ଜାଣନ୍ତୁ ଶୀତଦିନେ ମୂଳା ଖାଇଲେ କଣ ମିଳିବ ଲାଭ: ହାର୍ଟ ସମସ୍ୟା ଦୂର କରେ, ବିପି କଣ୍ଟ୍ରୋଲ କରେ

ଶୀତ ଦିନେ ମୂଳା ଖାଇବା ଖୁବ୍‌ ଲାଭଦାୟକ ହୋଇଥାଏ । ମୂଳାର ଔଷଧୀୟ ଗୁଣ ଆମ ଶରୀର ପାଇଁ ଖୁବ୍‌ ଉପକାରୀ ହୋଇଥାଏ । ଏହା ଶରୀରରେ ଇମ୍ୟୁନିଟି ବଢାଇଥାଏ । ରକ୍ତଚାପ ମଧ୍ୟ ନିୟନ୍ତ୍ରଣ କରିଥାଏ । ବହୁ ଲୋକ ଏହାକୁ ସାଲାଡ ସହ ଖାଇବାକୁ ପସନ୍ଦ କରିଥାନ୍ତି ।
ତେବେ ଜାଣନ୍ତୁ ମୂଳା ଖାଇବା ଦ୍ୱାରା କଣ ମିଳେ ଲାଭ-
ଜାଣନ୍ତୁ ଶୀତଦିନେ ମୂଳା ଖାଇଲେ କଣ ମିଳିବ ଲାଭ: ହାର୍ଟ ସମସ୍ୟା ଦୂର କରେ, ବିପି କଣ୍ଟ୍ରୋଲ କରେ

ରୋଗ ପ୍ରତିରୋଧକ ଶକ୍ତି ବଢାଏ- ମୂଳାରେ ପ୍ରଚୁର ପରିମାଣରେ ଭିଟାମିନ୍‌ ସି ରହିଥାଏ । ଏହା ଶୀତଦିନେ କଫ ଓ ଥଣ୍ଡାରୁ ରକ୍ଷା କରିଥାଏ । ଏହା ଚର୍ମ କୁଞ୍ଚିତ ହେବାରୁ ମଧ୍ୟ ରକ୍ଷା କରିଥାଏ ।

ରକ୍ତଚାପ ନିୟନ୍ତ୍ରଣ କରେ- ମୂଳା ଶରୀରକୁ ପୋଟାସିୟମ୍‌ ଯୋଗାଏ । ଏହି କାରଣରୁ ରକ୍ତଚାପ ନିୟନ୍ତ୍ରଣ ହୁଏ । ଯଦି ଆପଣଙ୍କର ହାଇପର ଟେନସନ୍‌ ସମସ୍ୟା ଅଛି ତେବେ ମୂଳା ଖାଆନ୍ତୁ । ଆୟୁର୍ବେଦ ଅନୁସାରେ ଏହା ରକ୍ତରେ ଶୀତଳ ପ୍ରଭାବ ପକାଇଥାଏ ।

ହାର୍ଟ ଜନିତ ସମସ୍ୟା ଦୂର କରେ- ମୂଳାକୁ ଆନ୍ଥୋସାୟନିର ସ୍ରୋତ କୁହାଯାଏ । ଏହା ଦ୍ୱାରା ଆମ ହାର୍ଟ ଭଲ ଭାବରେ କାମ କରେ । ପ୍ରତିଦିନ ମୂଳା ଖାଇବା ଦ୍ୱାରା ହାର୍ଟ ଜନିତ ସମସ୍ୟା ଦୂର ହୁଏ । ମୂଳାରେ ଫୋଲିକ୍‌ ଏସିଡ୍‌ ଏବଂ ଫ୍ଲେବୋନୟଡସ୍‌ ମାତ୍ରା ଅଧିକ ରହିଛି । ଏହା ରକ୍ତରେ ଅମ୍ଳଜାନ ପରିମାଣ ମଧ୍ୟ ବୃଦ୍ଧି କରିଥାଏ ।

ଜାଣନ୍ତୁ ଶୀତଦିନେ ମୂଳା ଖାଇଲେ କଣ ମିଳିବ ଲାଭ: ହାର୍ଟ ସମସ୍ୟା ଦୂର କରେ, ବିପି କଣ୍ଟ୍ରୋଲ କରେ

ରକ୍ତବାହିକାକୁ ମଜବୁତ କରେ- ମୂଳାରେ ବହୁଳ ମାତ୍ରାରେ କୋଲେଜନ ରହିଛି । ଏହା ଆମର ରକ୍ତ ବାହିକାକୁ ମଜବୁତ କରେ । ଏହି କାରଣରୁ ଏଥୋରୋସ୍କ୍ଲେରୋସିସ୍‌ ଭଳି ଗମ୍ଭୀର ସମସ୍ୟା ହେବାର ସମ୍ଭାବନା କମିଯାଏ ।

ମେଟାନଲିଜିମ୍‌- ମୂଳାରେ ପାଚକ କ୍ଷମତା ଅଧିକ ଥିବାରୁ ଏସିଡିଟି, ମେଦବହୁଳ , ଗ୍ୟାଷ୍ଟ୍ରିକ୍‌ ଭଳି ସମସ୍ୟା ହେବାର ସମ୍ଭାବନା କମିଯାଏ ।

ଚର୍ମ ପାଇଁ ଲାଭଦାୟକ- ମୂଳାରେ ଅଧିକ ପରିମାଣରେ ଭିଟାମିନ-ସି ଥିବା କାରଣରୁ ଏହା ଆପଣଙ୍କ ଚର୍ମରେ ଚମକ ଆଣେ । ଏହାକୁ କେଶରେ ଲଗାଇଲେ ରୁପି ସମସ୍ୟା ରୁହେ ନାହିଁ ।

ପୋଷକ ତତ୍ତ୍ୱ- ଲାଲ ମୂଳାରେ ଭିଟାମିନ୍‌ ଇ, ଏ, ସି, ବି ୬ ଏବଂ କେ ଭଳି ପୋଷକ ତତ୍ତ୍ୱ ରହିଛି ।
ଜାଣନ୍ତୁ ଶୀତଦିନେ ମୂଳା ଖାଇଲେ କଣ ମିଳିବ ଲାଭ: ହାର୍ଟ ସମସ୍ୟା ଦୂର କରେ, ବିପି କଣ୍ଟ୍ରୋଲ କରେ
ଏଥିରେ ଆଣ୍ଟିଅକ୍‌ସିଡାଣ୍ଟ, ଫାଇବର, ପୋଟାସିୟମ୍‌, ଫସଫରସ୍‌, ମାଗ୍ନେସିୟମ୍‌, କ୍ୟାଲସିୟମ୍‌, ଆଇରନ୍‌, ମାଙ୍ଗାନିଜ୍‌ ବହୁଳ ମାତ୍ରାରେ ରହିଛି । ଏହି ସବୁ ପୋଷକ ତତ୍ତ୍ୱ ଆମ ଶରୀର ପାଇଁ ସୁସ୍ଥକର ହୋଇଥାଏ ।

Comments are closed.