ପୁଅର ହାତୁଡି ମାଡ଼ରେ ବାପାଙ୍କ ମୃତ୍ୟୁ

0

ଫୁଲବାଣୀ : ନିଶାସକ୍ତ ପୁଅର ଉନ୍ମତ କାଣ୍ଡ । ବାପାକୁ ହାତୁଡ଼ିରେ ପିଟି ନିର୍ମମ ଭାବରେ ହତ୍ୟା । ଶୁକ୍ରବାର ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ଲାମପଦର ଗାଁରେ । ବୃଦ୍ଧ ବାପାକୁ ନିଶାସକ୍ତ ପୁଅ ନିର୍ମମ ଭାବରେ ହାତୁଡ଼ିରେ ପିଟିପିଟି ହତ୍ୟା କରିଛି । ଖବର ପାଇ ଫିରିଙ୍ଗିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଶାସକ୍ତ ପୁଅକୁ ହେପାଜତକୁ ନେବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ଘଟନାନୁସାରେ, ଲାମପଦର ଗାଁର ଡକେଣା ଦିଗାଲ ରାତିରେ ବାହାରକୁ ପରିସ୍ରା କରିବାକୁ ଆସିଥିବା ବେଳେ ପୁଅ ସୁରଜ ଦିଗାଲ ନିଶାସକ୍ତ ଅବସ୍ଥାରେ ଘରକୁ ଫେରୁଥିବାର ଦେଖି ତାଗିଦ କରିଥିଲେ ।ଏହା ପରେ ଉତ୍ତ୍ୟକ୍ତ ହୋଇ ହାତୁଡ଼ିରେ ମୁଣ୍ଡକୁ ପିଟି ଚାଲିଥିଲେ ସୁରଜ । ଫଳରେ ଘଟଣାସ୍ଥଳରେ ବୃଦ୍ଧ ବାପା ଟଳି ପଡିଥିଲେ । କିଛି ସମୟ ପରେ ସ୍ୱାମୀ ଘରକୁ ନଯିବାରୁ ମୃତକଙ୍କ ସ୍ତ୍ରୀ ବାହାରକୁ ଆସି ଦେଖିଥିଲେ କିନ୍ତୁ ସେତେବେଳକୁ ଡକେଣା ଦିଗାଲଙ୍କ ମୃତ୍ୟୁ ହୋଇସାରିଥିଲା ।

ଘଟଣା ସମ୍ପର୍କରେ ଖବର ପାଇ ଫିରିଙ୍ଗିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ହତ୍ୟାକାରୀ ପୁଅ ସୁରଜ ଦିଗାଲକୁ ଗିରଫ କରିଛି । ହତ୍ୟାକାରୀ ପୁଅ ସମସ୍ତ ଘଟଣାକୁ ସ୍ୱୀକାର କରିବା ସହ ମଦ ନିଶାରେ ଏଭଳି ଘଟାଇଥିବା ବଖାଣିଛି ।

 

Leave A Reply

Your email address will not be published.