ୟୁଏଇର ସ୍ମାର୍ଟ ଲାଇବ୍ରେରୀ

ଦୀର୍ଘ ଦଶନ୍ଧିରୁ ବହି ସମସ୍ତଙ୍କର ପ୍ରିୟ ହୋଇ ରହିଛି । ବହିଟିଏ ପଢିବାକୁ ସମସ୍ତଙ୍କ ମନରେ ଆଗ୍ରହ ଦେଖାଦେଇଥାଏ । ତେବେ ୟୁଏଇରେ ବହି ପ୍ରେମୀଙ୍କ ପାଇଁ ସେଠିକାର ସରକାର ଖୋଲିଛନ୍ତି ଏକ ସ୍ୱତନ୍ତ୍ର ଲାଇବ୍ରେରୀ । ଯାହାର ନାଁ ରହିଛି ମହମ୍ମଦ ବିନ୍‌ ରସିଦ ଲାଇବ୍ରେରୀ ।
ୟୁଏଇର ସ୍ମାର୍ଟ ଲାଇବ୍ରେରୀ

ଏହି ଲାଇବ୍ରେରୀ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୨୭୨.୩ ମିଲିଅନ ଡଲାର । ଲାଇବ୍ରେରୀ ନିର୍ମାଣର ମୂଳ ଲକ୍ଷ ରହିଛି ବଢି ପଢାକୁ ପ୍ରୋତ୍ସାହିତ କରିବା । ଲାଇବ୍ରେରୀ ସାହାଯ୍ୟରେ ଜଣେ ବ୍ୟକ୍ତିର ସୈଜନ୍ୟ, ବୁଦ୍ଧି ସହ ସବୁକ୍ଷେତ୍ରରେ ଉନ୍ନତ୍ତି ଘଟିବବୋଲି ସ୍ଥାନୀୟ ସରକାର ଆଶା ବ୍ୟକ୍ତ କରିଛନ୍ତି । ତେବେ ଏହି ଲାଇବ୍ରେରୀର ନାଁ ସେଠିକାର ଶାସକ ମହମ୍ମଦ ବିନ୍‌ ରସିଦଙ୍କ ନାମ ଅନୁସାରେ ରଖାଯାଇଛି । ଏଥିରେ କେବଳ ପ୍ରିଣ୍ଟ ହୋଇଥିବା ବହି ସ୍ଥାନପାଇଛି ତାହା ନୁହେଁ, ଲାଇବ୍ରେରୀରେ ଡିଜିଟାଲ ବହି ମଧ୍ୟ ଲୋକ ପଢିବାକୁ ପାଇବେ ।

ୟୁଏଇର ସ୍ମାର୍ଟ ଲାଇବ୍ରେରୀ

ଲାଇବ୍ରେରୀରେ ପ୍ରାୟ ଏକ ମିଲିଅନରୁ ଅଧିକ ବହି ଥିବା ସୂଚନା ମିଳିଛି । ୫୪,୦୦୦ ସ୍କେ୍ୱୟାର ମିଟର ସ୍ଥାନରେ ନିର୍ମିତ ଏହି ଲାଇବ୍ରେରୀର ଆକାର ଏକ କାଠ ଷ୍ଟାଣ୍ଡ ଭଳି ଦେଖିବାକୁ । ଏଥିରେ ସାତ ମହଲାରେ ୯ଟି ଅଲଗାଅଲଗା ବିଭାଗ ରହିଛି, ଯେଉଁଥିରେ ଏକ ମିଲିଅନରୁ ଅଧିକା ପ୍ରିଣ୍ଟ ଓ ଡିଜିଟାଲ ବହି ସ୍ଥାନ ପାଇଛି । ଏହି ୯ ବିଭାଗ ଯଥା ଜେନେରାଲ ଲାଇବ୍ରେରୀ, ଇମାରେଟ୍‌ସ ଲାଇବ୍ରେରୀ, ୟଙ୍ଗ ଆଡଲଫସ୍‌ ଲାଇବ୍ରେରୀ, ଚିଲïରେନ ଲାଇବ୍ରେରୀ, ମିଡିଆ ଆଣ୍ଡ ଆର୍ଟସ୍‌ ଲାଇବ୍ରେରୀ, ବିଜ୍‌ନେସ୍‌ ଲାଇବ୍ରେରୀ, ସ୍ପେସିଆଲ କଲେକସନ୍‌ ଲାଇବ୍ରେରୀ, ମ୍ୟାପସ୍‌ ଆଣ୍ଡ ଆଟଲାସ୍‌ ଲାଇବ୍ରେରୀ, ପିରିଅଡିକାଲ ଲାଇବ୍ରେରୀ । ଏହା ସାଧାରଣ ଲୋକଙ୍କ ପାଇଁ ଜୁନ ୧୬ରୁ ଖୋଲିଛି ।

Har Ghar Tiranga