ଲ୍ୟାମ୍ଫସ ଏମଡ଼ିଙ୍କ ଅସହଯୋଗରୁ ଚାଷୀଙ୍କୁ କନ୍ଦାଇଲା କାଳବୈଶାଖୀ ଓଡ଼ିଶାଜିଲ୍ଲା By Samaya Live On Mar 14, 2020 Share ସମୟ ଲାଇଭ,୧୪/୩(ରାଜ୍ ଗୁପ୍ତା): ସରକାର ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ନୂଆ ନୂଆ କୌଶଳ ପ୍ରୟୋଗ କରି ଲୋକଙ୍କ ପାଖରେ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ଉଦ୍ୟମ କରିଆସୁଥିଲେ ମଧ୍ୟ ଏଥିରେ କଣ୍ଟା ସାଜୁଛନ୍ତି ସରକାରୀ କର୍ମଚାରୀ। ଆଉ ସୁବିଧା ସୁଯୋଗ ପାଇବା ବଦଳରେ କ୍ଷତି ସହୁଛନ୍ତି ନୀରିହ ଚାଷୀ। ତେବେ ଲ୍ୟାମ୍ପସର ଏମଡ଼ି ଓ ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାଳ ବୈଶାଖୀରେ ଭିଜିଲା ଚାଷୀଙ୍କ ଶୁଖିଲା ଧାନ। ଆଉ ଆଖିରୁ ବୋହିଲା ଧାର ଧାର ତାତିଲା ଲୁହ। ଦୈବିଦୁର୍ବିପାକର ସମ୍ମୁଖୀନ ହୋଇ କ୍ଷତି ସହିବା ପରେ ବି ନିଜସ୍ୱ ଉଦ୍ୟମରେ ଅଣ୍ଟା ସଳଖି ଅସହାୟ ଚାଷୀଟି ଅମଳ କରିଥିବା ଫସଲ ବିକ୍ରି କରିବାକୁ ଆଣି ଲ୍ୟାମ୍ଫସ ଏମଡ଼ି ଓ ମିଲରଙ୍କ ଅସାଧୁମେଣ୍ଟର ଚକ୍ରାନ୍ତର ଶିକାର ହେବା ଭଳି ଘଟଣା ଠାରୁ ୫ଞ ପାଇଁ ଲଜ୍ୟାଜନକ ଘଟଣା ଆଉ କଣ ହୋଇପାରେ ବୋଲି ପ୍ରଶ୍ନ ଉଠୁଛି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାବ୍ଲକ ଅଧିନ ବାହାନଡ଼ା ବୃହଦାକାର ବହୁମୁଖୀ ସମବାୟ ସମିତିରେ ଧାନବିକ୍ରୟ ପାଇଁ ୧୧ତାରିଖରେ ଟୁକନ ଏସ ଏମ ଏସ୍ ଜରିଆରେ ପ୍ରାୟ ୫୯ଜଣ ଚାଷୀଙ୍କୁ ସୂଚନା ଦିଆଯାଇଥିଲା । କିଛି ଚାଷୀ ୧୧ତାରିଖ ସକାଳେ ଲ୍ୟାମ୍ଫସର ମଣ୍ଡିକୁ ଧାନ ଆଣିଥିଲେ। ହେଲେ ସେଦିନ ହୋଲିର ପରଦିନ କାରଣରୁ ଲେବର ମିଳିନଥିବାରୁ ଅଳ୍ପ କିଛି କିଣିବା ପରେ ଆର ଏମ ସି ଧାନକିଣା ବନ୍ଦ କରିବାରୁ ବିକ୍ରି କରିବାକୁ ଆଣିଥିବା ଧାନ ଲ୍ୟାମ୍ଫସ ସମ୍ମୁଖରେ ଗଦା ହୋଇ ରହିଥିଲା ବୋଲି ଚାଷୀ ଅଭିଯୋଗ କରି କହିଛନ୍ତି। ଏଭଳି ଚକ୍ରାନ୍ତମୁଳକ ବ୍ୟତିକ୍ରମ ସତ୍ତ୍ୱେ ପରବର୍ତ୍ତୀ ଦିନ ୧୨ ତାରିଖ ୫ଟା ସୁଧା ଆର ଏମ ସି ପକ୍ଷରୁ ଧାନକ୍ରୟ ପାଇଁ ପହଁଛି ନଥିଲେ। ଏପଟେ ସେହିଦିନ ପ୍ରାୟ ୨ଟା ସମୟରେ ଅଚାନକ କାଳବୈଶାଖୀ ତାଣ୍ଡଵ ଯୋଗୁଁ ପ୍ରବଳ ଝଡବର୍ଷାରେ ଚାଷୀଙ୍କ ଧାନବସ୍ତା ବାହାରେ ଥିବାରୁ ବର୍ଷାରେ ଓଦା ହୋଇଯାଇଥିଲା।ଲ୍ୟାମ୍ପସ ତରଫରୁ ଯୋଉ କେତୋଟି ତମ୍ବୁ ଯୋଗାଇ ଦିଆ ଯାଇଥିଲା ତାହା ନିଅଣ୍ଟ ପଡ଼ିଥିଲା। ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ଓ ହୋହାଲ୍ଲା ପରେ ଏମଡି ଆସି ଟୁକନର କ୍ରମିକ ହିସାବରେ ଧାନବିକ୍ରି ପାଇଁ ଚାଷୀଙ୍କୁ ଡାକିଥିଲେ। ଏପଟେ ଆର ଏମ ସି ଓ ସ୍ଥାନୀୟ ଲ୍ୟାମ୍ପର ଏମଡ଼ି ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ହୀନସ୍ତା ଭୋଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚାଷୀ। ତେବେ ବହିରେ ପିଲାମାନେ ପଢ଼ୁଥିବା ‘ଚାଷ ଅଛି ଯାହାର, କି ଆନନ୍ଦ ତାହାର‘ ଉକ୍ତି ଏଠି ସରକାରୀ ଅବ୍ୟବସ୍ଥା ସାଙ୍ଗକୁ ବିଭାଗୀୟ ଅଧିକାରୀଙ୍କ ଅସହଯୋଗ ଏବଂ ମନମୁଖୀ ପରିଚାଳନା ପାଇଁ କ୍ଷତି ସହୁଛନ୍ତି ନୀରିହ ଚାଷୀ। ହେଲେ ନିୟମ ପ୍ରଣୟନ କରୁଥିବା ସରକାର ଏହାର ତର୍ଜମା କରି ଚାଷୀଙ୍କୁ ସହାୟତା କରିବା ବଦଳରେ ସେହି ସମସ୍ୟା ମଧ୍ୟରେ ଛନ୍ଦି ଦେଉଛନ୍ତି ଚାଷୀଙ୍କୁ ବୋଲି ଅଭିଯୋଗ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି ହେଲେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ଚାଷୀ। Share
Comments are closed.