ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ : ସମ୍ବୋଧନରେ ପଢିଲେ ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତି

ଶପଥ ଗ୍ରହଣ ଉତ୍ସବରେ ବିବୃତି ରଖିଲେ ଦ୍ରୌପଦୀ; ମନେ ପକାଇଲେ ପୁରୁଣା ଦିନର କଥା

ଦିଲ୍ଲୀ: ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ସଂସଦର କେନ୍ଦ୍ରୀୟ ହଲ୍‌ରେ ଆୟୋଜିତ ଉତ୍ସବରେ ଦ୍ରୌପଦୀଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣା ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିବା​‌ ବେଳେ ଶପଥ ଗ୍ରହଣ ପରେ ନିଜର ବିବୃତି ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ : ସମ୍ବୋଧନରେ ପଢିଲେ ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତି

ଶପଥ ପାଠ ସେ ଦେଶବାସୀଙ୍କୁ ବିନମ୍ରତାର ସହ ଅଭିନନ୍ଦନ ଜଣାଛନ୍ତି। ସମସ୍ତ ସାଂସଦ ଓ ବିଧାୟକ ମାନଙ୍କୁ ମୋର ଧନ୍ୟବାଦ । ଦେଶର ସବୁ ନାଗରିକଙ୍କ ଆଶା ଓ ଆକାଂକ୍ଷାକୁ ମୁଁ ପୂରଣ କରିବି । ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେବି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ : ସମ୍ବୋଧନରେ ପଢିଲେ ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତି

 ନୂଆ ରାଷ୍ଟ୍ରପତି ହେବା ପରେ ଦେଶବାସୀଙ୍କୁ ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି । ଦେଶର ଗରିବ ବି ସ୍ୱପ୍ନ ଦେଖିପାରେ ବୋଲି ସେ କହିଛନ୍ତି । ସମ୍ବୋଧନ ସମୟରେ ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତି, ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ପଢିଥିଲେ ରାଷ୍ଟ୍ରପତି । ଜଗତର କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଥିଲେ ଦ୍ରୌପଦୀ । ମହିଳାଙ୍କ ହିତ ସାଧନ ତାଙ୍କର ପ୍ରାଥମିକତା ରହିବ ବୋଲି ସେ କହିଥିଲେ । ସମସ୍ତ ସହଯୋଗରେ ଉଜ୍ଜଳ ଭାରତର ନିର୍ମାଣ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ।

Comments are closed.