ନେଦରଲ୍ୟାଣ୍ଡ: ନେଦରଲ୍ୟାଣ୍ଡର ଛାତ୍ରମାନେ ଏକ ଇଲେକଫ୍ରକି ଭ୍ୟାନ ଡିଜାଇନ କରିଛନ୍ତି ଯାହା ସୌରଶକ୍ତିରେ ଚାଲୁଛି । ଏହି ଭ୍ୟାନ ଇନ୍ଧନ ପାଇଁ ନିଜ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏହି ଭ୍ୟାନର ନାମ ଷ୍ଟେଲା ଭିଟା ରଖାଯାଇଛି ।
ଏହି ଭ୍ୟାନ ନିଜେ ଏତେ ଶକ୍ତି ଉତ୍ପାଦନ କରିପାରୁଛି ଯେ ଆପଣ ଏହି ଶକ୍ତିକୁ ବ୍ୟବହାର କରି ଟିଭି ଦେଖିପାରିବେ, ଲାପଟପ୍ ଚାର୍ଜ କରିପାରିବେ ଏବଂ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିପାରିବେ । ଭ୍ୟାନର ଏକ ଖାସ୍ ବିଶେଷତ୍ୱ ହେଉଛି ରାତିରେ ସୂର୍ଯ୍ୟକିରଣ ନଥିଲେ ମଧ୍ୟ ଯାତ୍ରା ବନ୍ଦ ହେବ ନାହିଁ । ଏଥିରେ ଥିବା ବ୍ୟାଟେରୀ ରାତିରେ ୬୦୦ କିଲୋମିଟର ଅତିକ୍ରମ କରିପାରିବ । ଭ୍ୟାନର ଛାତରେ ଥିବା ସୋଲାର ପ୍ୟାନ୍ ଏହାକୁ ନିରନ୍ତର ଶକ୍ତି ଦେବା ପାଇଁ କାମ କରୁଛି । ଏହି ସ୍ୱତନ୍ତ୍ର ଭ୍ୟାନକୁ ନେଦରଲ୍ୟାଣ୍ଡର ଆଇଡୋଭେନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ୨୦ ଜଣ ଛାତ୍ର ଡିଜାଇନ କରିଛନ୍ତି ।
ତେବେ ଡିଜାଇନ ପ୍ରସ୍ତୁତ କରିବା ପରେ ଏହାର ସାମର୍ଥ୍ୟ ପରୀକ୍ଷା ପାଇଁ ଏହାକୁ ନିର୍ମାଣ କରିଥିବା ଦଳ ୟୁରୋପ ଗସ୍ତରେ ଯାଇଛନ୍ତି । ଭ୍ୟାନ ସହ ୩ ହଜାର କିଲୋମିଟରର ଯାତ୍ରା ସ୍ପେନର ସହର ଟରିଫାରେ ଶେଷ ହେବ । ଏଥିରେ ଡବଲ୍ ବେଡ୍, ଡାଇନିଂ ଟେବୁଲ ଏବଂ ବସିବା ପାଇଁ ମଧ୍ୟ ସ୍ଥାନ ରହିଛି । ଏହା ବ୍ୟତୀତ ଷ୍ଟୋ ନିକଟରେ ଏକ ସିଙ୍କ୍ ମଧ୍ୟ ଯୋଗାଇ ଦିଆଯାଇଛି ।
ଏହି ଯାତ୍ରା ଅବସରରେ ଛାତ୍ରମାନେ ଭିନ୍ନ ଭିନ୍ନ ସହରରେ ଶୋର ଆୟୋଜନ କରିବେ, ଯେଉଁଥିରେ ସେମାନେ ଭବିଷ୍ୟତରେ ଶକ୍ତି ସଞ୍ଚୟ କରିବା ଉପରେ ଲୋକଙ୍କୁ ସଚେତନ କରାଇବେ । ତେବେ ଏହା ଏକ ଭ୍ୟାନ ନୁହେଁ ଚକ ଉପରେ ଥିବା ଏକ ଘର ବୋଲି ଭ୍ୟାନ ଡିଜାଇନର େୱନ୍ ଡେସଲର କହିଛନ୍ତି । ଡିଜାଇନର ଟିମ୍ଙ୍କ କହିବା ଅନୁଯାୟୀ ଆକାଶ ସ୍ୱଚ୍ଛ ହେଲେ ଏହା ଘଣ୍ଟା ପ୍ରତି ୧୨୦ କିମି ବେଗରେ ୭୩୦ କିମି ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ ।
Comments are closed.