ନର୍କ ଚତୁର୍ଦଶୀରେ କଣ କରିବେ ଜାଣନ୍ତୁ

ଦୀପାବଳି ଉତ୍ସବକୁ ୫ ଦିନ ଧରି ପାଳନ କରାଯାଏ I ଏହା ଧନତେରସ ରୁ ଆରମ୍ଭ ହୋଇ ଭାଇଦୂଜ ରେ ଶେଷ ହୋଇଥାଏ I ଏହାର ଦ୍ଵିତୀୟ ଦିନକୁ ନର୍କ ଚତୁର୍ଦଶୀ କୁହାଯାଏ I ନର୍କ ଚତୁର୍ଦଶୀ କାର୍ତ୍ତିକ ମାସ କୃଷ୍ଣପକ୍ଷର ଚତୁର୍ଦଶୀ ତିଥିକୁ କୁହାଯାଏ I ଚଳିତ ବର୍ଷ ନର୍କ ଚତୁର୍ଦଶୀ ୨୪ ଅକ୍ଟୋବର ରେ ପଡୁଛି I ଏହିଦିନ ଭଗବାନ ଶ୍ରୀକୃଷ୍ଣ ନରକାସୁରକୁ ବଧ କରିଥିଲେ I

ନିୟମ ଅନୁଯାୟୀ ଏହିଦିନ ସକାଳେ ସୂର୍ଯ୍ୟଉଦୟ ପୂର୍ବରୁ ରାଶିତେଲ ଲଗାଇ ସ୍ନାନ କରି ଯମରାଜଙ୍କୁ ପୂଜା କରାଯାଏ I ସେହିପରି ସଂଧ୍ୟାବେଳକୁ ଯମଙ୍କ ପାଇଁ ଅଟାରେ ଚଉମୁଖୀ ଦୀପ ତିଆରିକରି ୪ ଟି ବତୀ ଦେଇ ରାଶି ତେଲ ରେ ଜଳାଇ ରାତିରେ ଘରର ଗେଟ ନିକଟରେ ଦକ୍ଷିଣ ଦିଗକୁ ମୁହଁ କରି ରଖା ଯାଏ I ଏଥିରେ ଯମରାଜ ପ୍ରସନ୍ନ ହେବା ସହିତ ଅକାଳ ମୃତ୍ୟୁର ଭୟ ରହିନଥାଏ I

ଏହିଦିନ ଗୋଟିଏ ପାତ୍ରରେ ଜଳ ନେଇ ସେଥିରେ କଳା ରାଶି ମିଶାଇ ଦକ୍ଷିଣ ଦିଗକୁ ମୁହଁ କରି ତର୍ପଣ କଲେ ଯମରାଜା ପ୍ରସନ୍ନ ହେବା ସହିତ ଅକାଳ ମୃତ୍ୟୁ କୁ ଟାଳି ଥାନ୍ତି I ସେହିପରି ଏହି ଦିନ ସ୍ନାନ ସାରି ମଥାରେ ତିଳକ ଲଗାଇ ଦକ୍ଷିଣ ଦିଗକୁ ମୁହଁ କରି ପୂଜା କରାଯାଇଥାଏ I

ନରକଚତୁର୍ଦଶୀ ଦିନ ୧୪ ଟି ଦୀପ ଜାଳିବାର ପରମ୍ପରା ରହିଛି I ବିଶେଷ କରି ଘର ବାହାର ନାଳ ନିକଟରେ ରାଶି ତେଲ ର ଦୀପ ଏବଂ ଅଶ୍ୱସ୍ଥ ଗଛ ମୂଳରେ ସୋରିଷ ତେଲ ର ଦୀପ ଜାଳିବାର ପରମ୍ପରା ରହିଛି I ଏହା ସହିତ ଏହିଦିନ ଭୁଲ ରେ ମଧ୍ୟ ରାଶି ଦାନ କରିବା ଅନୁଚିତ I ନର୍କ ଚତୁର୍ଦଶୀ ଦିନ କୌଣସି ଯିବ ହତ୍ୟା ଠାରୁ ଦୂରରେ ରହିବା ଉଚିତ I ଯମରାଜା କ୍ରୋଧିତ ହୋଇଥାନ୍ତି I

ଏହିଦିନ ଝାଡୁ କରିବା ସମୟରେ ଝାଡ଼ୁରେ ଗୋଡ ବାଜିବା ଅନୁଚିତ କିମ୍ବା ଝାଡ଼ୁକୁ ଘର କୋଣରେ ସିଧା କରି ରଖିବା ଉଚିତ ନୁହେଁ I ଏମିତି ହେଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି I ସେହିପରି ଏହିଦିନ ଘରର ଦକ୍ଷିଣ ଦିଗକୁ ଅପରିଷ୍କାର ରଖିଲେ ପିତୃପୁରୁଷ ରୁଷ୍ଟ ହୋଇଥାନ୍ତି I ତେଣୁ ଏହିଦିନ ଘରର ଦକ୍ଷିଣ ଦିଗକୁ ସମ୍ପୂର୍ଣ୍ଣ ପରିଷ୍କାର ରଖନ୍ତୁ I

ଧାର୍ମିକ ବିଶ୍ୱାସ ଅନୁଯାୟୀ, କାର୍ତ୍ତିକ ମାସର କୃଷ୍ଣ ପକ୍ଷ ର ଚତୁର୍ଦଶୀ ତିଥିରେ ହନୁମାନଜୀଙ୍କର ଜନ୍ମ ହୋଇଥିଲା I ତେଣୁ ଏହି ଦିନ ବଜରଙ୍ଗ ବାଲିକୁ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ I

Comments are closed.