ବହୁ ବିବାଦ ପରେ ମସ୍କଙ୍କ ହାତକୁ ଗଲା ଟୁଇଟର

ନୂଆଦିଲ୍ଲୀ: ଅପ୍ରେଲ ୨୬: ଟୁଇଟରକୁ କିଣିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି । ଟୁଇଟରକୁ ୪୪ ବିଲିୟନ ଡଲାରରେ କିଣିଲେ ଏଲନ୍‌ ମସ୍କ। ଏହାକୁ କିଣିବା ପାଇଁ ବ୍ୟାପକ ମୂଲଚାଲ ହୋଇଥିଲା। ସେୟାର ହୋଲ୍ଡରଙ୍କୁ ପ୍ରତି ସେୟାର ମୂଲ୍ୟ ବାବଦରେ ସେ ୫୪.୨୦ ଡଲାର ନଗଦ ଦେବାକୁ ପ୍ରସ୍ତାବ ଦେଇଥିଲେ। ତେବେ ତାଙ୍କର ଏହି ପ୍ରସ୍ତାବକୁ ଟୁଇଟର ଗ୍ରହଣ କରିଛି। କିଛ ଦିନ ତଳେ ଟୁଇଟର ବୋର୍ଡ ଏଲନ ମସ୍କଙ୍କ ହାତକୁ ଯେଭଳି କମ୍ପାନୀ ଚାଲିନଯିବ, ସେଥିପାଇଁ ବିଭିନ୍ନ ପନ୍ଥା ଆପଣେଇଥିଲେ।କିନ୍ତୁ ଏଲନଙ୍କ ଷ୍ଟ୍ରାଟେଜି ଆଗରେ ସେସବୁ ଫେଲ୍ ମାରିଥିଲା। ବାକ୍ ସ୍ୱାଧୀନତାକୁ ନେଇ ଟ୍ୱିଟରକୁ ଟାର୍ଗେଟ କରିଥିଲେ ମସ୍କ। ଏକ ପବ୍ଲିକ୍ ପ୍ଲାଟ୍ଫର୍ମ ଭାବେ ଟ୍ୱିଟର ଉପରେ ଆମର ଭରଷା ଦୃଢ଼ ହେବା ଦରକାର ବୋଲି ସେ କହିଥିଲେ। ମାର୍ଚ୍ଚରେ ଟ୍ୱିଟର ଉପରେ ଏକ ପୋଲ୍ କରିଥିଲେ ମସ୍କ। ଟ୍ୱିଟର ଫ୍ରି ସ୍ପିଚକୁ ସୁରକ୍ଷା ଦେଇପାରୁଛି କି ନାହିଁ । ଏନେଇ ମସ୍କ ନିଜର ଫଲୋୟର୍ସଙ୍କୁ ପଚାରିଥିଲେ। ଏଥିରେ ୨୦ ଲକ୍ଷ ୟୁଜର୍ସ ଜବାବ ଦେଇଥିବା ଦାବି କରନ୍ତି ମସ୍କ। ଏହା ସହ ୭୦% ଉତ୍ତର ନାଁ ଥିବା ସେ କହିଛନ୍ତି। ଏହାପରେ ଏଲନ ମସ୍କ ଟ୍ୱିଟରର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରିବା ସହ ଏହାକୁ ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଥିଲେ । ଏବଂ ଏପରି ଏର ପ୍ଲାଟଫର୍ମକୁ ନିଜ ଅକ୍ତିଆରକୁ ଆଣିବାକୁ ଚେଷ୍ଟା କରିଥିଲେ । ଆଉ ଶେଷରେ ଏହା ସମ୍ଭବ ମଧ୍ୟ ହେଲା ।

Comments are closed.