ହୋଲିରେ କିପରି ନେବେ ଆଖିର ଯତ୍ନ

0

ଆଉ ଗୋଟିଏ ଦିନ ପରେ ରଙ୍ଗର ପବ ହୋଲି । ହୋଲି ଖେଳିବାକୁ ସମସ୍ତେ ସଜବାଜ ହେଉଛନ୍ତି । ଆଉ ହୋଲିର ରଙ୍ଗ ଖେଳି ସମସ୍ତେ ମସଗୁଲ ହେବେ । ସମସ୍ତେ ଖେଳି ଖେଳିବାରେ ଏତେ ମସଗୁଳ ରହିବେ ଯେ କେତେକ ଜରୁରୀ ଜିନିଷ ଉପରେ ଧ୍ୟାନ ଦେବାକୁ ଭୁଲି ଯିବେ । ହେଲେ ଆପଣ ହୋଲି ଖେଳିଲା ବେଳେ ଜମାବି ଏପରିଭୁଲ କରନ୍ତୁ ନାହିଁ । ନଚେତ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖଥିନ ହେବାକୁ ପଡିପାରେ । ଆପଣ ହୋଲି ଖେଳିଲା ବେଲେ ଏହି ସବୁ ଜରୁରୀ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ । ଯାହା ଦ୍ୱାରା ହୋଲିକୁ ଆପଣ ଉପଭୋଗ କରିପାରିବେ । ହୋଲି ଖେଳିବା ବେଳେ ସବୁଠାରୁ ଗୁରୁତ୍ୱ ପୂଣ୍ମ ଅଙ୍ଗ ହେଉଛି ଆଖି । ଆଖିର ଯତ୍ନ ନେବା ସବୁଠାରୁ ବଡ କାମ ଅଟେ । ତେବେ ଆସନ୍ତୁ ଜାଣିବା ହୋଲି ଖେଳିବା ବେଲେ କେମିତି ଆଖିର ଯତ୍ନ ନେବେ ।

ଆଖି ହେଉଛି ଆମ ଶରୀରର ଏକ ସମ୍ବେଦନଶୀଳ ଅଙ୍ଗ ଅଟେ । ସେଥିପାଇଁ ହୋଲି ଖେଳିବା ବେଳେ ଆଖିରେ ଚଷମା ପିନ୍ଧିବା ଜରୁରୀ ଅଟେ । ଯଦି କେହି ଆଖିରେ ଲେନ୍ସ ବ୍ୟବହାର କରୁଛନ୍ତି ତେବେ ହୋଲିର ରଙ୍ଗ ଯେପରି ଆଖି ଭିତରକୁ ପ୍ରବେଶ ନକରେ । ଯଦି ଲେନ୍ସ ଲଗାଇବା ସମୟରେ ରଙ୍ଗ ଆଖିରେ ପଡେ ତେବେ ଇନଫେକ୍ସନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହା ଉପରେ ଧ୍ୟାନ ଦେବା ଉଚିତ । ରଙ୍ଗ ହାତ ହୋଇ ଆଖିରେ ହାତ ମାରନ୍ତୁ ନାହିଁ । ଯଦି ହୋଲି ଖେଳିବା ବେଳେ ଆଖିରେ ଧୂଳି କିମ୍ବା ରଙ୍ଗ ପଡେ ତେବେ ହାତରେ ଏହାକୁ ଦଳନ୍ତୁ ନାହିଁ । ସଙ୍ଗେ ସଙ୍ଗେ ଥଣ୍ଡା ପାଣିରେ ଆଖିକୁ ଧୋଇ ସଫା କରି ଦିଅନ୍ତୁ ।

ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଇ ଡପ୍ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ଆଖିକୁ ସଫା କରିବାକୁ ଚାହୁଁଛନ୍ତି ତେବେ ସଫା ପାଣିରେ ଆପଣ ଆଖିକୁ ଧୋଇ ପାରିବେ । ଏହାସହିତ ଆଖିକୁ ଭଲ ଭାବରେ ପୋଛି ଗୋଲାପ ଜଳ ବ୍ୟବହାର କରିପାରିବେ ।

Leave A Reply

Your email address will not be published.