ସାମଗ୍ରୀ : ୨କପ୍ ପନିର୍, ୨କପ୍ ଖୁଆ , ଅଧା କପ୍ କ୍ଷୀର, ଦେଢ କପ ଚିନି, ଅଧାକପ୍ ମିá ପାଉଡର, ଅଧା ଚାମଚ ବେକିଙ୍ଗ ପାଉଡର, ଦୁଇ ଚାମଚ ଘିଅ, ଦୁଇ ଚାମଚ କୋକୋ ପାଉଡର, ଏକ ଚାମଚ ପେସ୍ତା, ଏକ ଚାମଚ କାଜୁ ।
ପ୍ରଣାଳୀ : ପ୍ରଥମେ ପନିର୍ ଓ ଖୁଆକୁ ଗୁଣ୍ଡ କରିନିଅନ୍ତୁ । ମିଡିଅମ ଆଞ୍ଚରେ ଘିଅ ଗରମ କରନ୍ତୁì । ଏଥିରେ ଖୁଆ ପକାଇ ଭାଜନ୍ତୁ । ଯେତେବେଳେ ଖୁଆ ବ୍ରାଉନ୍ ହୋଇଯିବ ସେତେବେଳେ ଏଥିରେ ପନିର ପକାଇ ଭାଜନ୍ତୁ । ଏହି ମିଶ୍ରଣକୁ କମ୍ ଆଞ୍ଚରେ ଗୋଳାନ୍ତୁ ।
ମିଶ୍ରଣରୁ ଘିଅ ବାହାରିଲେ ଏଥିରେ ଚିନି ଓ କ୍ଷୀର ପକାଇ ଘାଣ୍ଟନ୍ତୁ । ଚିନି ତରଳିବା ପରେ ଏଥିରେ ମିá ପାଉଡର ପକାଇ ୨ମିନିଟ୍ ପର୍ଯ୍ୟନ୍ତ ଗୋଳାନ୍ତୁ । ଏହାପରେ ଏଥିରେ ବେକିଙ୍ଗ ପାଉଡର, କୋକୋଆ ପାଉଡର ପକାଇ ୫ମିନିଟ୍ ଯାଏଁ ଗୋଳାନ୍ତୁ । ଯେତେବେଳେ ମିଶ୍ରଣରୁ ଘିଅ ବାହାରିବା ଆରମ୍ଭ ହେବ, ସେହି ସମୟରେ ଗ୍ୟାସ ବନ୍ଦ କରିନିଅନ୍ତୁ । ଏକ ଟ୍ରେରେ ଘିଅ ଲଗାନ୍ତୁ, ଏଥିରେ ପ୍ରସ୍ତୁତ ମିଶ୍ରଣକୁ ପକାଇ ତାହା ଉପରେ କାଜୁ, ପେସ୍ତା ବାଦାମ କଟା ପକାନ୍ତୁ ।
ଏହା ସେଟ୍ ହେବା ପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଡୋଡୋ ବରଫି ।
Comments are closed.