ନିକଟରେ ବଲିଉଡ ଅଭିନେତ୍ରୀ କରୀନା କପୁର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ବିବାହ, ବିଚ୍ଛେଦ,ମୃତ୍ୟୁ , ଆଙ୍ଗଜାଇଟି, ସନ୍ତାନ ଆଦି ବିଷୟରେ କଥା ଲେଖିଛନ୍ତି । ତେବେ କରୀନାଙ୍କର ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି । ସୈଫଙ୍କ ଉପରେ ହୋଇଥିବା ଆକ୍ରମଣ ସହିତ ଲୋକମାନେ ଏହି ପୋଷ୍ଟକୁ ଯୋଡିବାରେ ଲାଗିଛନ୍ତି । ହଠାତ୍ କରୀନାଙ୍କ ଏଭଳି ପୋଷ୍ଟକୁ ଲୋକମାନେ ତାଙ୍କ ବୈବାହିକ ଜୀବନରେ କିଛି ଠିକ୍ ଚାଲିନଥିବା ନେଇ ଆଶଙ୍କା ମଧ୍ୟ କରିଛନ୍ତି । ସେହିଭଳି ସୈଫ୍ ବର୍ତ୍ତମାନ ନିଜର ସୁଟିଂ ସେଟ୍କୁ ଫେରିଛନ୍ତି, ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏତେ ଶୀଘ୍ର ସୁଟ୍କୁ ଫେରିବା ନେଇ ୟୁଜର୍ସ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି । ତେବେ ତାଙ୍କ ସହିତ ସୁଟିଂ କରୁଥିବା ଅଭିନେତା ଜୟଦୀପ ସୈଫଙ୍କ ସପକ୍ଷରେ ମତ ଦେଇଛନ୍ତି । ସୈଫଙ୍କର କ୍ଷତ ଶୁଖିନାହିଁ, ସେଥିରୁ କିଛି କ୍ଷତ ଖୁବ ଗଭୀର ଅଛି ବୋଲି ମଧ୍ୟ ଜୟଦୀପ ମତ ଦେଇଛନ୍ତି । ହେଲେ ସୈଫ୍ ନିଜ କାମକୁ ଗୁରୁତ୍ୱ ଦେଇ ସୁଟିଂ ସେଟ୍କୁ ଫେରିଥିବା ଜୟଦୀପ ମତ ରଖିଛନ୍ତି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)