ଭୁବନେଶ୍ୱର : ନୟାପଲ୍ଲୀ ଅଞ୍ଚଳରେ ଘଟିଯାଇଛି ଅଭାବନୀୟ ଘଟଣା I ପାଠ ନପଢିବାରୁ ସାନଭାଇ କୁ ତାଗିଦ କରିବାକୁ ଯାଇ ବଡ଼ଭାଇ ମାଡ଼ ମାରିଥିଲା I ଏଥିରେ ସାନଭାଇର ମୃତ୍ୟୁ ଘଟିଛି I ଖବରପାଇ ଘଟଣାସ୍ଥଳରେ ପୋଲିସ ପହଂଚି ୩୦୨ ଦଫାରେ ବଡ଼ ଭାଇକୁ ଗିରଫ କରିଛି।
ସୂଚନାନୁଯାୟୀ, ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ବିଶ୍ଵମୋହନ ସେନାପତି ଏମବିଏ ପଢୁଥିଲେ I ତାଙ୍କ ସାନ ଭାଇ ରାଜମୋହନ ସେନାପତି ପାଠ ନପଢି ସାଙ୍ଗସାଥୀଙ୍କ ମେଳରେ ରହି ଘରୁ ପଇସା ଆଣି ବଦଖର୍ଚ କରୁଥିଲେ I ଏହାକୁ ନେଇ ବଡ଼ଭାଇ ବିଶ୍ଵମୋହନ ବାରମ୍ବାର ତାଗିଦ କରିଆସୁଥିଲେ I ତେବେ ଆଜି ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଯାଇ ହାତାହାତି ଯାଏଁ କଥା ଯାଇଥିଲା I ଏଥିରେ ଉତ୍କ୍ଷିପ୍ତ ହୋଇ ବିଶ୍ଵମୋହନ ରାଜମୋହନଙ୍କ ଉପରେ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ରାଜମୋହନଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୋଲିସ ବଡଭାଇକୁ ଅଟକ ରଖିବା ସହ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି I
Comments are closed.