ଏସୋଫାଗେଲ୍‌ କ୍ୟାନ୍ସର

0

କ୍ୟାନ୍ସର ସବୁବେଳେ ଆତ୍ମଘାତୀ ରୋଗ ଭାବେ ବର୍ଣ୍ଣନା ହୋଇଛି । ଏହାକୁ ଚିହ୍ନି ଏହାର ଚିକିତ୍ସା କରିବା ସବୁବେଳେ ଚାଲେଞ୍ଜିଂ ହୋଇଥାଏ । ଏହାର ଅନେକ ପ୍ରକାର ମଧ୍ୟ ରହିଛି । ସେଥିମଧ୍ୟରୁ ଗୋଟିଏ ହେଲା ଏସୋଫାଗେଲ କ୍ୟାନ୍ସର । ଏହା ଆମର ଗଳାଠାରୁ ପେଟକୁ କନେକଫ କରୁଥିବା ନଳୀରେ ହୋଇଥାଏ । ଶରୀରରେ ଥିବା ଏସୋଫାଗୋସ ଆମର ଖାଦ୍ୟକୁ ପାକସ୍ଥଳୀରେ ପହଞ୍ଚାଇବା କାମ କରିଥାଏ । ତେବେ ଏହି ରୋଗ ମହିଳାଙ୍କ ଠାରୁ ପୁରୁଷଙ୍କ କ୍ଷେତ୍ରରେ ଅଧିକା ହୋଇଥାଏ ବୋଲି ରିସର୍ଚ୍ଚରୁ ଜଣା ପଡିଛି ।
ଲକ୍ଷଣ
– ଏହା ହେବା ଦ୍ୱାରା ଆମକୁ ଖାଦ୍ୟ ଗିଳିବାରେ ଅସୁବିଧା ହୋଇଥାଏ । ତେବେ ଏହି ରୋଗ କାରଣରୁ ପ୍ରଥମରୁ କେବଳ କଠିନ ଖାଦ୍ୟ ଖାଇବାରେ ଅସୁବିଧା ହୋଇଥାଏ, ହେଲେ ପରେ ତରଳ ଖାଦ୍ୟ ଖାଇବାରେ ମଧ୍ୟ ସମସ୍ୟା ଉପୁଜିଥାଏ । ଏଭଳିକି ପାଣି ପିଇବାବେଳେ ମଧ୍ୟ କଷ୍ଟ ହୋଇଥାଏ ।

-ଏହି ରୋଗର ଏକ ସାଧାରଣ ଲକ୍ଷଣ ହେଲା ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ବେଳେବେଳେ ଏହା ପିଠିରେ ମଧ୍ୟ ଅନୁଭବ ହୋଇଥାଏ। ଯଦି ଏଭଳି ଯନ୍ତ୍ରଣା ଅନୂଭବ ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
– ଏହା ହେଲେ କାଶ ମଧ୍ୟ ହୋଇଥାଏ । କେବଳ କାଶ ନୁହେଁ ବାନ୍ତି, ଓଜନରେ ହ୍ରାସ, ହାତଗୋଡ ବିନ୍ଧା ଆଦି ମଧ୍ୟ ହୋଇଥାଏ । ଏଭଳି କୌଣସି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

 

Leave A Reply

Your email address will not be published.