ମୁମ୍ବାଇ: ଜୁନ ୩୦: ଦୀର୍ଘ ୮ ବର୍ଷ ପରେ ପରଦାକୁ ଫେରୁଛି ଏକ୍ ଭିଲେନର ସିକେ୍ୱଲ୍ । ଫିଲ୍ମକୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଚାଲିଥିଲା । ବର୍ତ୍ତମାନ ଫିଲ୍ମର ସିକେ ୍ୱଲ ରିଲିଜ ହେବାକୁ ଯାଉଛି । ନିକଟରେ ଏକ ଭିଲେନ୍ ରିଟର୍ନସର କିଛି ପୋଷ୍ଟର ରିଲିଜ୍ ହୋଇଥିଲା । ଯେଉଁଥିରେ ଫିଲ୍ମର ଷ୍ଟାର କାଷ୍ଟ ଦିଶା ପାଟାନି, ଜନ୍ ଅବ୍ରହାମ, ଅର୍ଜୁନ କପୁର ଏବଂ ତାର ସୁତାରିଆଙ୍କୁ ଦେଖିବାକୁ ମିଳିଥିଲା । ଏହା ସହିତ ବର୍ତ୍ତମାନ ଫିଲ୍ମର ଟ୍ରେଲର ଏବଂ ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏକ ଭିଲେନ୍ ରିଟର୍ନସ୍ ଟି-ସିରିଜ୍ ଏବଂ ବାଲାଜୀ ଟେଲିଫିଲ୍ସ ଦ୍ୱାରା ମିଳିତ ଭାବରେ ନିର୍ମିତ । ଗତ ଦୁଇ ଦିନ ମଧ୍ୟରେ ଏକ ଭିଲେନ୍ ରିଟର୍ନସର ମୋଟ ୭ ଟି ପୋଷ୍ଟର ରିଲିଜ୍ ହୋଇଛି । ଅର୍ଜୁନ କପୁର, ତାରା ସୂତରିଆ, ଜନ୍ ଅବ୍ରହାମ ଏବଂ ଦିଶା ପାଟାନି “ଏକ ଭିଲେନ୍ ରିଟର୍ନର ଚାରୋଟି ପୋଷ୍ଟରରେ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି । ଏହି ପୋଷ୍ଟରଗୁଡିକ ଦର୍ଶକଙ୍କୁ ବହୁତ ଉତ୍ସାହିତ କରିଛି ଏବଂ ପ୍ରଶଂସକଙ୍କ ଆଶା ବଢି ଯାଇଛି । ତେବେ ଫିିଲ୍ମର ଟ୍ରେଲର ଜୁନ୍ ୩୦ରେ ରିଲିଜ୍ ହୋଇଥିବାବେଳେ ଫିଲ୍ମ ୨୯ ଜୁଲାଇ ୨୦୨୨ ରେ ରିଲିଜ୍ ହେବ ।
Comments are closed.