ଇଡିରେ ହାଜର ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ ସାନି ସମନ୍‌ ଜାରି

ନୂଆଦିଲ୍ଲୀ: ଜୁନ ୩: ନ୍ୟାସନାଲ୍‌ ହେରାଲଡ ମାମଲାରେ ଜୁନ୍‌ ୧୩ରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ପାଇଁ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ପ୍ରତି ସାନି ସମନ୍‌ ଜାରି କରାଯାଇଛି । ପୂର୍ବରୁ ଏହି ମାମଲାରେ ଜୁନ୍‌ ୨ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ପାଇଁ ତାଙ୍କ ପାଖକୁ ସମନ୍‌ ପଠାଯାଇଥିଲା । କି;ୁ, ବିଦେଶ ଗସ୍ତରେ ଥିବା ଦର୍ଶାଇ ସେ ଏଜେନ୍ସି ନିକଟରେ ହାଜର ହେବା ପାଇଁ ଅଧିକ ସମୟ ଲୋଡ଼ିଥିଲେ । ଉଲ୍ଲେଖଯୋଗ୍ୟ, ସୋନିଆ ଗାନ୍ଧୀ ଓ ରାହୁଲ୍‌ ଗାନ୍ଧୀ ଜମି ସହ କୋଟି କୋଟି ଟଙ୍କାର ଆୟ ବର୍ହିଭୁତ ପାଣ୍ଠି ଅକ୍ତିଆର କରିଛନ୍ତି ବୋଲି ବିଜେପି ସାଂସଦ ସୁବ୍ରମଣିୟାନ୍‌ ସ୍ୱାମୀ ଦିଲ୍ଲୀ ଅଦାଲତରେ ମାମଲା ରୁଜୁ କରିବା ପରେ ନ୍ୟାସନାଲ୍‌ ହେରାଲଡ ମାମଲା ଲୋକଲୋଚନକୁ ଆସିଥିଲା । ନ୍ୟାମନାଲ୍‌ ହେରାଲï୍‌ଦ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୮ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାକୁ ସମନ୍‌ ଜାରି ହୋଇଥିଲା । କି;ୁ, ସେ କୋଭିଡ୍‌-୧୯ ପଜିଟିଭ୍‌ ବାହାରିବା ସହ ଏକାନ୍ତବାସ କରୁଛନ୍ତି ବୋଲି ଗୁରୁବାର ଦିନ ରିପୋର୍ଟ ଆସିଥିଲା । କି;ୁ, ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ନିମନ୍ତେ ସେ ତାରିଖ ପରିବର୍ତ୍ତନ ପାଇଁ କେଣସି ଅନୁରୋଧ କରିନାହାନ୍ତି ।

Comments are closed.