୧୭ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: କଳିଙ୍ଗରେ ବ୍ରାଜିଲର ବିଜୟ ଅଭିଯାନ

ଭୁବନେଶ୍ୱର : କଳିଙ୍ଗରେ ଫୁଟବଲର ମନୋରମ ମହୋଲ ମଧ୍ୟରେ ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ । ଉଦଘାଟନୀ ମ୍ୟାଚରେ ପୁଲ-ଏର ମରୋେMା ଓ ବ୍ରାଜିଲ ପରସ୍ପରକୁ ଭେଟିଥିଲେ । ବିଶ୍ୱ ଫୁଟବଲରେ ସର୍ବଦା ଦବଦବା ଜାହିର କରି ଆସିଥିବା ବ୍ରାଜିଲ ଜୁନିୟର ମହିଳା ଦଳର ପରାକ୍ରମ କଳିଙ୍ଗରେ ଦେଖିବାକୁ ମିଳିଥିଲା । ମ୍ୟାଚର ୫ମ ମିନିଟରେ ହିଁ ବ୍ରାଜିଲ ଦଳ ଗୋଲ ସ୍କୋର କରି ବିଜେତା ହେବାର ପ୍ରମାଣ ଦେଇଥିଲା ।

ପ୍ରଥମାର୍ଦ୍ଧ: ମ୍ୟାଚର ପ୍ରଥମାର୍ଦ୍ଧ ରୋମା ଭରା ଥିଲା । ୫ମ ମିନିଟରେ ଗୋଲ କରିବାର ସୁଯୋଗ ହାସଲ କରିଥିଲା ବ୍ରାଜିଲ । ଦଳର ତାରକା ଖେଳାଳି ଜନସନ୍‌ ଜମାଣିଆ ଫିଲï ଗୋଲ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ହେଲେ ପ୍ରଥମାର୍ଦ୍ଧ ମଧ୍ୟରେ ମରୋକୋ ଗୋଲ ପରିଶୋଧ କରିବାକୁ ସମର୍ଥ ହୋଇପାରି ନଥିଲା । ଏହି ବ୍ୟବଧାନ ଜାରି ରଖିଥିଲା ବ୍ରାଜିଲ ।

 ୧୭ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: କଳିଙ୍ଗରେ ବ୍ରାଜିଲର ବିଜୟ ଅଭିଯାନ

ଦ୍ୱିତୀୟାର୍ଦ୍ଧ: ଆଉ ଶେଷ ୪୫ ମିନିଟ ଖେଳରେ ପାଶ୍ୱର୍ ପରିବ ର୍ନ ସହ ଦୁଇ ଦଳ ପଡିଆକୁ ଆସିଥିଲେ । ହେଲେ ବ୍ରାଜିଲର ରଣକୌଶଳ ଆଗରେ ହାର ମାନିଥିଲା ମରୋକୋ । ଅତିରିକ୍ତ ସମୟରେ ଆଉ ଗୋଲ ସ୍କୋର ନହେବାରୁ ବ୍ରାଜିଲ ୧-୦ ଗୋଲରେ ବିଜୟ ହୋଇ ୨ ପଏ ସହ ଟେବୁଲର ଶୀର୍ଷରେ ରହିଛି । ଆଗାମୀ ୧୪ ତାରିଖରେ ବ୍ରାଜିଲ ତାର ଦ୍ୱିତୀୟ ଗ୍ରୁପ ମ୍ୟାଚରେ ଆମେରିକାକୁ ଭଟିବ ।

ନୁ୍ୟଜିଲାଣ୍ଡକୁ ହରାଇଲା ଚିଲି
ଗୋଆରେ ଆରମ୍ଭ ହୋଇଥିବା ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଚିଲୀ ୩-୧ ଗୋଲରେ ନୁ୍ୟଜିଲାଣ୍ଡକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି । ମ୍ୟାଚର ୧୨ତମ ମିନିଟରେ ଚିଲୀର ଅମ୍ବର ଫିଗୁଇରୁଆ, ୨୨ତମ ମିନିଟରେ ରୋଭର ଟାଲୀ, ୬୪ତମ ମିନିଟରେ ଆନିଶ ଚିଫୁଏଳଟିସ୍‌ ଗୋଲ ସ୍କୋର କରିଥିବା ବେଳେ ନୁ୍ୟଜିଲାଣ୍ଡ ପକ୍ଷରୁ ୫୨ତମ ମିନିଟରେ ଇମିଲୀ କ୍ଲିଗ୍‌ ଏକମାତ୍ର ଗୋଲ ପରିଶୋଧ କରିଥିଲେ ।

 ୧୭ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: କଳିଙ୍ଗରେ ବ୍ରାଜିଲର ବିଜୟ ଅଭିଯାନ

ଇତିହାସ ରଚିଲା କଳିଙ୍ଗ
ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଦର୍ଶକ ହକି ବିଶ୍ୱକପର ମଜା ନେଇଥିଲେ । ହେଲେ ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରୀଡା ଫୁଟବଲ ବିଶ୍ୱମହାକୁମ୍ଭ ଏହା ପୂର୍ବରୁ କେବେ ଆୟୋଜନ ହୋଇନଥିଲା । ପ୍ରଥମ ଥର ପାଇଁ କଳିଙ୍ଗରେ ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପ ଆୟୋଜନ ହେବା ସହ ଇତିହାସ ସୃଷ୍ଟି ହୋଇଛି । ବ୍ରାଜିଲ-ମରକୋ ମଧ୍ୟରେ ମ୍ୟାଚ ଆରମ୍ଭ ହେବା ସହ ବଲ ଗଡିବା କ୍ଷଣି ଫୁଟବଲ ବିଶ୍ୱକପ୍‌ ଆୟୋଜନ କରିବାର ଉପଲବ୍ଧି କଳିଙ୍ଗକୁ ମିଳିଛି । ପୂର୍ବରୁ କଳିଙ୍ଗରେ ୨୦ ବର୍ଷରୁ କମ୍‌ ଚାମ୍ପିଅନସିପ, ଭାରତୀୟ ମହିଳା ଲିଗ୍‌, ସୁପର କପ୍‌, ଭାରତୀୟ ସୁପର ଲିଗ୍‌, ଓଡ଼ିଶା ମହିଳା ଲିଗ୍‌ ଫୁଟବଲ, ଏଆଇଏଫଏଫ କୋଚିଂ କାର୍ଯ୍ୟକ୍ରମ ସଫଳତା ପୂର୍ବକ ଅନୁଷ୍ଠିତ ହୋଇସାରିଛି । ତେଣୁ ଫିଫା ବିଶ୍ୱକପ ଭଳି ପ୍ରତିଯୋଗିତା ଆମ କ୍ରୀଡା ଗାରିମାକୁ ଦ୍ୱିଗୁଣିତ କରିଛି ।

 ୧୭ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: କଳିଙ୍ଗରେ ବ୍ରାଜିଲର ବିଜୟ ଅଭିଯାନ

ବିଶ୍ୱକପର ପ୍ରଥମ
ଗୋଲ କଲେ ଜନସନ୍‌

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ପ୍ରଥମ ଗୋଲ ବ୍ରାଜିଲ ଖାତାକୁ ଯାଇଛି । ମରକୋ ବିପକ୍ଷ ମ୍ୟାଚରେ ଏହି ସଫଳତା ହାସଲ କରିଛି ବ୍ରାଜିଲ । ମ୍ୟାଚର ୫ମ ମିନିଟରେ ଜନସନ୍‌ ଏହି ଗୋଲ ସ୍କୋର କରି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ଇନଗ୍ରୀଡ ଆପେରସିଡା ବୋର୍ଗେସ୍‌ ଡି ମୋରାଇଏ୍‌ସ ତଥା ଜନସନ୍‌ ଭାବେ ଜଣାଶୁଣା । ୧୭ ବର୍ଷିୟା ଜନସନ୍‌ ଦକ୍ଷିଣ ଆମେରିକା ରେ ଅନୁଷ୍ଠିତ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲରେ ୯ଟି ଗୋଲ ସ୍କୋର କରିଥିଲେ । ତେଣୁ ଚଳିତ ବିଶ୍ୱକପରେ ଜନସନ୍‌ଙ୍କ ସଭିଙ୍କ ନଜର ରହିବ । ସେ ବ୍ରାଜିଲର ଟୋଲେଡୋ ଫୁଟବଲ କ୍ଲବ ପାଇଁ ଖେଳନ୍ତି । ଦଳରେ ଅଲିନେ ଗୋମ୍ସ ଓ ଡୁଡିନ୍‌ହାଙ୍କ ସହ ଜନସନ୍‌ଙ୍କ ପ୍ରଦର୍ଶନ ଉଚ୍ଚକୋଟିର ରହିଛି ।

 ୧୭ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: କଳିଙ୍ଗରେ ବ୍ରାଜିଲର ବିଜୟ ଅଭିଯାନ

ଟିଭିରେ ଦେଖୁଥିଲୁ, ଏବେ ଷ୍ଟାଡିୟମରେ ବସି ଦେଖିଲୁ
ଓଡ଼ିଶାରେ ଫିଫା ବିଶ୍ୱକପ୍‌ ହେବା ଏକ ଗୌରବର ବିଷୟ । ଯେଉଁ ମ୍ୟାଚ୍‌ ଆମେ ଆଜି ଯାଏ ଟିଭିରେ ଦେଖୁଥିଲୁ, ଏବେ ଷ୍ଟାଡିୟମରେ ବସି ଦେଖିପାରୁଛୁ ବୋଲି କହିଛନ୍ତି ଓଡ଼ିଶା ମହିଳା ଫୁଟବଲ ଦଳର କୋଚ୍‌ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ । ବିଶ୍ୱକପରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବାଦୀ ଅଛନ୍ତି ।

ଗ୍ୟାଲେରୀ ଫାଙ୍କା
କଳିଙ୍ଗରେ ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ୱକପ ଆୟୋଜନ ହୋଇଛି ସତ, ହେଲେ ଦର୍ଶକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଟିକେ କମ ପରିଲକ୍ଷିତ ହୋଇଛି । ଆଶା କରାଯାଉଥିଲା, ୧୫ ହଜାର ଦର୍ଶକ କ୍ଷମତା ବିଶିଷ୍ଟ କଳିଙ୍ଗ ଷ୍ଟାଡିୟମରେ ଭରପୁର ଦର୍ଶକ ମ୍ୟାଚର ମଜା ନେବେ । କି;ୁ ଗ୍ୟାଲେରୀ ହାତ ଗଣତୀ ଦର୍ଶକ ଥିଲେ ।
ଭାରତ-ଆମେରିକା ମ୍ୟାଚ୍‌ ପୂର୍ବରୁ ସ୍କୁଲ କଲେଜର ବହୁ ସଂଖ୍ୟାରେ ପିଲା ଗ୍ୟାଲେରୀର ଶୋଭା ବର୍ଦ୍ଧନ କରିଥିଲେ ।

ସୁଦୂର ମରକୋରୁ କଳିଙ୍ଗ
ମହିଳା ବିଶ୍ୱକପରେ ଅଂଶଗ୍ରହଣ କରିଛି ମରକୋ ଦଳ । ଦଳକୁ ସମର୍ଥନ ଦେବାପାଇଁ ସୁଦୁର ମରକୋରୁ ଓଡ଼ିଶା ଆସିଛନ୍ତି ସମର୍ଥକ । ବ୍ରାଜିଲ ବିପକ୍ଷ ମ୍ୟାଚରେ ମରକୋକୁ ଖେଳାଳିଙ୍କୁ ଭରପୁର ଉତ୍ସାହିତ କରିଥିଲେ । ହାତରେ ଦେଶର ଜାତୀୟ ପତାକା ସହ ମରକୋ ମରକୋ ଧ୍ୱନୀରେ ସାରା ଷ୍ଟାଡିୟମ ଗୁଞ୍ଜରିତ ହୋଇଥିଲା ।
 ୧୭ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌: କଳିଙ୍ଗରେ ବ୍ରାଜିଲର ବିଜୟ ଅଭିଯାନ

ବିଧାୟକଙ୍କୁ କଳିଙ୍ଗ ମନା
ରାଗିଲେ ସୁର ରାଉତରାୟ

କ୍ରୀଡା ବିଭାଗର ଆମନ୍ତ୍ରଣ କ୍ରମେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ମ୍ୟାଚ୍‌ ଦେଖିବା ପାଇଁ କଳିଙ୍ଗ ଷ୍ଟାଡିୟମ ଆସିଥିଲେ । ପାଖରେ ବିଶ୍ୱକପର ପାସ୍‌ ମଧ୍ୟ ଥିଲା । ହେଲେ କଳିଙ୍ଗ ଷ୍ଟାଡିୟମର ସୁରକ୍ଷା ଅଧିକାରୀ ତାଙ୍କୁ ଭିଡି ବାହାର କରିଦେଇଥିଲେ । ଏଥିରେ ବିଧାୟକ ରାଗି ନିଆଁବାଣ ହୋଇଥିଲେ । ନିମନ୍ତ୍ରଣ କରି ଅପମାନିତ କରିଥିବା କରିଥିବାରୁ ସେ ରାଜ୍ୟସରକାର ତଥା କ୍ରୀଡା ବିଭାଗ ଉପରେ ବର୍ଷିଥିଲେ । ସୁର ରାଉତରାୟ ରାଜ୍ୟର କ୍ରୀଡାମନ୍ତ୍ରୀ ଥିବା ସମୟରେ କଳିଙ୍ଗ ଷ୍ଟାଡିୟମକୁ ପୂର୍ଣ୍ଣାଙ୍ଗ ରୂପ ମିଳିଥିଲା ।

ଆତସବାଜୀରେ ଝଲସିଲା ଷ୍ଟାଡିୟମ
ଭାରତ-ଆମେରିକା ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପର ଭବ୍ୟ ଉଦଘାଟନୀ ସମାରୋହ ଆୟୋଜନ ହୋଇଥିଲା । ୧୦ ମିନିଟରୁ ଅଧିକ ସମୟ ଧରି ରଙ୍ଗବେରଙ୍ଗର ବାସରେ ସାରା ଆକାଶ ଆଲୋକିତ ହୋଇଥିଲା ।

Comments are closed.