ଭୁବନେଶ୍ୱର : ପୁଣି ମନମାନୀ ଚଳାଇଲା ପଶ୍ଚିମବଙ୍ଗ । ବନ୍ଦ କଲା ଆଳୁରପ୍ତାନି । ସୀମାରେ ଅଟକିଛି ଶହ ଶହ ଟ୍ରକ । ସୀମାନ୍ତ ପୋଲିସକୁ ସଜାଗ କରାଇଲେ ମମତା ସରକାର । ସୀମା ପ୍ରବେଶ ଅନୁମତି ନପାଇ ବେଲଦା ନିକଟରେ ଅଟକିଛି ଶହ ଶହ ଆଳୁ ଟ୍ରକ । ଓଡ଼ିଶାକୁ ଆଳୁ ନେଇ ଆସିବା ବେଳେ ୬୦ନମ୍ବର ଜାତୀୟ ରାଜପଥ ବେଲଦା ନିକଟରେ ଅଟକାଇଛି ପଶ୍ଚିମବଙ୍ଗ ପ୍ରଶାସନ । ପଶ୍ଚିମବଙ୍ଗ ରେ ଆଳୁ ଦର ହ୍ରାସ ନ ପାଇବା ପର୍ଯ୍ୟନ୍ତ ରପ୍ତାନୀ ବନ୍ଦ ରହିବା ନେଇ ସୂଚନା ମିଳିଛି । ଫଳରେ ରାଜ୍ୟରେ ଆଳୁ ଦର ବଢିବା ନେଇ ଆଶଙ୍କା ଉପୁଜିଛି ।
ସୂଚନାନୁସାରେ,ପଶ୍ଚିମବଙ୍ଗ ବଜାରରେ ଆଳୁର ଦର ୩୫ ଟଙ୍କା ଓ ୪୦ଟଙ୍କା ଥିବାରୁ ବଜାରର ଦର ନିୟନ୍ତ୍ରଣ ପାଇଁ ଆଳୁ ରପ୍ତାନି ଉପରେ ରୋକ ଲଗାଇଛନ୍ତି ଦିଦି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ବୁଧବାର ରାତିରୁ ଅଟକି ରହିଛି ଶତାଧିକ ଆଳୁ ବୋଝେଇ ଟ୍ରକ୍। ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ନାକା ଯାଂଚ୍ କରାଯାଉଛି। ଆନ୍ତଃରାଜ୍ୟ ସୀମା ଦେଇ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ କରାଯାଇଛି। ଏନେଇ ଗତକାଲି ମମତା ବାନାର୍ଜୀ ନବାନ୍ନାରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଡାକି ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ। ଏହାପରେ ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କୁହାଯାଉଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)