ଗଜରାଜଙ୍କ ଗୁପଚୁପ୍‌ ଖିଆ

ଗୁପ୍‌ଚୁପ୍‌ କହନ୍ତୁ କିମ୍ବା ପାଣିପୁରୀ ଏହି ନା ଶୁଣିବା ମାତ୍ରେ ଲୋକଙ୍କ ପାଟିରୁ ଲାଳ ଗଡିଥାଏ । ଗୁପଚୁପ୍‌ର ଠେଲାଗାଡି ଦେଖିବା ମାତ୍ରେ ଲୋକମାନଙ୍କ ଭିଡ ଜମିଯାଏ । ତେଣିକି ସେ ଯୁବକ ହେଉ କି ବୁଢା କି ଛୋଟ ପିଲା । କିନ୍ତୁ ଆପଣ କେବେ ହାତୀକୁ ଗୁପଚୁପ୍‌ର ସ୍ୱାଦ ନେଉଥିବାର ଦେଖିଛନ୍ତି କି ? ନିଶ୍ଚୟ ନୁହେଁ । ଏବେ ୱାଇଲï ଲାଇଫ୍‌ ଭାଇରାଲ୍‌ ସିରିଜ୍‌ରେ ଏକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି ଯେଉଁଠି ହାତୀ ଗୁପଚୁପ୍‌ ଖାଉଥିବାର ନଜର ଆସୁଛି ।
ଗଜରାଜଙ୍କ ଗୁପଚୁପ୍‌ ଖିଆ

ଏହି ଘଟଣା ଆସାମ ତେଜପୁରର । ଠେଲାଗାଡି ପାଖରେ ଛିଡା ହୋଇ ଗଜରାଜ ଗୋଟିଏ ପରେ ଗୋଟିଏ ଗୁପ୍‌ଚୁପ୍‌ ବେଶ୍‌ ଆନନ୍ଦର ସହ ଖାଉଥିବାର ନଜର ଆସିଛନ୍ତି । ତେବେ ଯେଉଁ ରାସ୍ତାରେ ହାତୀ ଯାତାୟତ କରେ ସେହି ରାସ୍ତାରେ ଗୁପଚୁପ୍‌ ଠେଲା ଦେଖି ହାତୀ ପାଟିରୁ ଲାଳ ବାହାରି ଥିଲା ଓ ସେ ଠେଲାଗାଡି ପାଖକୁ ଚାଲି ଆସିଥିଲା । ଗୁପଚୁପ୍‌ ବାଲା ବି ବେଶ୍‌ ଖୁସି ମନରେ ଗଜରାଜଙ୍କୁ ଗୁପଚୁପ୍‌ ଖୁଆଇଥିଲା ।

ଗଜରାଜଙ୍କ ଗୁପଚୁପ୍‌ ଖିଆ

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ହାତୀ ଲାଇନ୍‌ରେ ଆସି ଛିଡା ହୋଇ ନିଜ ଶୁ„ରେ ଗୋଟିଏ ପରେ ଗୋଟିଏ ଗୁପଚୁପ୍‌ ନେଇ ପାଟିରେ ଦେଉଛି । ଗୋଟିଏ ପାଟିରୁ ନ ସରୁଣୁ ଆଉ ଗୋଟିଏ ପାଇଁ ଗୁପଚୁପ୍‌ ବାଲା ପାଖକୁ ଶୁ„ ବଢାଇ ଦେଉଛି । ହାତୀର ଏପରି ଅନ୍ଦାଜ ଦେଖିବା ପାଇଁ ଆଖପାଖ ଲୋକଙ୍‌କ ଭିଡ ଜମି ଯାଇଥିବାର ଦେଖିବାକୁ ମିଳୁଛି ।

Comments are closed.