ମୁମ୍ବାଇ: ଅକ୍ଟୋବର ୩୦: ଦୀର୍ଘ ୪ ସପ୍ତାହ ଧରି ଜେଲ୍ରେ ରହିବା ପରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଶେଷରେ ମୁକୁଳିଛନ୍ତି । ପୁଅକୁ ଆଣିବା ପାଇଁ ଶାହରୁଖ ନିଜେ ଆର୍ଥର ରୋଡ୍ ଜେଲକୁ ଯାଇଥିଲେ । ଶାହରୁଖଙ୍କ ସହ ବଡିଗାର୍ଡ ରବି ମଧ୍ୟ ଥିଲେ । ହେଲେ ଜେଲ୍ ଭିତରକୁ ଯାଇ ଆର୍ଯ୍ୟନଙ୍କୁ ବଡିଗାର୍ଡ ରବି ଆଣିଥିଲେ । ଏହାପରେ ସେଠାରୁ ସେମାନେ ସିଧା ଗାଡ଼ିରେ ବସି ମନ୍ନତ ଅଭିମୁଖେ ବାହାରି ଯାଇଥିଲେ । ଆର୍ଯ୍ୟନଙ୍କୁ ଜେଲରୁ ଆଣିବା ପାଇଁ ମନ୍ନତ ବାସଭବନରୁ ୩ଟି ଏସ୍ୟୁଭି ଯାଇଥିଲା ।
ଅନ୍ୟପକ୍ଷରେ ଶାହରୁଖଙ୍କ ପ୍ରଂସଶକମାନେ ଆର୍ଯ୍ୟନଙ୍କୁ ସ୍ୱାଗତ କରିବା ପାଇଁ ଗତକାଲିଠାରୁ ମନ୍ନତ ଆଗରେ ଉପସ୍ଥିତ ରହିଛନ୍ତି । ସେମାନେ ବିଭିନ୍ନ ପ୍ରକାରର ପ୍ଲାକାର୍ଡ ଓ ଆର୍ଯ୍ୟନଙ୍କ ଫଟୋ ଧରି ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି । ଆର୍ଯ୍ୟନ ଓ ଶାହରୁଖଙ୍କ ପାଇଁ ଅନେକ ଲୋକ ପ୍ରାର୍ଥନା ମଧ୍ୟ କରିଛନ୍ତି । ପୁଅ ଆର୍ଯ୍ୟନ ଶାହାରୁଖଙ୍କ ସହିତ ମନ୍ନତରେ ପହଞ୍ଚିବା ପରେ ପ୍ରଶଂସକମାନେ ବେଶ୍ ଖୁସି ହୋଇଯାଇଥିଲେ । ଏହିପରି ପୁଅକୁ ସ୍ୱାଗତ କରିବା ପାଇଁ ଶାହାରୁଖ ଓ ପତ୍ନୀ ଗୌରୀ ମନ୍ନତକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ କରିଛନ୍ତି ।
ଗୁରୁବାର ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିବା ବେଳେ ଶନିବାର ସକାଳେ ସେ ଜେଲରୁ ବାହାରିଛନ୍ତି । ବାସ୍ତବରେ ଆର୍ଯ୍ୟନ ଶୁକ୍ରବାର ଜେଲରୁ ବାହାରିବାର ଥିଲା । କି;ୁ ତାଙ୍କ ଲିଗାଲ୍ ଟିମ ଜେଲ ସମୟ ସନ୍ଧ୍ୟା ୫.୩୦ ସୁଦ୍ଧା ରିଲିଜ୍ ଅର୍ଡର ଉପସ୍ଥାପନ କରିପାରି ନଥିଲେ । ଫଳରେ ଆର୍ଯ୍ୟନଙ୍କୁ ଆଉ ଗୋଟିଏ ରାତି ଜେଲରେ ରହିବାକୁ ପଡ଼ିଥିଲା ।
ତେବେ ଆଜି ଭୋର ୫.୩୦ରେ ଜେଲ କର୍ତ୍ତୃପକ୍ଷ ରିଲିଜ୍ ଅର୍ଡର ପକାଯାଉଥିବା ବକ୍ସକୁ ଖୋଲିଥିଲେ । ଏଥିରେ ଥିବା ୬ରୁ ୭ଟି ରିଲିଜ୍ ଅର୍ଡରକୁ ନିଜ ସହ ନେଇଥିଲେ, ଯାହା ମଧ୍ୟରେ ଆର୍ଯ୍ୟନ ଓ ତାଙ୍କ ବନ୍ଧୁ ଅରବାଜଙ୍କ ଜାମିନ ଅର୍ଡର ରହିଥିଲା । ଜେଲ କର୍ତ୍ତୃପକ୍ଷ ରିଲିଜ୍ ଅର୍ଡର ପାଇବା ପରେ କାଗଜପତ୍ର କାମ ଆରମ୍ଭ କରିଥିଲେ । ପ୍ରାୟ ୨ରୁ ୩ ଘଣ୍ଟା ସମୟ ଲାଗିଥିଲା । ଶେଷ ଆର୍ଯ୍ୟନଙ୍କୁ ଜେଲରୁ ଖଲାସ କରିଥିଲେ ।
Comments are closed.