ଓଜନ ଅନୁଯାୟୀ ପାଣି ପିଅନ୍ତୁ

ପାଣି ଜୀବନ ଲାଗି ବହୁତ ଜରୁରୀ ଏହା ଆମେ ସମସ୍ତେ ଜାଣୁ । ଏହାର ମାତ୍ରା ଯେତେବେଳେ ଶରୀରରେ ଠିକ୍‌ ରହିଥାଏ ସେତେବେଳେ ଶରୀର ସୁସ୍ଥ ରହିଥାଏ ଆଉ ଯେତେବେଳେ କମ୍‌ ହୋଇଯାଏ ସେତେବେଳେ ଆମ ଶରୀର ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇପଡେ । ଦିନକୁ ଅତି କମ୍‌ରେ ୨ ଲିଟର ପାଣି ପିଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଏହାଦ୍ୱାରା ଆମ ଶରୀରର ମେଟାବଲିଜିମ୍‌ ଠିକ୍‌ ରହିଥାଏ ଓ ଭୋକ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଅଧିକ ପାଣି ପିଇବା ଦ୍ୱାରା ତ୍ୱଚାରେ ମଧ୍ୟ ଚମକ ଆସିଥାଏ । କିନ୍ତୁ ଡାକ୍ତରଙ୍କ ମତ ଆମେ ନିଜର ଓଜନ ଅନୁସାରେ ପାଣି ପିଇବା ଉଚିତ । ଏହାଦ୍ୱାରା ଶରୀର ସୁସ୍ଥ ରହିଥାଏ । ତେବେ ଓଜନ ଅନୁସାରେ ପାଣି ପିଇବାର ଫର୍ମୁଲା ବିଷୟରେ ଆସନ୍ତୁ ଜାଣିବା ।

Drink water according to your weight

୧-ସର୍ବପ୍ରଥମେ ଆପଣଙ୍କ ଓଜନ ମାପି ନିଅନ୍ତୁ । ଓଜନ ମାପିବା ପରେ ତାହାକୁ ୩୦ରେ ଡିଭାଇଡ୍‌ କରି ଦିଅନ୍ତୁ । ଯେଉଁ ସଂଖ୍ୟା ଆସିବ ତାହା ହିଁ ଆପଣଙ୍କ ପାଣି ପିଇବାର ହିସାବ । ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ଓଜନ ୬୦ ତେବେ ଏହାକୁ ୩୦ରେ ଭାଗ କଲେ ଫଳ ୨ ଆସୁଛି । ଏହାର ଅର୍ଥ ଆପଣ ପ୍ରତିଦିନ ୨ ଲିଟର ପାଣି ପିଅନ୍ତୁ ।

୨-ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଉଚିତ ମାତ୍ରାରେ ପାଣି ପିଇଲେ ଏହା ଆପଣଙ୍କ ଓଜନ ହ୍ରାସରେ ମଧ୍ୟ ସହାୟକ ହେବ । ପାଣିରେ କ୍ୟାଲୋରୀ ନ ଥାଏ । ଏହାର ଅର୍ଥ ଆପଣ ଯେତେ ପାଣି ପିଇବେ ଆପଣଙ୍କ ଓଜନ କମ୍‌ ହେବ ଓ ଶରୀର ହାଇଡ୍ରେଟ୍‌ ରହିବ ।

Drink water according to your weight

୩-କାମ କରିବା ସମୟରେ ପାଣିର ଆବଶ୍ୟକତା ଅଧିକ ରହିଥାଏ । କାରଣ ଏହି ସମୟରେ ଏନର୍ଜି କ୍ଷୟ ହୋଇଥାଏ ଓ ଶରୀରରେ ପାଣିର ମାତ୍ରା ହ୍ରାସ ପାଇଥାଏ । ତେଣୁ ଆପଣ ନିଜ କାମ ଅନୁଯାୟୀ ପାଣି ପିଇବା ଉଚିତ । ଆପଣ ଅଧିକ କାମ କରୁଥିଲେ ଦିନକୁ ୧୦ରୁ ୧୫ ଗ୍ଲାସ ପାଣି ପିଅନ୍ତୁ କିନ୍ତୁ କମ୍‌ କାମ କରୁଥିଲେ ଦିନକୁ ୬ ଗ୍ଲାସ ପାଣି ଯଥେଷ୍ଟ ହେବ ।

୪-ଯଦି ଆପଣ ଏକ୍ସରସାଇଜ୍‌ କରୁଛନ୍ତି ତେବେ ପ୍ରତି ଅଧଘଣ୍ଟାରେ ଥରେ ଅତି କମ୍‌ରେ ଏକ ଗ୍ଲାସ୍‌ ପାଣି ପିଅନ୍ତୁ । ଏକ୍ସରସାଇଜ୍‌ କରିବା ସମୟରେ ଦେହରୁ ଝାଳ ବାହାରିଥାଏ ଓ ଶରୀରରେ ପାଣି କମିଯାଏ । ସେହିପରି ଖାଦ୍ୟ ଖାଇବା ପୂର୍ବରୁ ଅଧ ଲିଟର ପାଣି ପିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ କମ୍‌ ଭୋକ ଲାଗିବ । ଆପଣଙ୍କୁ ଶୋଷ ନ ଲାଗିଲେ ବି ଆପଣ ମଝିରେ ମଝିରେ ପାଣି ପିଇବା ଜାରି ରଖନ୍ତୁ ।

Comments are closed.