ଶୋଇବା ସମୟରେ କରନ୍ତୁନି ଏହିି ଭୁଲ୍‌

ନିଜକୁ ତଥା ନିଜ ଘରକୁ ବାସ୍ତୁ ଅନୁଯାୟୀ ବ୍ୟବସ୍ଥିତ କରି ରଖିଲେ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ପ୍ରତି ଘରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ରହିଥାଏ । ସକାରାତ୍ମକ ଶକ୍ତିରୁ ଘରେ ସୁଖଶାନ୍ତି ବିରାଜମାନ କରିଥାଏ । କି;ୁ ନକାରାତ୍ମକ ଶକ୍ତି ଯୋଗୁ ନାନା ସମସ୍ୟା ସହିତ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ତେବେ କେବଳ ସକାଳୁ ରାତି ପର୍ଯ୍ୟନ୍ତ ଆମେ କରୁଥିବା ବିଭିନ୍ନ କାର୍ଯ୍ୟକଳାପ ନୁହେଁ, ଶୋଇବା ସମୟରେ ମଧ୍ୟ ଆମେ ଅଜାଣତରେ ଏମିତି କିଛି ଭୁଲ୍‌ କରିଦେଇଥାଉ, ଯାହାର ପରିଣାମ ଭଲ ହୋଇ ନ ଥାଏ ।

Do not do this while sleeping

* ବହୁ ସମୟରେ ପିଲାମାନେ ରାତିରେ ବେଡ୍‌ ଉପରେ ପାଠ ପଢୁଥିବା ବେଳେ ମୁଣ୍ଡ ଉପରେ ବହି ରଖି ଶୋଇ ପଡ଼ିଥା’ନ୍ତି ହେଲେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହା ମା’ ସରସ୍ୱତୀଙ୍କ ଅପମାନ । ଏହାକୁ ଅଶୁଭ ବୋଲି ଧରା ଯାଇଥାଏ । ଏହାଦ୍ୱାରା ପିଲାଙ୍କ ପରୀକ୍ଷା ଫଳ ତଥା କ୍ୟାରିଅର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ତେଣୁ ସବୁବେଳେ ସତର୍କ ରୁହ;ୁ । ବହିକୁ ଯଥା ସ୍ଥାନରେ ରଖି ଶୋଇବାକୁ ଯାଆ;ୁ ।

* ବାସ୍ତୁ ଅନୁଯାୟୀ, ବେଡ୍‌ ନିକଟରେ ଜୋତା କିମ୍ବା ଚପଲ ରଖିବା ଉଚିତ ନୁହେଁ । ବେଳେବେଳେ ଆମେ ଘରେ ପିନ୍ଧା ଚପଲକୁ ବେଡ୍‌ର ଠିକ୍‌ ନିକଟରେ ରଖି ଶୋଇପଡୁ । କି;ୁ ଏହା କରିବା ବହୁତ ବଡ଼ ଭୁଲ । ଏହାଯୋଗୁ ଆର୍ଥିକ ସହିତ ଶାରୀରିକ ସମସ୍ୟା ଉପୁଜିପାରେ । ଏହା ସହିତ ବହୁତ ବଡ଼ ସମସ୍ୟାର ସମ୍ମୁଖୀନ ବି ହେବାକୁ ପଡ଼ିପାରେ ।

Do not do this while sleeping


*
ବାହାରୁ ଫେରିବା ବିଳମ୍ବ ହେଲେ ଅତ୍ୟଧିକ ହାଲିଆ ହେତୁ ଆମେ ଯଥାସ୍ଥାନରେ ସବୁ ଜିନିଷ ରଖିବାକୁ ଭୁଲି ଯାଇଥାଉ । ଏପରିକି ବେଳେ ବେଳେ ମୁଣ୍ଡ ପାଖରେ ପର୍ସ ରଖି ଶୋଇଯାଉ । ଏହାଦ୍ୱାରା ବିଭିନ୍ନ ବାସ୍ତୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ତେଣୁ ଯେତେ ବିଳମ୍ବରେ ଫେରିଲେ ବି ପର୍ସକୁ ଯଥା ସ୍ଥାନରେ ରଖିବାକୁ ଚେଷ୍ଟା କରିବା ଉଚିତ ।
ଏହାବାଦ୍‌ ଶୋଇବା ସମୟରେ କୌଣସି ଗ୍ୟାଜେଟ୍‌କୁ ନିଜ ପାଖରେ ରଖିବା ଉଚିତ ନୁହେଁ । ଏହାଦ୍ୱାରା ଅଧିକ ଷ୍ଟ୍ରେସ୍‌ ଅନୁଭୂତ ହୁଏ ଓ ନିଦ ବାରମ୍ବାର ଭାଙ୍ଗିଥାଏ ।

Har Ghar Tiranga