ରାଜଧାନୀରେ ୧୪ଟି ଡାନ୍ସ ବାରକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ମଇ ୧୨: ଅବକାରୀ ବିଭାଗ ଦେଲା ରାଜଧାନୀର ୧୪ ଟି ଡ୍ୟାନ୍ସବାରକୁ ଅନୁମତି । ରେନ୍‌ ଦ କ୍ଲବ, ଲାଇଭ୍‌ ଇଟ ଅପ, ସ୍ୱାଗତ ବାର, ଦିପାଳୀ, ଉର୍ମି, ଗ୍ରିନ ଗ୍ରି ଫିଲ, ଅଶୋକା, ରିୱାଇଣ୍ଡ୍‌, ଆଲିଶାନ, ବାର୍ବି, ମହାନ୍ତି, ପେଣ୍ଟାଗନ, ପ୍ରିନ୍ସ ଓ ଏକାମ୍ର ବାରକୁ ମିଳିଲା ଅନୁମତି । ସେହିପରି ୨୩ ବର୍ଷରୁ କମ୍‌ ବୟସ୍କ ଯୁବତୀଙ୍କୁ ଡ୍ୟାନ୍ସ କରାଇବା ଓ ସେମାନଙ୍କ ଉପରେ ଟଙ୍କା ଉଡାଇବାକୁ ବାରଣ କରାଯାଇଛି । କରୋନା କଟକଣା ଲାଗି ଭୁବନେଶ୍ୱର ଡ୍ୟାନ୍ସବାର ଗୁଡିକ ବନ୍ଦ କରି ଦିଆଯାଇଥିଲା । ଲାଇସେନ୍ସ ମଧ୍ୟ ଦିଆଯାଉନଥିଲା । ତେଣୁ ବିନା ଲାଇସେନ୍ସରେକିଛି ଡ୍ୟାନ୍ସବାର୍‌ ଚଳାଉଥିଲେ । ପରେ ଅବକାରୀ ବିଭାଗ ଓ କମସିନରେଟ ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଡ୍ୟାନ୍ସବାର ଗୁଡ଼ିକୁ ବନ୍ଦକରି ଦିଆଯାଇଥିଲା । କି;ୁ ଏବେ ରାଜଧାନୀର ୧୪ଟି ଡ୍ୟାନ୍ସବାରକୁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି । ବାର୍‌ ମାଲିକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳି ମାନିବାକୁ କଡ଼ାକଡ଼ି କରାଯାଇଛି । ସେହିପରି ସ୍ଥାନୀୟ ପୋଲିସ ଠାରୁ ମ୍ୟୁଜିକାଲ ଓ ଲାଇଟ ସାଉଣ୍ଡର ଅନୁମତି ସହ ଫାୟାର ସେଫଫି ସାର୍ଟିଫିକଟ୍‌ ଠିକ୍‌ କରି ଡ୍ୟାନ୍ସବାର୍‌ ଚଳାଇବାକୁ ଅନୁମତି ଦିଆଯାଇଛି ।

Comments are closed.