ଚା-ପାନ ଦୋକାନରେ ନିଶା କାରବାର ,୨ ଗିରଫ

0

ଭୁବନେଶ୍ବର : ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ଉ । ଭୁବନେଶ୍ୱର ଜୟଦେବ ବିହାର ଛକରେ ଥିବା ପାନ ଦୋକାନ ଚା ଦୋକାନରେ ରେଡ କରାଯାଇଛି । ସନ୍ଧାନୀ କୁକୁରଙ୍କୁ ସାଥିରେ ନେଇ ଏକାଧିକ ଦୋକାନରେ ସ୍ପେଶାଲ କ୍ରାଇମ୍ ୟୁନିଟର ଚଢାଉ କରାଯାଇଛି । ଚଢ଼ାଉ ବେଳେ ପାନ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ, ସିଗାରେଟ୍ ଜବତ ହୋଇଛି । ୨ ଓମଫେଡ୍ ପାର୍ଲର ସିଲ କରାଯାଇଥିବା ବେଳେ ଘଟଣାସ୍ଥଳରୁ କିଛି ନିଶା ବେପାରୀଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ଧରିଛି କ୍ରାଇମ୍ ୟୁନିଟ୍ ।

ସୂଚନା ଥାଉକି ଜୟଦେବ ବିହାର ଛକରେ ଥିବା ଚା ପାନ ଦୋକାନରେ ଅନେକ ଦିନ ହେବ ଚାଲିଥିଲା ଡ୍ରଗ୍ସ ଓ ଗଂଜେଇ କାରବାର । ଯାହା ସମ୍ପର୍କରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ଚଢ଼ଉ କରିଥିଲା । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସିଗାରେଟ ଓ ପାନ ଭିତରେ ପୁରାଇ ଏହି ନିଶା କାରବାର ଚାଲିଥିଲା । ଏଥିସହ ଆପୋଲୋ ହସ୍ପିଟାଲ ସ୍ଥିତ ବିସେଶ୍ବର ବସ୍ତିରେ ମଧ୍ୟ ରେଡ ହୋଇଛି ।

Leave A Reply

Your email address will not be published.