ପ୍ୟାରିସ: ମେ ୧୭: ଗତକାଲି ଫ୍ରାନ୍ସର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଏଲିଜାବେଥ ବୋର୍ନ ନିଯୁକ୍ତ ହୋଇଛନ୍ତି । ତାଙ୍କୁ ୬୧ ବର୍ଷ ବୟସ ଓ ସେ ଜେନ୍ କାଷ୍ଟେସ୍ଙ୍କ ଉତ୍ତରାଧିକାରୀ । ପୂର୍ବରୁ ପ୍ରଧାନମନ୍ତ୍ରୀ ଥିବା ଜେନ୍ କାଷ୍ଟେସ୍ ଗତ ମାସରେ ଇସ୍ତଫା ଦେଇଥିଲେ । ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ ଘୋଷଣା କରିଥିଲେ ।
ଦେଶରେ ଏହି ପଦବୀରେ ଅବସ୍ଥାପିତ ଏଲିଜାବେଥ ହେଉଛନ୍ତି ଦ୍ୱିତୀୟ ମହିଳା । ତାଙ୍କ ପୂର୍ବରୁ ୧୯୯୯-୯୨ ମସିହାରେ ଏଡିଥ କ୍ରେସନ ଫ୍ରାନ୍ସର ପ୍ରଥମ ମହିଳା ପ୍ରାଧାନମନ୍ତ୍ରୀ ହୋଇଥିଲେ ।
ତେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ନୂତନ ଭାବେ ନିର୍ବାଚିତ ହୋଇଥିବା ଏଲିଜାବେଥ ବୋର୍ନ ଆଗାମୀ ଦିନରେ ପୂର୍ଣ୍ଣ ସରକାର ନିଯୁକ୍ତ କରିବେ ବୋଲି ଆଶା କରାଯାଉଛି ।
Comments are closed.