ହୁହୁ ହୋଇ ଜଳିଗଲା ୩ଟି ଦୋକାନ,୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଛାରଖାର ଜିଲ୍ଲା By Samaya Live Last updated Nov 12, 2019 The flames of the fire burning the herb in the evening field, turning into coals and ashes with smoke Share ସମୟ ଲାଇଭ୍,୧୨/୧୧: ବାରିପଦା ସହରର ଟ୍ରାଫିକ ଛକ ନିକଟରେ ଥିବା ତିନୋଟି ଟେଲୟରିଂ ଦୋକାନରେ ଗତକାଲି ବିଲମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗିଯିବରୁ ଦୋକାନଗୁଡିକ ଜଳିପୋଡି ଛାରଖାର ହୋଇଯାଇଛି । ମନସୁର ଖାନ, ମେହେମଦ ଖାନ ଓ ସେକ ରାମଜାନଙ୍କ ଟେଲୟରିଂ ଦୋକାନ ଦୀର୍ଘ ୫୦ବର୍ଷରୁ ଏହି ଅଞ୍ଚଳରେ ରହିଅଛି । ପ୍ରତିଦିନପରି ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ ଅଗ୍ନିକାଣ୍ଡ ଘଟି ଦୋକାନ ଗୁଡ଼ିକ ହୁହୁ ହୋଇ ଜଳିଯାଇଛି । ଅଗ୍ନିଶମ ବିଭାଗ ଦୋକାନରୁ ନିଆଁ ଲିଭାଇବା ବେଳକୁ ଦୋକାନ ଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଥିଲା । ପ୍ରାୟ ୫ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଯାଇଥିବାରୁ ଏହି ଦୋକାନିମାନେ ସର୍ଵହରା ହୋଇପଡିଛନ୍ତି । ଦୋକାନୀଗୁଡିକ ଗରିବ ଶ୍ରେଣୀର ହୋଇଥିବା ତଥା ଏହି ଦୋକାନରୁ ସେମାନଙ୍କ ପରିବାର ଭରଣପୋଷଣ ହୋଇଥାଏ । ତେଣୁ ସେମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି । Share
Comments are closed.