ଏଫ୍‌ଆଇଏଚ୍‌ର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ପରିଦର୍ଶନ: ହକି ଅଭ୍ୟାସ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର : ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ ହେବ । କ୍ରୀଡା କ୍ୟାପିଟାଲ ଭାବେ ପରିଚିତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ ଏବଂ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ହକି ବିଶ୍ୱକପ ମ୍ୟାଚ ଖେଳାଯିବା ନେଇ ଚିତ୍ର ସ୍ପଷ୍ଟ ହୋଇସାରିଛି । ଏସିଆ ମହାଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ୍‌ ରାଉରକେଲାରେ ନିର୍ମାଣଧିନ ଅଛି । ଖୁବ୍‌ ଶୀଘ୍ର ଏହି ହକି ଷ୍ଟାଡିୟମ୍‌ ପୂର୍ଣ୍ଣାଙ୍ଗ ରୂପ ନେବା ସହ ଭିତ୍ତିଭୂମି କାମ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ବିଶ୍ୱକପ୍‌ ଆୟୋଜନକୁ ଆଉ ମାସ କେଇଟା ଥିବାରୁ ଅନ୍ତର୍ଜାତୀୟ ହକି ପରିଷଦ (ଏଫ୍‌ଆଇଏଚ୍‌) ଏବଂ ହକି ଇଣ୍ଡିଆର ବରିଷ୍ଠ ଅଧିକାରୀ ରାଉରକେଲାଗସ୍ତ କରି ବିର୍ମା ମୁଣ୍ଡା ହକି ଷ୍ଟାଡିୟମ୍‌ର ଭିତ୍ତିଭୂମି ବିକାଶ କାର୍ଯ୍ୟ ଅନୁଧ୍ୟାନ କରୁଛନ୍ତି ।

 ଏଫ୍‌ଆଇଏଚ୍‌ର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ପରିଦର୍ଶନ: ହକି ଅଭ୍ୟାସ ସେଣ୍ଟର ଉଦ୍‌ଘାଟିତ

ଏହା ସହ ଷ୍ଟାଡିୟମ୍‌ କମ୍ପ୍ଲେକ୍ସ ପରିସରରେ ଥିବା ହକି ଅଭ୍ୟାସ ସେଣ୍ଟରର ଉଦ୍‌ଘାଟନ ହୋଇଛି । ଏଫ୍‌ଆଇଏଚ୍‌ର କାର୍ଯ୍ୟକାରୀ ସଭାପତି ସେଫ ଅହମ୍ମଦ ଏବଂ ପରିଚାଳନା ଅଧିକାରୀ ଟେରି େୱଲ୍‌, ହକି ଇଣ୍ଡିଆ ପ୍ରତିନିଧି ଏସ୍‌ୱାଇ କ୍ୱିରେସି, ଜାଫର ଇକବାର ପ୍ରମୁଖ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ ପରିଦର୍ଶନ କରିଥିଲେ । ଭିତ୍ତିଭୂମି ପରିଦର୍ଶନ ପରେ ଏଫ୍‌ଆଇଏଚ୍‌ ଓ ହକି ଇଣ୍ଡିଆ ଅଧିକାରୀ ଷ୍ଟାଡିୟମ୍‌ ଭିତ୍ତିଭୂମି କାର୍ଯ୍ୟ ନେଇ ସନ୍ତୋଷବ୍ୟକ୍ତ କରିଥିଲେ । ଇଡକୋର ଚେୟାରମ୍ୟାନ୍‌ ହେମନ୍ତ ଶର୍ମା, କ୍ରୀଡା ସଚିବ ଆର୍‌ ଭିନିଲକ୍ରିଷ୍ଣା, ଇଡକୋ ଏମ୍‌ଡି ଭୂପେନ୍ଦର ପୁନିଆ ଏବଂ ବହୁ ବରିଷ୍ଠ ଅଧିକାରୀ ବିର୍ସା ମୁଣ୍ଡା ଷ୍ଟାଡିୟମ ଯାଇଥିଲେ ।

 ଏଫ୍‌ଆଇଏଚ୍‌ର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ପରିଦର୍ଶନ: ହକି ଅଭ୍ୟାସ ସେଣ୍ଟର ଉଦ୍‌ଘାଟିତ
ଏହି ଗସ୍ତ ଅବସରରେ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ ପରିସରରେ ନବନିର୍ମିତ ଅଭ୍ୟାସ ସେଣ୍ଟରର ଉଦ୍‌ଘାଟନ ହୋଇଥିଲା । ଏହି ଅଭ୍ୟାସ ସେଣ୍ଟରରେ ଏଫ୍‌ଆଇଏଚ୍‌ର ସ୍ୱୀକୃତିପ୍ରାପ୍ତ ନୂଆ ଟର୍ଫ ବିଛା ଯାଇଛି । ଫ୍ଲଡଲାଇଟ୍‌ ଲଗାଯାଇଛି । ୨୦୦ରୁ ଊର୍ଦ୍ଧ୍ୱ ଆଗ;ୁକ ବସିବାର ବ୍ୟବସ୍ଥା ହୋଇଛି । ଏହାବାଦ ଖେଳାଳିଙ୍କ ପାଇଁ ପୋଷାକ ପରିବର୍ତ୍ତନ କକ୍ଷ, ଫିଟ୍‌ନେସ ସେଣ୍ଟର ତଥା ଆହୁରି ଅନେକ ସୁବିଧା ରହିଛି ।

 ଏଫ୍‌ଆଇଏଚ୍‌ର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ପରିଦର୍ଶନ: ହକି ଅଭ୍ୟାସ ସେଣ୍ଟର ଉଦ୍‌ଘାଟିତ
ମୁଖ୍ୟ ଷ୍ଟାଡିୟମ୍‌ର ନିର୍ମାଣକାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ପୂର୍ବନିର୍ଦ୍ଧାରିତ ସମୟ ଅନୁଯାୟୀ ନିର୍ମାଣକାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । ଏଫ୍‌ଆଇଏଚ୍‌ର କାର୍ଯ୍ୟକାରୀ ସଭାପତି ସେଫ ଅହମ୍ମଦ କହିଛନ୍ତି ମୁଖ୍ୟ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ଓଡ଼ିଶା ଆସି ଖୁସି ଲାଗିଲା । ହକିର ବିକାଶ ପାଇଁ, ହକି ଇଣ୍ଡିଆ ପାଇଁ, ଓଡ଼ିଶା ସରକାରଙ୍କ ବଦାନତ୍ୟା ପ୍ରଶାଂସା ଯୋଗ୍ୟ । ଷ୍ଟାଡିୟମ୍‌ ପୂର୍ଣ୍ଣାଙ୍ଗ ହେବା ପାଇଁ ଆଉ କିଛି ଦିନ ଲାଗିବ । ମୁଁ ଆଶା କରୁଛି ଓଡ଼ିଶାରେ ୨୦୨୩ ବିଶ୍ୱକପ୍‌ ସଫଳରୂପେ ଆୟୋଜନ ହେବ ।

 ଏଫ୍‌ଆଇଏଚ୍‌ର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ ପରିଦର୍ଶନ: ହକି ଅଭ୍ୟାସ ସେଣ୍ଟର ଉଦ୍‌ଘାଟିତ

ହକି ଇଣ୍ଡିଆର ସିଓଏ ସଦସ୍ୟ ୱାଇଏସ୍‌ କୁ୍ୟରେସି, ଜାଫର ଇକ୍‌ବାଲ ପ୍ରମୁଖ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଭିତ୍ତିଭୂମି ବିକାଶ କାର୍ଯ୍ୟରେ ସନ୍ତୋଷବ୍ୟକ୍ତ କରିଛନ୍ତି । ଆମେ ଜାନୁଆରୀରେ ପୁଣି ରାଉରକେଲା ଆସିବ । ବିଶ୍ୱକପ୍‌ରୁ ସଫଳ କରିବା ପାଇଁ ଜନସାଧାରଣ ଓ ଗଣମାଧ୍ୟମର ପୂର୍ଣ୍ଣ ସମର୍ଥନ ଲୋଡିଥିଲୁ । କ୍ରୀଡା ସଚିବ ଆର୍‌ ଭିନିଲକ୍ରିଷ୍ଣା ଏଫ୍‌ଆଇଏଚ୍‌ ଅଧିକାରୀଙ୍କୁ ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।

Comments are closed.