ନିର୍ବାଚନ ଚିହ୍ନ ବଦଳାଇବାକୁ ବାଧ୍ୟ କରୁଛନ୍ତି ପିଇଓ

ଜିଲ୍ଲାପାଳଙ୍କୁ ଜଣାଇଥିଲେ ପ୍ରାର୍ଥୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ବୋ ପୂର୍ବରୁ ପ୍ରାର୍ଥୀଙ୍କ ନିର୍ବାଚନ ଚିହ୍ନ ବଦଳି କରିବାକୁ ବାଧ୍ୟ କରାଯାଉଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଧର୍ମଗଡ ବ୍ଲକ ରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ପ୍ରାର୍ଥୀ ତଥା ପ୍ରାର୍ଥୀ ଙ୍କ ସମର୍ଥକ ମାନେ ପୂର୍ବରୁ ବିଡ଼ିଓଙ୍କୁ ଘେରି କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତି ଯୋଗୁଁ ନିର୍ବାଚନ ଦାୟୀତ୍ୱରେ ଥିବା ଅଧିକାରୀଙ୍କୁ ଭେଟି ସମସ୍ତ ଘଟଣା ଜଣାଇଥିଲେ ।
ଧର୍ମଗଡ ବ୍ଲକ ର ବଗାଡ ଗ୍ରାମ ପଞ୍ଚାୟତ ର୧ ନଂ ୱାର୍ଡ ରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିବା ବେଳେ ନିର୍ବାଚନ କମିଶନ ଏଥିରେ ହସ୍ତଖେପ କରିବାକୁ ମଧ୍ୟ ଦାବୀ କରଯାଇଛି । ପ୍ରାପ୍ତ ଅଭିଯୋଗ ରୁ ପ୍ରକାଶ ଯେ, ଧର୍ମଗଡ ବ୍ଲକ ଅନ୍ତର୍ଗତ ବଗାଡ ଗ୍ରାମ ପଞ୍ଚାୟତ ର ୧ ନଂ ୱାର୍ଡ (ବାଗ ବାହଲି ) ପାଇଁ ୱାର୍ଡ ସଭ୍ୟ ପଦ ପାଇଁ ଦୁଇଜଣ ପ୍ରାର୍ଥୀ ପଦ୍ମିନୀ ଭଇଁସାଲ ଓ ବିଳାସିନୀ ନାଗ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସ୍କୃଟିନୀ ଓ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ହେବା ପରେ ବିଧି ବଦ୍ଧ ଭାବେ ଫର୍ମ ସଂଖ୍ୟା-୫ ରେ ବିଧିବଦ୍ଧ ମନୋନୀତ ପ୍ରାର୍ଥୀ ତାଲିକା ପ୍ରକାଶିତ ହୋଇଥଲା । ଗତ ୨୬ ତାରିଖ ରେ ଏହି ସୂଚନା ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟରେ ଲଗାଯାଇଥିଲା ।

ପ୍ରକାଶିତ ସୂଚନା ଅନୁସାରେ ୧ ନଂ.କ୍ରମିକସଂଖ୍ୟା ରେ ବିଳାସିନୀ ନାଗ ରହିଥିବା ବେଳେ ତାଙ୍କ ନିର୍ବାଚନ ଚିହ୍ନ ଶଗଡ଼ ଗାଡ଼ି ବୋଲି ଉଲ୍ଲେଖ ହୋଇଥଲା । ୨ ନଂ. କ୍ରମିକ ସଂଖ୍ୟା ରେ ପଦ୍ମିନୀ ଭଇଁସାଲଙ୍କ ନାମ ରହିଥିବା ବେଳେ ତାଙ୍କ ନିର୍ବାଚନ ଚିହ୍ନ ନିକିତି ବୋଲି ଉଲ୍ଲେଖରହିଥିଲା । ଏହାକୁ ଭିତ୍ତି କରି ଉଭୟ ପ୍ରାର୍ଥୀ ସେମାନଙ୍କ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଗତ କାଲି ହଠାତ ବଗାଡ ଗ୍ରାମ ପ*ାୟତ ପିଇଓ ରଶ୍ମିତା ଦାସ ବାଗ ବାହାଲି ଗାଁ କୁ ଯାଇ ୱାର୍ଡ ସଭ୍ୟ ପଦ ପାଇଁ ଲଢୁଥିବା ପ୍ରାର୍ଥୀ ଦ୍ୱୟଙ୍କ ନିର୍ବାଚନ ଚିହ୍ନ ବଦଳି ଯାଇଥିବା ସୂଚନା ଦେବା ସହ ଏକ ସ୍ୱୀକାର ପତ୍ର ଦେଇ ଏହାକୁ ଅଦଳ ବଦଳ କରିବାକୁ ପ୍ରାର୍ଥୀଙ୍କୁ ବାଧ୍ୟ କରୁ ଥିବା ଅଭିଯୋଗ ହୋଇଛି । ଭୋଟ ଗ୍ରହଣ ମାତ୍ର ଆଉ ୪/୫ ଦିନ ଥିବା ବେଳେ କିଭଳିଭାବେ ନୂତନ ଚିହ୍ନ ଧରି ପୁଣି ଘର ଘର ବୁଲି ପ୍ରଚାର କରିବେ ବୋଲି ତାହା ପ୍ରାର୍ଥାମାନେ ପ୍ରଶ୍ନ କରିଛନ୍ତି ।

ପ୍ରଥମେ ଭୁଲ ସୂଚନା ଦେଇଥିବା ଓ ପରେ ଭୁଲ କୁ ଲୁଚାଇବାକୁ ଯାଇ ପ୍ରଥମ ସୂଚନା ପତ୍ର କୁ ହଟାଇ ପୁଣି ନୂତନ ସୂଚନା ପତ୍ର ମାରିଥିବା ପଞ୍ଚାୟତ ନିର୍ବାଚନ ଅଧିକାରୀ ତଥା ପିଇଓ ଙ୍କ ବିରୁଦ୍ଧ ରେ ଦୃଢ଼ କର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ୱାର୍ଡସଭ୍ୟ ଦ୍ୱୟ ଦାବୀ କରିଛନ୍ତି । ଏଥି ସହିତ ସେମାନେ ପ୍ରଚାର କାର୍ଯ୍ୟ ସାରି ଦେଇଥିବାରୁ ତାଙ୍କୁ ପୁରୁଣା ନିର୍ବାଚନ ଚିହ୍ନ ରେ ଭୋଟ ଗ୍ରହଣ କରାଯିବା କୁ ଦାବୀ କରିଛନ୍ତି । ଏ ସମ୍ପର୍କ ରେ ଧର୍ମଗଡ ବିଡିଓ ଶରତ କୁମାର ସେଠୀ ଙ୍କୁ ଯୋଗା ଯୋଗ କରିବାରୁ ଅଭିଯୋଗ ହସ୍ତଗତ ହୋଇ ଥିବା କହିବା ସହ ପ୍ରାର୍ଥୀ ଦ୍ୱୟ ଙ୍କୁ ବୁଝାଇବାକୁ ଚେଷ୍ଟା ଚଳାଇଥିଲେ କି;ୁ ପ୍ରାର୍ଥୀମାନେ ସ;ୁଷ୍ଟ ନ ହୋଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Comments are closed.