ସୁଟିଂ କରିବାକୁ ଲାଗିଥିଲା ଡର

ଶରବରୀ ବାଗ୍‌ ଆଗକୁ ଆଲିଆ ଭଟ୍ଟଙ୍କ ସହିତ ପ୍ରୋଜେକ୍ଟ ଆଲ®ାରେ ନଜର ଆସିବେ । ତେବେ ନିଜର ଡେବ୍ୟୁ ବେଳର କାହାଣୀ ବଖାଣିଛନ୍ତି ସରବରୀ । ଫିଲ୍ମ ବଣ୍ଟି ଓର ବବଲି ୨ରେ ସେ ଡେବୁ୍ୟ କରିଥିଲେ । ଏହି ଫିଲ୍ମରେ ନବେଦଶକର ପ୍ରସିଦ୍ଧ ନାୟିକା ରାଣୀ ମୁଖାର୍ଜୀଙ୍କୁ ଦର୍ଶକ ଦେଖିଥିଲେ । ତେବେ ଶରବରୀ ରାଣୀଙ୍କ ସହିତ ସୁଟିଂ କରିବା ପୂର୍ବରୁ ଖୁବ ନର୍ଭସ ଥିବା ପ୍ରକାଶ କରିଛନ୍ତି । ପ୍ରଥମ ଥର ପାଇଁ ସେ ରାଣୀକୁ ଦେଖିବା ସମୟରେ ଖୁବ ଡରୁଥିଲେ,କାଳେ ସୁଟିଂ ସମୟରେ କଣ ଭୁଲ ହୋଇଯିବ ରାଣୀ କିଭଳି ରିଆକଫ କରିବେ । ହେଲେ ରାଣୀଙ୍କ ସହ ମିଶିବା ପରେ ଶରବରୀଙ୍କର ଏହି ଡର ଦୂର ହୋଇଯାଇଥିଲା । ରାଣୀ ତାଙ୍କ ସହିତ ଖୁବ ଭଲରେ ମିଶିବା ସହିତ ଖୁବସୁନ୍ଦର ବ୍ୟବହାର କରିଥିଲେ, ଯାହା ଶରବରୀଙ୍କର ଡର ଦୂର କରିଥିଲା । ଯେଉଁ କାରଣରୁ ସେ ଖୁବ ଭଲ ଭାବେ ତାଙ୍କ ସହ ନିଜ ସିନ୍‌ ସୁଟ୍‌ କରିପାରିଥିଲେ ।

Comments are closed.