ଭୁବନେଶ୍ୱର : ଭୁବନେଶ୍ୱରରୁ ଚିହ୍ନଟ ହେଲେ ପ୍ରଥମ କୋଭିଡ ସଂକ୍ରମିତ । ଏନେଇ ତତ୍ପରତା ଦେଖାଇଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ଆଜି ଏକ ବୈଠକ ବସିଥିବା ବେଳେ ବ୍ୟସ୍ତ ନହେବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଅଶ୍ବଥୀ ଏସ୍ ।
ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ୍ କହିଛନ୍ତି ଭୁବନେଶ୍ୱରରୁ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ କୋଭିଡ ସହ ବହୁବିଧ ରୋଗରେ ପୀଡ଼ିତ ଅଛନ୍ତି । ଦିଲ୍ଲୀରୁ ଫେରିବା ପରେ କୋଭିଡ ଆକ୍ରାନ୍ତ ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ତେବେ କୋଭିଡ ସ୍ଥିତି ଉଦବେଗ ଜନକ ନୁହେଁ । ସ୍ବାସ୍ଥ୍ୟ ବିଭାଗ ମନିଟରିଂ କରୁଛି, ଆଲର୍ଟ ଅଛି। ବ୍ୟସ୍ତ ହେବାର କିମ୍ବା ଚିନ୍ତା କରିବାର କୌଣସି କାରଣ ନାହିଁ । ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍ ରହିଛି । ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କ ଭଲ ଅଛନ୍ତି । ବର୍ତ୍ତମାନ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ସ୍ଵାସ୍ଥ୍ୟ ବିଭାଗ ସଜାଗ ଅଛି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୌଣସି ନିର୍ଦ୍ଦେଶାବଳି ଆସିନି। ନୂଆ ଆଡଭାଇଜରି କିମ୍ବା ଗାଇଡଲାଇନକୁ ଅପେକ୍ଷା କରିଛୁ । ଆଡଭାଇଜରି ଜାରି ହେଲେ ତଦନୁସାରେ କାର୍ଯ୍ୟକାରୀ କରିବୁ । ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ତେଣୁ ଲୋକଙ୍କୁ ଭୟ ନ କରି ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏବେ ଦେଶରେ କୋଭିଡ ସଂକ୍ରମିତଙ୍କଠାରେ ଯେଉଁ ଷ୍ଟ୍ରେନ ରହିଛି ତାହା ସେତେ ବିପଜ୍ଜନକ ନୁହେଁ । ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି।