ସୋସିଆଲ୍ ମିଡିଆରେ ଉର୍ଫି ଜାଭେଦ୍ ବେଶ୍ ସକ୍ରିୟ ରହିଥାନ୍ତି ଓ ଲଗାତର ନୂଆ ନୂଆ ଫ୍ୟାଶନରେ ଦର୍ଶକଙ୍କ ସହ ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ତାଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଆସିବା ମାତ୍ରେ ତତକ୍ଷଣାତ୍ ଭାଇରାଲ୍ ହୋଇଥାଏ । ଉର୍ଫିଙ୍କ ଇନଷ୍ଟାଗ୍ରାମ ସାଇଟ୍ର ଇନଷ୍ଟା ସାଇଟ୍ରେ ଗତ କିଛିଦିନ ହେବ ପ୍ରସିଦ୍ଧ ଅଭିନେତ୍ରୀ ଜୀନତ ଅମାନଙ୍କ ଗ୍ଲାମରସ୍ ଓ ବୋଲï ଫଟୋ ଦେଖିବାକୁ ମିଳୁଛି ।
ଏହା ସହିତ ସେ (ହାୟ ହାୟ ୟେ ମଜବୁରୀ) ହ୍ୟାସ୍ଟ୍ୟାଗର ମଧ୍ୟ ବ୍ୟବହାର କରିଛନ୍ତି । ଉର୍ଫି ଜୀନତଙ୍କ ତିନି ଅଲଗା ଅଲଗା ଫଟୋ ନିଜ ଇନଷ୍ଟାଷ୍ଟୋରୀରେ ସେୟାର କରିଛନ୍ତି । ଉର୍ଫିଙ୍କ ଏହି ଷ୍ଟୋରୀ ଦେଖିବା ପରେ ତାଙ୍କ ଫ୍ୟାନ୍ସ ଏବେ ଅନୁମାନ ଲଗାଇଛନ୍ତି ଯେ, ସେ ଜୀନତ ଅମାନଙ୍କୁ ନିଜ ପ୍ରେରଣା ଭାବରେ ମାନିିଥାନ୍ତି କିମ୍ବା ସେ ତାଙ୍କ ସହ କୌଣସି ପ୍ରୋଜେକଫରେ କାମ କରିବାକୁ ଯାଉଛନ୍ତି । ଜୀନତ ଅମାନ ବି ତାଙ୍କ ସମୟର ସବୁଠାରୁ ବୋଲï ଓ ଗ୍ଲାମରସ୍ ଅଭିନେତ୍ରୀ ଥିଲେ ।
ଯେଉଁ ସମୟରେ ଅଭିନେତ୍ରୀମାନେ ଶାଢୀ ଓ ସାଲୱାର ସୁଟ୍ରୁ ଆଗକୁ ଯାଉ ନ ଥିଲେ ସେ ସମୟରେ ଜୀନତ ନିଜ ବଡି ଫ୍ଲଣ୍ଟ କରୁଥିଲେ । ଜୀନତଙ୍କ ଫଟୋ ସେୟାର କରିବାକୁ ନେଇ ଉର୍ଫି କହିଛନ୍ତି, ପିଲାଦିନୁ ଜୀନତ ମୋର ଅତି ପ୍ରିୟ ଅଭିନେତ୍ରୀ ଥିଲେ । ସେ ଏପରି ଜଣେ ମହିଳା ଥିଲେ ଯିଏ କି ନିଜ ସମୟ ଠାରୁ ସର୍ବଦା ଆଗରେ ଚାଲୁଥିଲେ । ଯେଉଁ ରାସ୍ତାରେ ସେ ଚାଲୁଥିଲେ ସେହି ରାସ୍ତାରେ ଚାଲିବା ମୋ ପାଇଁ କୌଣସି ଏକ ସ୍ୱପ୍ନ ଠାରୁ କମ୍ ନୁହେଁ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)