ବଲାଙ୍ଗୀର : ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲା । ଆଜି ହେବ ଅନ୍ତିମ ଶୁଣାଣି । ଏଥିଲାଗି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପସ୍ଥିତ ରହିବେ । ତାଙ୍କୁ ପୋଲିସ ବଲାଙ୍ଗୀର କାରାଗାରରୁ ଏଡିଜେଙ୍କ କୋର୍ଟରେ ହାଜର କରିବାକୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ କି ପ୍ରକାରର ଦଣ୍ଡରେ ଦଣ୍ଡିତ କରାଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ସୂଚନାନୁସାରେ, ୨୦୧୮ ମସିହାରେ ପାଟଣାଗଡ଼ ନିବାସୀ ପ୍ରଫେସର ରବୀନ୍ଦ୍ର ସାହୁଙ୍କ ପୁଅ ସୌମ୍ୟ ଶେଖରଙ୍କର ବିବାହ ଫେବୃଆରୀ ୨୦ ତାରିଖରେ ରିମା ରାଣୀଙ୍କ ସହ ହୋଇଥିଲା । ଏହାପରେ ଫେବୃୟାରୀ ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ଏବଂ ତାଙ୍କ ଜେଜେମା’ ବିବାହରେ ମିଳିଥିବା ଉପହାର ପାର୍ସଲ ସବୁକୁ ଖୋଲୁଥିବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ସୌମ୍ୟଙ୍କ ସହିତ ତାଙ୍କ ଜେଜେମା’ ଜେମାମଣି ଓ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ । ମାତ୍ର ପରବର୍ତ୍ତୀ ଅବସ୍ଥାରେ ସୌମ୍ୟଙ୍କ ସହିତ ତାଙ୍କ ଜେଜେମା’ ଜେମାମଣିଙ୍କ ମୃତ୍ୟୁ ଘଟିଥିବାବେଳେ । ୩ ମାସ ଧରି ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ରିମାରାଣୀ । ଏହି ଘଟଣା ସେତେବେଳେ ସମଗ୍ର ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ତେବେ ଘଟଣାଟି ମୂଳରେ ଥିଲା ଭଇଁଷା କଲେଜର ଅଧ୍ୟକ୍ଷ ପଦକୁ ନେଇ ବିବାଦ । ସୌମ୍ୟଙ୍କ ମା’ସଂଯୁକ୍ତା କଲେଜର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇବା ପରେ ପ୍ରତିଶୋଧ ନେବା ପାଇଁ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲା ସେହି କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର । ପରବର୍ତ୍ତୀ ଅବସ୍ଥାରେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ନାଟକୀୟ ଢଙ୍ଗରେ ଗିରଫ କରିଥିଲା ।