ଭୁବନେଶ୍ୱର(ଶକ୍ତି ପ୍ରକାଶ ନନ୍ଦ): କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଗ୍ରୁପ-ଏ’ର ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦୁଇ ଶକ୍ତିଶାଳୀ ଦଳ ଆମେରିକା ଓ ବ୍ରାଜିଲ ପରସ୍ପରକୁ ଭେଟିଥିଲେ । ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ମ୍ୟାଚ୍ଟି ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲରେ ଡ୍ର’ ରହିବା ସହ ପଏଣ୍ଟ ଭାଗ ହୋଇଥିଲା । ବ୍ରାଜିଲର ଗୋଲ ରକ୍ଷକ ଲିଲେନଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା । ପୂର୍ବରୁ ପ୍ରଥମ ମ୍ୟାଚରେ ଆମେରିକା ୮-୦ ଗୋଲରେ ଆୟୋଜକ ଭାରତକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା । ବ୍ରାଜିଲ ୧-୦ ଗୋଲରେ ମରେMାକୁ ହରାଇ ବିଶ୍ୱକପ ଯାତ୍ରା ଆରମ୍ଭ କରିଥିଲା । ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ ଆମେରକା-ମରେMା (ଗୋଆରେ ୧୭ ତାରିଖ) ଏବଂ ଭାରତ-ବ୍ରାଜିଲ ମଧ୍ୟରେ କଳିଙ୍ଗରେ ୧୭ ତାରିଖରେ ଖେଳାଯିବ ।
ପ୍ରଥମାର୍ଦ୍ଧରେ ଆମେରିକା ୧, ବ୍ରାଜିଲ ୧
ବିଶ୍ୱ ମାନ୍ୟତାର ଏକ ନମ୍ବର ଦଳ ଆମେରିକା କଳିଙ୍ଗ ଷ୍ଟାଡିୟମରେ ଉଚ୍ଚକୋଟିର ପ୍ରଦର୍ଶନ ଦେଖାଇଛି । ପ୍ରଥମ ମ୍ୟାଚରେ ଆୟୋଜକ ଭାରତକୁ ୮-୦ ଗୋଲରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ଆମେରିକା ଦ୍ୱିତୀୟ ମ୍ୟାଚ୍ରେ ବ୍ରାଜିଲକୁ ପାଣି ପିଆଇବାରେ ସମର୍ଥ ହୋଇଥିଲା । ମ୍ୟାଚ ଆରମ୍ଭ ହେବା କ୍ଷଣୀ ବ୍ରାଜିଲ ଆକ୍ରମଣ ତୀବ୍ର କରି ଆମେରିକାକୁ ଚାପରେ ରଖିବାକୁ ଚେଷ୍ଟା କରିଥିଲା । ପ୍ରଥମାର୍ଦ୍ଧ ଖେଳର ୩୭ ମିନିଟ ମଧ୍ୟରେ ଦୁଇ ଦଳ ଗୋଟିଏ ଲେଖାଏଁ ଗୋଲ ସ୍କୋର କରି ଜମାଣିଆ ଲୟରେ ରହିଥିଲେ । ମ୍ୟାଚର ୧୭ତମ ମିନିଟରେ ଆମେରିକା ଖେଳାଳି ଆକ୍ରାମକ ଖେଳି ଗୋଲ ସୁଯୋଗ ସୃଷ୍ଟି କରିଥିଲେ । ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତ । ଏତେ ତୀବ୍ର ଥିଲା ଯେ ୨୩ତମ ମିନିଟରେ ଆମେରିକା ଖେଳାଳିଙ୍କ ଫାଉଲରେ ବ୍ରାଜିଲର ରିବେକା ଆହତ ହୋଇ ପଡିଆ ଛାଡିବାକୁ ବାଧ୍ୟ ହୋଇଥିଲେ । ୧୦ଜଣ ଖେଳାଳିଙ୍କ ସହ ସଂଘର୍ଷ କରିଥିଲା ବ୍ରାଜିଲ । ୩୧ତମ ମିନିଟରେ ରିବେକାଙ୍କ ସ୍ଥାନରେ ଡୁଡିନହା ମଙ୍ଗ ଧରିଥିଲେ । ୩୩ତମ ମିନିଟରେ ମ୍ୟାଚର ପ୍ରଥମ ଗୋଲ ହୋଇଥିଲା । ଆମେରିକାର ନିକୋଲେଟ୍ କିଓରପେସ୍ ଏହି ଜମାଣିଆ ଫିଲï ଗୋଲ କରି ଶିବିରରେ ଖୁସି ଭରି ଦେଇଥିଲେ । ହେଲେ ଏହି ଖୁସି ବେଶି ସମୟ ରହିନଥିଲା । ୩୭ତମ ମିନିଟରେ ବ୍ରାଜିଲ ଗୋଲ ପରିଶୋଧ କରିବାକୁ ସମର୍ଥ ହୋଇଥିଲା । କାରୋଲ ଜମାଣିଆ ଫିଲï ଗୋଲ କରିବାରୁ ମ୍ୟାଚ ୧-୧ ଗୋଲରେ ବରାବର ରହିଥିଲା । ପୁଣି ପଡିଆକୁ ଫେରିଥିବା ରିବେକାଙ୍କୁ ଅତିରିକ୍ତ ସମୟରେ ରେଫରୀ ଅଣଖେଳୁଆଡ ମନୋଭାବ ପାଇଁ ହଳଦିଆ କାର୍ଡ ଦେଖାଇ ଚେତାବନୀ ଦେଇଥିଲେ । ଏଥିସହ ପ୍ରଥମାର୍ଦ୍ଧ ଖେଳ ୧-୧ ଗୋଲ ବ୍ୟବଧାନରେ ଶେଷ ହୋଇଥିଲା ।
ଦ୍ୱିତୀୟାର୍ଦ୍ଧ ଗୋଲ ଶୂନ୍ୟ
ପାଶ୍ୱର୍ ପରିବର୍ତ୍ତନ ସହ ଆମେରିକା ଓ ବ୍ରାଜିଲ ପଡିଆକୁ ଓହ୍ଲାଇଥିଲେ । ଦ୍ୱିତୀୟାର୍ଦ୍ଧରେ ଅଧିକ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍ ହେବ ବୋଲି ଆଶା କରାଯାଉଥିଲା । ଉଭୟ ଦଳ ମଧ୍ୟରେ ଟMର ହୋଇଥିଲା । ୪୬ତମ ମିନିଟରେ ଆମେରିକାର ଖେଳାଳି ପରିବର୍ତ୍ତନ ହୋଇଥିଲା । ଆଡାମ୍ସଙ୍କ ସ୍ଥାନରେ ନିକୋଲେଟି ପଡିଆକୁ ଯାଇଥିଲେ । ୫୪ତମ ମିନିଟରେ ଆମେରିକାର ସାଭାନା କିଙ୍ଗଙ୍କୁ ରେଫରୀ ହଳଦୀଆ କାର୍ଡ ଦେଖାଇ ଚେତାବନୀ ଦେଇଥିଲେ । ସମୟ ସମ୍ପୂର୍ଣ୍ଣ ହେବା ପରେ ଇଞ୍ଜୁରୀ ଟାଇମ୍ ୨ ମିନିଟ୍ ମିଳିଥିଲା । ଏହି ସମୟ ମଧ୍ୟ ଗୋଲ ନ ହେବାରୁ ମ୍ୟାଚ୍ ୧-୧ ଗୋଲରେ ଡ୍ର ରହିବା ସହ ପଏଣ୍ଟ ଭାଗ ହୋଇଛି ।
Comments are closed.