ମହାକାଶରେ ବିପଦ ବଢାଉଛନ୍ତି ଏଲନ୍‌ ମସ୍କ

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ସ୍ପେସ୍‌ଏକ୍ସର ମାଲିକ ଏଲନ ମସ୍କଙ୍କୁ ନେଇ ସର୍ବଦା ଚର୍ଚ୍ଚା ଜାରି ରହିଥାଏ । ସ୍ପେସ୍‌ଏକ୍ସ ଅତ୍ୟାଧୁନିକ ରକେଟ୍‌ ଓ ମହାକାଶଯାନ ଲଞ୍ଚ କରିବା ପାଇଁ ଜଣାଶୁଣା । କିନ୍ତୁ ଏବେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି କି ଅଧିକ ମାତ୍ରାରେ ଉପଗ୍ରହ ଲଞ୍ଚ କରାଯିବା ଦ୍ୱାରା ବିମାନ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଇବ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ମସ୍କଙ୍କ କମ୍ପାନୀ ଇଣ୍ଟରନେଟ୍‌ର ବ୍ୟବହାର ଲାଗି ୪୦ ହଜାର ସାଟେଲାଇଟ୍‌ ଲଞ୍ଚ କରିବାକୁ ଯାଉଛନ୍ତି । ତାଙ୍କ ଇଣ୍ଟରନେଟ୍‌ କମ୍ପାନୀର ନାମ ଷ୍ଟାରଲିଙ୍କ । ବ୍ରିଟିଶ ସମ୍ବାଦପତ୍ର ଦି ସନ୍‌ ଅନୁଯାୟୀ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ଏ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସର୍ଭିସ୍‌ ପାଇଁ ୩ ହଜାର ସାଟେଲାଇଟ୍‌ ଲଞ୍ଚ କରିସାରିଛି ।

ମହାକାଶରେ ବିପଦ ବଢାଉଛନ୍ତି ଏଲନ୍‌ ମସ୍କ

ଅନ୍ୟପକ୍ଷରେ ମସ୍କ ୨୦୧୯ରେ ଆଉ ୩୦ ହଜାର ସାଟେଲାଇଟ୍‌ ପଠାଇବା ଲାଗି ଯୋଜନା ପ୍ରସ୍ତୁତ କରିସାରିଛନ୍ତି । ଏହି ସମସ୍ତ ସାଟେଲାଇଟ୍‌ ପୃଥିବୀର ନିମ୍ନ ଗୋଲାର୍ଦ୍ଧକୁ ପଠାଯାଇଥାଏ । ଜ୍ୟୋତିର୍ବିଜ୍ଞାନୀମାନଙ୍କ ମତ ଏହି ଉପଗ୍ରହ ଦ୍ୱାରା ମହାକାଶରେ ଭିଡ ବଢିଯିବ । ଫଳରେ ସାଟେଲାଇଟ୍‌ଗୁଡିକ ପରସ୍ପର ସହ ପିଟି ହେବାର ସମ୍ଭାବନା ବଢିଯିବ ।

ଏଡିନବର୍ଗ ବିଶ୍ୱବିଦ୍ୟାଳୟର ମହାକାଶ ବିଜ୍ଞାନୀ ତଥା ପ୍ରଫେସର ଏଣ୍ଡି ଲରେନ୍ସଙ୍କ କହିବା ଅନୁସାରେ ଏହା ବାୟୁମଣ୍ଡଳ ଦେଇ ଗତି କରିବା ସମୟରେ ଜ୍ୱଳନ ଅବସ୍ଥାରେ ଥାଏ । ଏହାର ଏକ ସୂକ୍ଷ୍ମ ଅଂଶ ବି ଏକ ବିମାନକୁ ତଳକୁ ଖସାଇ ଦେଇପାରେ । ବିମାନରେ ନିଆଁ ଲାଗିଯାଇପାରେ ଓ ଶହ ଶହ ଲୋକ ମୃତୁ୍ୟମୁଖରେ ପଡିପାରନ୍ତି । ଏଣୁ ଏହାକୁ ଗୁରୁତ୍ୱର ସହ ନେବା ଉଚିତ ।

Comments are closed.