ଭୁବନେଶ୍ୱର: ପ୍ରଥମକରି ଫିଫା ପ୍ଲାଟଫର୍ମରେ ପଦାର୍ପଣ କରିଥିବା ଆୟୋଜକ ରାଷ୍ଟ୍ର ଭାରତ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ଶକ୍ତିଶାଳୀ ବ୍ରାଜିଲକୁ ଭେଟିବାକୁ ଯାଉଛି । କ୍ରମାଗତ ଦୁଇଟି ମ୍ୟାଚ ହାରିଥିବା ଭାରତୀୟ ଦଳ ଆତ୍ମସମ୍ମାନ ପାଇଁ ଲଢ଼ିବ । ଗତ ୧୧ ତାରିଖରେ ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚରେ ଆମେରିକା ନିକଟରୁ ୮-୦ ଗୋଲରେ ହାରିଥିଲା ।
ପୁଣି ୧୪ ତାରିଖରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ମରକୋ ବିପକ୍ଷରେ ସଂଘର୍ଷ କରି ୩-୦ ଗୋଲ୍ରେ ହାରିଥିଲା । ଆମେରିକା ବିପକ୍ଷ ମ୍ୟାଚ ତୁଳନାରେ ମରକୋ ସହ ଭାରତୀୟ ଖେଳାଳି ଉଚ୍ଚକୋଟୀର ପ୍ରଦର୍ଶନ ଦେଖାଇଥିଲେ । ଏପରିକି ମ୍ୟାଚର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା । ଭାରତୀୟ ଖେଳାଳି ଆତ୍ମବିଶ୍ୱାସ ଓ ଲୟକୁ ଫେରିଥିବାରୁ ବ୍ରାଜିଲ ବିପକ୍ଷରେ ଆତ୍ମସମ୍ମାନ ପାଇଁ ଲଢ଼ିବେ ।
କ୍ରମାଗତ ପରାଜୟ ସହ ଭାରତ ନକ୍ଆଉଟ୍ ଦୌଡ଼ରୁ ବାଦ ପଡିସାରିଛି । କି;ୁ ବ୍ରାଜିଲ ନକ୍ଆଉଟ୍ରେ ସ୍ଥାନ ପMା କରିବାକୁ ଭାରତ ବିପକ୍ଷ ମ୍ୟାଚରେ ନିଶ୍ଚିତ ବିଜୟଲାଭ କରିବାକୁ ହେବ । ଆମେରିକା ଓ ବ୍ରାଜିଲ ୪ ପଏଣ୍ଟ ଲେଖାଏଁ ପାଇଁ ଟେବୁଲର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ଭାରତ ଓ ବ୍ରାଜିଲ ମଧ୍ୟରେ ମ୍ୟାଚ ରାତି ୮ଟାରେ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ । ସେହିଭଳି ଏହି ଗ୍ରୁପ୍ର ଆଉ ଏକ ମ୍ୟାଚ ଆମେରିକା ଓ ମରକୋ ମଧ୍ୟରେ ଗୋଆରେ ଖେଳାଯିବାର ଅଛି । ଗ୍ରୁପ୍ ବି’ରେ ନୁ୍ୟଜିଲାଣ୍ଡ-ଜର୍ମାନୀ ମଧ୍ୟରେ ମ୍ୟାଚ ଗୋଆରେ ଅପରାହ@ ୪.୩୦, ନାଇଜେରିଆ ଓ ଚିଲି ମଧ୍ୟରେ ମ୍ୟାଚ ଅପରାହ@ ୪.୩୦ରେ କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବ ।
Comments are closed.