ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଖୁବଶୀଘ୍ର ଆସିବ ଫାଇନାଲ ରିପୋର୍ଟ

0

ଭୁବନେଶ୍ବର:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସୂଚନା ଦେଲେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ସେ କହିଛନ୍ତି ଯେ, ଅନ୍ତରୀଣ ଚାର୍ଜସିଟ ବଳରେ ମାମଲାର ବିଚାର ଚାଲିଛି ଏବଂ ପରିବାରର ଅଭିଯୋଗ ଓ କେତେକ ପ୍ରସଙ୍ଗ ନେଇ ତଦନ୍ତ ଚାଲିଛି । ଗୋପାଳ ଦାସଙ୍କ ଫୋନ୍ କଲ୍ ଡିଟେଲରୁ ମିଳିଥିବା ସୂଚନା ଆଧାରରେ ଆମେ ଅନ୍ୟ ବ୍ୟକ୍ତିଙ୍କୁ ଜେରା କରୁଛୁ । ଖୁବ୍‌ଶୀଘ୍ର ଫାଇନାଲ ରିପୋର୍ଟ ଦାଖଲ ହେବା ନେଇ ଆଜି ଡିଜି ସୂଚନା ଦେଇଛନ୍ତି ।
ଦୁଇ ଦିନ ପୂର୍ବେ ଅର୍ଥାତ୍ ଶନିବାର ଦିନ କ୍ରାଇମ୍‌ବ୍ରାଞ୍ଚ ଏଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ଅଭିଯୁକ୍ତ ଗୋପାଳଙ୍କ ଘରକୁ ଯାଇଥିଲା । ସେଠାରେ ସେ ତାଙ୍କ ପତ୍ନୀ ଜୟନ୍ତୀ ଦାସଙ୍କୁ ଜେରା କରିଥିବା ବେଳେ, ଗୋପାଳଙ୍କ ଚିକିତ୍ସା କରୁଥିବା ମାନସିକ ରୋଗ ବିଶେଷଜ୍ଞଙ୍କୁ ମଧ୍ୟ ପଚରାଉଚରା କରିଥିଲା । ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କୁ ଜେରା କରାଯାଇ ବୟାନ ରେକର୍ଡ କରାଯାଇଛି । ଏହି ମାମଲାରେ ଅଧିକ ତଦନ୍ତ କ୍ରାଇମବ୍ରାଞ୍ଚ ଜାରି ରଖିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

Leave A Reply

Your email address will not be published.