ସମ୍ବଲପୁର: ଜାନଆରୀ ୧୧: ବିଶିଷ୍ଟ ଲେଖକ ତଥା ସାହିତି୍ୟକ ଡଃ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ଆଜି ସକାଳେ ପରଲୋକ ଘଟିଛି । କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ । ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ବାରଡୁଙ୍ଗୁରୀଠାରେ ଥିବା ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ଜଣେ ଆଦର୍ଶ ଶିକ୍ଷକ , ସାହିତି୍ୟକ ଭାବରେ ସେ ସାରା ଓଡ଼ିଶାରେ ପରିଚିତ । ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।
ସମ୍ବଲପୁର ଭାଷାର ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ଅପୂରଣୀୟ । ଏକାଧିକ ନାଟକ, କବିତା ଓ ଗପ ରଚନା ରଚି ସେ ଉଭୟ ଓଡ଼ିଆ ଓ ସମ୍ବଲପୁର ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି । ପ୍ରମୁଖ ସାହିତ୍ୟକୃତି ମଧ୍ୟରେ ଜୀବନୀ ପୁସ୍ତକ ହଜିଲା ଦିନ, କବିତା ପୁସ୍ତକ ଦରିଆ ପାରିର କବିତା, ମନୋଲୀନା, ପାଉଁଶ ତଳର ନିଆଁ, ଗଳ୍ପ ସଂକଳନ ଅସ୍ତରାଗର କବି, ନାଟକ ଉଡ୍ଲା ପତର୍ ବୁଡ୍ଲା ଡଙ୍ଗା, ହତରିଆର ଭୂତିଆର୍, ସୁରେନ୍ଦ୍ର ସାଏ, ବରୁଆ, ଛଇଲି, ଉଲVୁଲାନ୍, ମାଦ ସମଲେଇ ପ୍ରମୁଖ ପାଠକଙ୍କ ମହଲରେ ବେଶ୍ ଆଦୃତ ହୋଇପାରିଛି ।
ତାଙ୍କ ଦ୍ୱାରା ଲିଖିତ ନାଟକ ‘ଭୂଖା’ ଚଳଚ୍ଚିତ୍ରର ରୂପ ନେଇଥିଲା । ଏହା ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଥିଲା । ସେ ରାଷ୍ଟପତି ପୁରସ୍କୃତ ଶିକ୍ଷକ ଥିଲେ । ତାଙ୍କ ସାହିତ୍ୟ କୃତି ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡିଲିଟ୍ ଉପାଧି ଦିଆଯାଇଛି । ଏହାଛଡ଼ା ସେ ଭରତ ଚନ୍ଦ୍ର ସ୍ମୃତି ସମ୍ମାନ, ବାଲେଶ୍ୱର ଫକୀର ମୋହନ ସମ୍ମାନ ପାଇଛନ୍ତି ।
Comments are closed.