କୁକୁରର ବିମାନ ଯାତ୍ରା

ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ, ଯେଉଁଥିରେ ଲୋକମାନେ ନିଜ ପୋଷା ଜୀବଙ୍କ ପାଇଁ ଅନେକ କିଛି କରୁଥିବାର ଦେଖାଯାଇଥାଏ । ସେହିଭଳି ଏକ ଘଟଣା ଘଟିଛି ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ବିମାନରେ । ଏଥିରେ ଏକ କୁକୁର ପାଇଁ ବିମାନର ପୁରା ବିଜ୍‌ନେସ୍‌ କ୍ଲାସ୍‌କୁ ବୁକ୍‌ କରାଯାଇଥିଲା । କୁକୁର ପାଇଁ ଏଭଳି ବ୍ୟବସ୍ଥା କରିଥିଲେ ତାର ମାଲିକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ବିମାନରେ ଏଭଳି ବୁକିଂ ହୋଇଥିଲା କେବଳ କୁକୁରଟି ଏକ ବିଳାସପୂର୍ଣ୍ଣ ଯାତ୍ରା କରିପାରିବ ବୋଲି । ଏଥିନିମନ୍ତେ କୁକୁରର ମାଲିକ ୨.୫ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ମୂଲ୍ୟ ମାତ୍ର ଦୁଇଘଣ୍ଟା ପାଇଁ ସେ ଖର୍ଚ୍ଚ କରିଛନ୍ତି । ବିମାନର ସେହି କ୍ଲାସ୍‌ରେ ୧୨ଟି ସିଟ୍‌ ଥିବା ବେଳେ ଏଥିରେ କେବଳ ଦୁଇଜଣ ଯାତ୍ରୀ ଯାତ୍ରା କରିଥିଲେ, କୁକୁର ଏବଂ ତାର ମାଲିକ । ଘଟଣାଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Har Ghar Tiranga