ଫିଫା ଫୁଟବଲ ବିଶ୍ୱକପ୍‌: େୱଲ୍ସକୁ ମାତ ଦେଲା ଇରାନ

ଦୋହା : ଫିଫା ଫୁଟବଲ ବିଶ୍ୱକପ୍‌ରେ ଏସୀୟ ରାଷ୍ଟ୍ର ଗୁଡିକର ଜମାଣିଆ ପ୍ରଦର୍ଶନ ଜାରି ରହିଛି । ଦୁଇଥର ବିଜେତା ଆଜେଣ୍ଟିନାକୁ ସାଉଦିଆରବ ଓ ପରେ ପରେ ଜର୍ମାନୀକୁ ଜାପାନ ଧରାଶାୟୀ କରିଥିଲା । ଏହି ତାଲିକାରେ ସାମିଲ ହୋଇଛି ଇରାନ । ପ୍ରଥମ ମ୍ୟାଚରେ ଇଂଲଣ୍ଡ ନିକଟରୁ ଦଳ ହାରିଥିଲା । କି;ୁ ଦ୍ୱିତୀୟ ମ୍ୟାଚରେ ଇରାନ ୨-୦ ଗୋଲ୍‌ରେ େୱଲ୍ସକୁ ହରାଇ ନୂଆ ରେକର୍ଡ କରିଛି । ଚଳିତ ବିଶ୍ୱକପ୍‌ରେ େୱଲ୍ସର ଗୋଲ୍‌କିପର ୱାନେ ହେନ୍ନେସେୟଙ୍କୁ ରେଫରୀ ରେଡକାର୍ଡ ଦେଖାଇବା ପ୍ରଥମ ଘଟଣା ହୋଇଛି । ତେଣୁ େୱଲ୍ସ ଦଳ ବାଧ୍ୟ ହୋଇ ୧୦ ଜଣ ଖେଳାଳିଙ୍କ ସହ ଇରାନର ମୁକାବିଲା କରିଥିଲା । ଏହାର ଫାଇଦା ଉଠାଇ ରୋଜବେ ଚେସମି ଓ ରାମିନ ରେଜାଇୱାନ ଗୋଲ୍‌ କରି ଇରାନକୁ ୨-୦ରେ ଜିତାଇଥିଲେ ।

FIFA World Cup 2022

ମ୍ୟାଚ ଆରମ୍ଭରୁ କଡ଼ା ଟMର ଦେଖିବାକୁ ମିଳିଥିଲା । ଆକ୍ରମଣ ତୀବ୍ର ହୋଇଥିଲେ ମଧ୍ୟ ସୁଯୋଗର ସଦୁପୋଯୋଗ କରିପାରିନଥିଲେ ଦୁଇ ଦଳ । ତୃତୀୟ ମିନିଟ୍‌ରେ େୱଲ୍ସର ନେକୋ ୱିଲିୟମ୍‌ସଙ୍କ ପାଖରେ ସୁଯୋଗ ରହିଥିଲା । ତାଙ୍କ ସଟ କ୍ରସ ବାରରେ ବାଜି ଆଉଟ୍‌ ହୋଇଥିଲା ।

FIFA World Cup 2022

ଇରାନ ପକ୍ଷରୁ ଷଷ୍ଠ ମିନିଟ୍‌ରେ ସର୍ଦ୍ଦାର ଅଜମୁନ ସଟ୍‌ ମାରିଥିଲେ ମଧ୍ୟ ଏହାକୁ େୱନ ଅଟକାଇ ଦେଇଥିଲେ । ପ୍ରଥମାର୍ଦ୍ଧ ସୁଧା ସ୍ଥିତି ୦-୦ ରହିଥିଲା । ଦ୍ୱିତୀୟରେ ମଧ୍ୟ କଡା ଟMର ଦେଖିବାକୁ ମିଳିଥିଲା । ମ୍ୟାଚ ଶେଷ ହେବାକୁ କିଛି ମିନିଟ୍‌ ବାକିଥିବାରୁ େୱଲ୍ସ ଗୋଲକିପର ତ୍ରୁଟି କରିଥିଲେ । ସେ ବିପଦଜନକ ଭାବେ ଟ୍ୟାକେଲ କରିବାରୁ ତାଙ୍କୁ ରେଫରୀ ରେଡ କାର୍ଡ ଦେଖାଇଥିଲେ । ଫଳରେ େୱଲ୍ସ ୧୦ ଜଣ ଖେଳାଳି ସହ ଲଢ଼ିଥିଲା । ୯୦ ମିନିଟ୍‌ରେ ମଧ୍ୟରେ କେହି କାହାରିକୁ ଗୋଲ୍‌ ଦେଇପାରିନଥିଲେ । ଉଭୟ ଦଳ ପାଇଁ ଆଉ ୯ ମିନିଟ୍‌ର ଇଞ୍ଜୁରି ଟାଇମ ମିଳିଥିଲା । ଏହି ସମୟରେ ଚେସମି ପ୍ରଥମ ଗୋଲ୍‌ ଓ ପରେ ପରେ ରାମିନ ଗୋଲ କରିବାରୁ ଇରାନ ୨-୦ରେ ଅଗ୍ରଣୀ ହୋଇ ବିଜୟ ହାସଲ କରିଥିଲା । ଏହି ବିଜୟ ସହ ଇରାନ ଗ୍ରୁପ୍‌ ବି’ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି । ଇଂଲଣ୍ଡ ପ୍ରଥମ ସ୍ଥାନରେ ଥିବା ବେଳେ ଆମେରିକା ତୃତୀୟ ଓ େୱଲ୍ସ ଚତୁର୍ଥ ସ୍ଥାନରେ ରହିଛି ।

ବିଜୟ ଖାତା ଖୋଲିଲା ସେନେଗାଲ୍‌

FIFA World Cup 2022

ଦୋହା : ଗ୍ରୁପ୍‌ ଏ’ର ଏକ ମ୍ୟାଚରେ ସେନେଗାଲ୍‌ ଦମ୍ଭ ଦେଖାଇଛି । ଆୟୋଜକ କାତାରକୁ ୩-୧ ଗୋଲ୍‌ରେ ହରାଇ ବିଜୟ ଖାତା ଖୋଲିଛି ସେନେଗାଲ । ପ୍ରଥମ ମ୍ୟାଚରେ କାତାର ଇକେ୍ୱଡର ନିକଟରୁ ହାରିଥିଲା । ସେନେଗାଲ୍‌ ଦଳ ନେଦରଲାଣ୍ଡସ୍‌ ବିପକ୍ଷରେ ମ୍ୟାଚ ହାରି ଅଭିଯାନ କରିଥିଲା ।

କାତାର ତୁଳନାରେ ସେନେଗାଲ୍‌ ଦଳ ଖେଳାଳି ଅଧିକ ଦକ୍ଷ । ଏହାର ପ୍ରମାଣ ମିଳିଛି ଶୁକ୍ରବାର ମ୍ୟାଚରେ । ମ୍ୟାଚ ପ୍ରାରମ୍ଭରେ କାତାର ଭଲ ଲଢ଼ିଥିଲା । ପ୍ରଥମ ମ୍ୟାଚ ହାରିଥିବାରୁ ଏଥର ବିଜୟୀ ହୋଇ ଲୟକୁ ଫେରିବ ବୋଲି ଆଶା କରାଯାଉଥିଲା । କି;ୁ ପଡ଼ିଆରେ ସେନେଗାଲ ଖେଳାଳିଙ୍କ ଚତୁରତା ଆଗରେ କାତାର ଫେଲ ମାରିଥିଲା । ୪୧ ମିନିଟ୍‌ରେ ମ୍ୟାଚର ପ୍ରଥମ ଗୋଲ ସେନେଗାଲ୍‌ ଖାତାକୁ ଯାଇଥିଲା । ବୌଲାଏ ଦିଆ ଏହି ଜମାଣିଆ ଗୋଲ୍‌ କରି ଦଳକୁ ପ୍ରଥମାର୍ଦ୍ଧରେ ୧-୦ରେ ଅଗ୍ରଣୀ କରାଇଥିଲେ । ପୁଣି ଦ୍ୱିତୀୟାର୍ଦ୍ଧ ଖେଳ ଆରମ୍ଭ କ୍ଷଣୀ ସେନେଗାଲ୍‌ ଆଉ ଏକ ଗୋଲ୍‌ ଦେବାରୁ ବ୍ୟବଧାନ ୨-୦କୁ ବୃଦ୍ଧି ପାଇଥିଲା । ୪୮ତମ ମିନିଟ୍‌ରେ ହାମାରା ଦିଦିୟୁ ଏହି ଗୋଲ କରିଥିଲେ । ବେଶ କିଛି ସମୟ ଟକରାଟକିରି ପରେ ୭୮ତମ ମିନିଟ୍‌ରେ କାତାର ପ୍ରଥମ ଗୋଲ୍‌ କରିଥିଲା । ମହମ୍ମଦ ମୁନଟାରୀ ଏହି ଗୋଲ୍‌ କରିଥିଲେ । ତେଣୁ ବ୍ୟବଧାନ ୨-୧କୁ କମିଥିଲା । ତେବେ ୮୪ତମ ମିନିଟ୍‌ରେ ସେନେଗାଲ୍‌ ପକ୍ଷରୁ ଡିଏଙ୍ଗ ଚେଖ୍‌ ନିର୍ଣ୍ଣାୟକ ଗୋଲ କରି ଦଳକୁ ୩-୧ରେ ବିଜୟୀ କରିଥିଲେ । ଏହି ବିଜୟ ସହ ସେନେଗାଲ୍‌ ୨ ମ୍ୟାଚରୁ ୩ ପଏଣ୍ଟ ହାସଲ କରି ଟେବୁଲର ତୃତୀୟ ସ୍ଥାନରେ ରହିଛି ।

ଜାତୀୟ ସଂଗୀତ ଗାଇଲେ ଇରାନ ଖେଳାଳି

FIFA World Cup 2022

ଦୋହା: କାତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପ୍‌ରେ ଇରାନ ଖେଳାଳିଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ପ୍ରଥମ ମ୍ୟାଚରେ ଇରାନ ଖେଳାଳି ଜାତୀୟ ସଂଗୀତ ଗାନ କରିନଥିଲେ । ଦେଶର ସରକାରଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ଇରାନର ଫୁଟବଲ ଖେଳାଳିମାନେ ଜାତୀୟ ସଂଗୀତ ବେଳେ ନିରବ ରହିଥିଲେ । ଏହାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିଲା । ତେବେ ଶୁକ୍ରବାର ଦ୍ୱିତୀୟ ମ୍ୟାଚରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । େୱଲ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଇରାନ ଖେଳାଳି ଧାଡିରେ ଛିଡା ହୋଇ ଜାତୀୟ ସଂଗୀତ ଗାନ କରିଥିଲେ । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଦୋହାର ଅହମ୍ମଦ ବିନ୍‌ ଷ୍ଟାଡିୟମ୍‌ରେ ଇରାନ ଓ େୱଲ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ମ୍ୟାଚ ପୂର୍ବରୁ ପରାମ୍ପରା ଅନୁସାରେ ଦୁଇ ଦେଶର ଜାତୀୟ ସଂଗୀତ ଗାନ କରାଯାଇଥିଲା ।

ଗତ ସେପେଫମ୍ବର ୧୬ ତାରିଖରେ ଇରାନ ପୋଲିସ ହେଫାଜତରେ ଥିବା ୨୨ ବର୍ଷୀୟ ମହସା ଅମିନଙ୍କ ମୃତୁ୍ୟ ହୋଇଥିଲା । ସର୍ବସାଧାରଣରେ ହିଜାବ ପିନ୍ଧି ନଥିବାରୁ ପୋଲିସ ତାଙ୍କୁ ନିର୍ଯାତନା ଦେଇଥିଲା । ତେଣୁ ତାଙ୍କର ମୃତୁ୍ୟ ହୋଇଥିବା ଅଭିଯୋଗରେ ହଜାର ହଜାର ଲୋକ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହି ଆନ୍ଦୋଳନକୁ ଦମନ କରିବାରୁ ଇରାନ ପୋଲିସ ବଳ ପ୍ରୟୋଗ କରୁଛି । ୧୦୦ରୁ ଅଧିକ ଆନ୍ଦୋଳନକାରୀ ପୋଲିସ ମାଡ଼ରେ ପ୍ରାଣ ହରାଇ ସାରିଲେଣି । ଦିନକୁ ଦିନ ଆନ୍ଦୋଳନ ତୀବ୍ର ହୋଇଥିବାରୁ ଇରାନ ଫୁଟବଲ ଖେଳାଳି ଏହାର ସମର୍ଥନରେ ଜାତୀୟ ସଂଗୀତ ଗାନ କରିନଥିଲେ ।

ଆଜିର ମ୍ୟାଚ

ଗ୍ରୁପ୍‌ -ବି’
ଇଂଲଣ୍ଡ-ଆମେରିକା
ସମୟ: ରାତି ୧୨.୩୦

ଗ୍ରୁପ୍‌ – ସି’
ପୋଲାଣ୍ଡ-ସାଉଦି
ସମୟ: ସନ୍ଧ୍ୟା ୬.୩୦

ଗ୍ରୁପ୍‌ – ଡି’
ତୁନିସିଆ-ଅଷ୍ଟ୍ରେଲିଆ
ସମୟ: ଅପରାହ@ ୩.୩୦


ଗ୍ରୁପ୍‌ – ଡି’

ଫ୍ରାନ୍ସ-ଡେନମାର୍କ
ସମୟ: ରାତି ୯.୩୦
ପ୍ରସାରଣ: ସ୍ପୋର୍ଟ୍ସ – ୧୮, ଜିଓ ସିନେମା

Comments are closed.