ନୂଆଦିଲ୍ଲୀ: ଗୁଗଲ କୋ-ଫାଉଣ୍ଡର ପତ୍ନୀଙ୍କ ପ୍ରେମରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ କୋ-ଫାଉଣ୍ଡର ସର୍ଗେଇ ବ୍ରିନ୍ ତାଙ୍କ ପତ୍ନୀ ନିକୋଲ ଶନହାନଙ୍କ ଠାରୁ ଛାଡପତ୍ର ନେବେ । ଏହି ଛାତପତ୍ର ପାଇଁ କୁଆଡେ ଏଲନ୍ ମସ୍କ ଦାୟୀ । ଏଲନ୍ ମସ୍କଙ୍କ ସହ ପ୍ରେମ ସମ୍ପର୍କ ହେତୁ ଏବେ ଉଭୟ ପତି-ପତ୍ନୀଙ୍କର ଛାଡ଼ପତ୍ର ହେବାକୁ ଯାଉଛି ବୋଲି ଶୁଣିବାକୁ ମିଳୁଛି ।
ୱଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ ୨୦୦୮ ମସିହାରେ ଏଲନ୍ ମସ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ । ଏତିକି ବେଳେ ଗୁଗୁଲର ସହ ନିର୍ମାତା ସର୍ଗେଇ ବ୍ରିନ୍ ତାଙ୍କୁ ସାହାଯ୍ୟ କରି ତାଙ୍କର ଇଲେକଫ୍ରିକାଲ କମ୍ପାନୀ ଟେସ୍ଲାକୁ ବନ୍ଦ ହୋଇ ଯିବାରୁ ବଞ୍ଚାଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା । ଏଲନ୍ ମସ୍କ ଓ ଗୁଗଲ କୋ-ଫାଉଣ୍ଡର୍ ସର୍ଗେଇ ବ୍ରେନ ଦୀର୍ଘ ସମୟ ଧରି ପରସ୍ପରର ବନ୍ଧୁ ଥିଲେ । ମସ୍କ ନିୟମିତ ରୂପେ ବ୍ରିନ୍ଙ୍କ ସିଲିକନ୍ ଭେଲି ସ୍ଥିତ ଘରକୁ ଯିବା ଆସିବା କରୁଥିଲେ । ଏହାରି ଭିତରେ ନିକୋଲ୍ଙ୍କର ମସ୍କଙ୍କ ସହ ପରିଚୟ ହୋଇଥିଲା ।
ପରବର୍ତ୍ତୀ ମୁହୂର୍ତ୍ତରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ରିପୋର୍ଟ ଅନୁସାରେ ମସ୍କ ଓ ନିକୋଲଙ୍କ ଭିତରେ ପ୍ରେମ ସମ୍ପର୍କ ଗତବର୍ଷ ଡିସେମ୍ବର ମାସରେ ମିଆମିରେ ଆର୍ଟ ବେସଲରେ ଆରମ୍ଭ ହୋଇଥିଲା । କି;ୁ ପରେ ବ୍ରିନ୍ ଏହି କଥା ଜାଣିବା ପାରେ ମସ୍କ ଏକ କାର୍ଯ୍ୟକ୍ରମ ତାଙ୍କୁ କ୍ଷମା ମଧ୍ୟ ମାଗିଥିଲେ । ହେଲେ ପରେ ମସ୍କ ଓ ନିକୋଲ ମଧ୍ୟରେ ପ୍ରେମ ସମ୍ପର୍କ ଆହୁରି ନିବିଡ ହେବାରେ ଲାଗିଥିଲା । ଏଥିଯୋଗୁ ଗୁଗଲ କୋ-ଫାଉଣ୍ଡର୍ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି । ଶେନହାନ ବର୍ତ୍ତମାନ ଛାଡପତ୍ର ପାଇଁ ବ୍ରିନ୍ଙ୍କ ଠାରୁ ଏକ ବିଲିଅନ୍ ଡଲାରରୁ ଅଧିକ ଦାବି କରିଥିବା କୁହାଯାଇଛି ।
ସେପଟେ ଶେନହାନଙ୍କ ସହ ପରକୀୟାପ୍ରୀତିକୁ ନେଇ ମୁହଁ ଖୋଲିଛନ୍ତି ଏଲନ୍ ମସ୍କ । ତାଙ୍କ ବିରୋଧରେ ଆସିବା ଏଭଳି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ସର୍ଗେଇ ମୋର ଜଣେ ଭଲ ବନ୍ଧୁ ଗତ ରାତିରେ ଆମେ ଏକାଠି ପାର୍ଟି କରିଥିଲେ । ମୁଁ ତିନି ବର୍ଷ ମଧ୍ୟରେ କେବଳ ଦୁଇ ଥର ନିକୋଲଙ୍କୁ ଦେଖିଛି । ଏହି ଦେଖାସାକ୍ଷାତ ବି ଅନେକ ଲୋକଙ୍କ ଉପସ୍ଥିତିରେ ହୋଇଛି । ଆମ ମଧ୍ୟରେ ଏଭଳି କିଛି ସମ୍ପର୍କ ନାହିଁ । ଏ ସବୁକିଛି କେବଳ ‘ ବୁଲ୍ ସିଟ୍ଦ ।
ଉଲ୍ଲେଖଯୋଗ୍ୟ, ଟ୍ୱିଟର୍ ସହ ହୋଇଥିବା ୪୪ ବିଲିୟନ୍ ଡିଲରୁ ଗତ କିଛି ଦିନ ତଳେ ଓହରି ଯାଇଛନ୍ତି ଏଲନ୍ ମସ୍କ । ପ୍ରଖ୍ୟାତ ସାମାଜିକ ଗଣମାଧ୍ୟମ କମ୍ପାନୀ ଟ୍ୱିଟରକୁ ୪୪ ବିଲିୟନ୍ ଡଲାର୍ ବିନିମୟରେ କିଣିବେ ବୋଲି ଏଲନ୍ ମସ୍କ୍ ଚୁକ୍ତି କରିଥିଲେ । କି;ୁ, ଟ୍ୱିଟର ପ୍ଲାଟଫର୍ମରେ ଥିବା ଜାଲ୍ ଆକାଉଣ୍ଟ୍ ସଂକ୍ରାନ୍ତରେ ଟ୍ୱିଟର କମ୍ପାନୀ ତଥ୍ୟ ନ ଦେବାରୁ ସେ ଉକ୍ତ ଚୁକ୍ତିରୁ ଓହରି ଯାଇଥିବା ଘୋଷଣା କରିଥିଲେ । ସେଥିପାଇଁ ତାଙ୍କ ନାମରେ ମାମଲା ରୁଜୁ କରିବ ବୋଲି ଟ୍ୱିଟର ଧମକ ଦେଇଥିଲା ।
Comments are closed.