HMPV ପାଇଁ ଭୟଭୀତ ହୁଅନ୍ତୁ ନାହିଁ,ଥଣ୍ଡା କାଶ ଥିଲେ ତୁରନ୍ତ ଚିକିତ୍ସା କରାନ୍ତୁ – ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ଚାଇନାର ଭାଇରାସ HMPV ନେଇ ଭାଇରସ୍‌କୁ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ସେ କହିଛନ୍ତି ଯେ, ଅଯଥା ଭୟଭୀତ ହୁଅନ୍ତୁ ନାହିଁ। ଏହା ନୂଆ ନୁହେଁ। ଏହା ୨୦୦୧ ମସିହାରୁ ଚିହ୍ନଟ କରାଯାଇଥିଲା। ଏହି ଭାଇରସ୍ ଆଗରୁ ରହିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି। ଅଧିକ ସଚେତନତା ପାଇଁ ଏହି କେସ୍ ଅଧିକରୁ ଅଧିକ ଚିହ୍ନଟ ହେଉଛନ୍ତି।

ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ଯେଉଁଠାରେ ଦେଖାଯାଇଛି ସେହି ରାଜ୍ୟରେ ଗାଇଡଲାଇନ୍ ଜାରି କରାଯାଇଛି । ବାହାରୁ ଆସିଥିବା ରୋଗୀଙ୍କ ଦେହରେ ଏହା ଦେଖାଯାଇ ନାହିଁ, କିମ୍ଵା ରିପୋର୍ଟ ଆସି ନାହିଁ। ତେଣୁ ଓଡ଼ିଶାରେ ଗାଇଡଲାଇନ୍ ଜାରି କରାଯାଇ ନାହିଁ। ଏମ୍ସରେ ଟେଷ୍ଟ କରାଯାଉଛି। ଏନସିଡିସିରେ କଣ୍ଟ୍ରୋଲ ରହିଛି। ୨୪ ଘଣ୍ଟା ତଦାରଖ କରାଯାଉଛି। ଖୁବ୍‌ଶୀଘ୍ର ଟେଷ୍ଟିଂ ସେଣ୍ଟର୍ ବଢ଼ାଯିବ। ବର୍ତ୍ତମାନ ସେହିଭଳି କୌଣସି ପରିସ୍ଥିତି ନାହିଁ। ଭାରତ ସରକାରଙ୍କ ଦ୍ୱାରା ଯାହା ଗାଇଡଲାଇନ ଆସିବ ତାକୁ ପାଳନ କରାଯିବ । ଦେଶରେ ବର୍ତ୍ତମାନ ସୁଦ୍ଧା ଭୟଭୀତ ହେବା ସ୍ଥିତି ଉପୁଜି ନାହିଁ । ମାତ୍ର ୩ରୁ ୪ ଟି ରାଜ୍ୟରେ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସବୁ ମେଡିକାଲ କଲେଜ ସହ କଥା ହୋଇଥିବା କହିଲେ ମନ୍ତ୍ରୀ । କୌଣସି ସ୍ଥିତିବିପଦଜ୍ଜନକ ସ୍ଥିତି ଉପୁଜିଲେ କେନ୍ଦ୍ର ଓ ରାଜ୍ୟ ସରକରା ଉଭୟ ମିଳିତ ଭାବେ କାର୍ଯ୍ୟ କରିବେ । ଜ୍ୱର, ଥଣ୍ଡା, କାଶ ହେଲେ ତୁରାନ୍ତ ଚିକିତ୍ସା କରି ନିଅନ୍ତୁ ବୋଲି ମନ୍ତ୍ରୀଙ୍କ ପରାମର୍ଶ । ଭାରତରେ ଏହି ଭାଇରସ୍ ରହିଛି। ଏହା ଋତୁକାଳୀନ ଭାଇରସ୍। ତେଣୁ ଭୟ କରନ୍ତୁ ନାହିଁ। ସାଧାରଣ ଭାବରେ ଥଣ୍ଡା କାଶ ପାଇଁ ପ୍ରିକସନ୍ ନିଅନ୍ତୁ।

ସୂଚନାନୁସାରେ,ଏପର୍ଯ୍ୟନ୍ତ ଭାରତରେ ୭ ଜଣ HMPV ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ପ୍ରଥମେ ବେଙ୍ଗଲୁରୁରେ ଜଣେ ୮ ମାସର ଶିଶୁ ଏବଂ ଅନ୍ୟ ଜଣେ ଶିଶୁଙ୍କୁ ଚିହ୍ନଟ କରାଯାଇଥିଲା । ଗୁଜରାଟ, ତାମିଲନାଡୁ ,ମହାରାଷ୍ଟ୍ରରେ HMPV ଭାଇରସ୍‌ ଚିହ୍ନଟ ହୋଇଛନ୍ତି । ଆଜି ନାଗପୁରରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭ ବର୍ଷର ଓ ଆଉ ଜଣେ ୧୩ ବର୍ଷର ପିଲା ରହିଛନ୍ତି । ଉଭୟ ଜ୍ବର, କାଶରେ ପୀଡିତ ଅଛନ୍ତି । ଏହାପରେ ମହାରାଷ୍ଟ୍ର ସରକାର ଏଚ୍‌ଏମ୍‌ପି ଭୂତାଣୁକୁ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମିତଙ୍କ ପାଖରେ ଜ୍ବର, ଥଣ୍ଡା, କାଶ ସମେତ ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେଉଛି ।

Har Ghar Tiranga