ୟସଂଖ୍ୟା ସମ୍ପୂର୍ଣ୍ଣ କମିବା ଦରକାର । ଥାର୍ଡ େୱଭ ଆସିଲେ ମୁକାବିଲା ପୂର୍ବ ଅପେକ୍ଷା ଜୋରଦାର ହେବ । ରୋଗ ପରିଚାଳନାରେ ଆମେ ଅଭିଜ୍ଞତା ପାଇଗଲେଣି । ରାଜ୍ୟରେ ଏବେ ବି ସାଢ଼େ ଚାରି ହଜାର ଲୋକ ସକ୍ରିୟ ଅଛନ୍ତି । ତେଣୁ ନିୟମିତ ଲକ୍ଷଣ ଆସିଲେ କିମ୍ବା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଲେ, ଲୋକଙ୍କ ଯୋଗାଯୋଗରେ ଅଧିକ ଆସିଲେ ଟେଷ୍ଟ କରାଇନେବା ଜରୁରୀ । ଥାର୍ଡ େୱଭ କଥା ଜାଣିବା ପାଇଁ ହେଲେ ଆମେ ଟାର୍ଗେଟ ଟେଷ୍ଟିଂ ବଜାୟ ରଖିବୁ ପ୍ରକାଶ କରିଛନ୍ତି ।
Comments are closed.