ବିଚାରପତିଙ୍କ ଘରେ ଅଗ୍ନିକାଣ୍ଡ,ଘରୁ ମିଳିଲା ପୁଳା ପୁଳା ଟଙ୍କା

0

ନୂଆଦିଲ୍ଲୀ : ବିଚାରପତିଙ୍କ ଘରେ ଅଗ୍ନିକାଣ୍ଡ ପରେ ଫିଟିଲା ଗୁମର । ଅଗ୍ନିଶମ କର୍ମଚାରୀଙ୍କୁ ବିଚାରପତିଙ୍କ ବାସଭବନରୁ ମିଳିଲା ପୁଳା ପୁଳା ଟଙ୍କା । ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ୟଶବନ୍ତ ବର୍ମାଙ୍କ ଘରେ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ପରେ ତାଙ୍କ ବଦଳି ଲାଗି ସୁପାରିସ୍ କରାଯାଇଛି । ସୁପ୍ରିମକୋର୍ଟ କଲେଜିୟମ୍ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ପୁଣି ପଠାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ସୂଚନାରେ, ନିକଟରେ ହୋଲି ଛୁଟିରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ୟଶୱନ୍ତ ବର୍ମା ବାହାରକୁ ଯାଇଥିବାବେଳେ ତାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳାରେ ନିଆଁ ଲାଗି ଯାଇଥିଲା । ଖବର ପାଇ ନିଆଁ ଆୟତ୍ତ କରିବାକୁ ଆସିଥିଲା ଅଗ୍ନିଶମ ବାହିନୀ ଓ ପୋଲିସ ।

ଆଉ ନିଆଁକୁ ଆୟତ୍ତ କରିବା ବେଳେ ବିଚାରପତିଙ୍କ ବଙ୍ଗଳାରୁ ପୁଳା ପୁଳା ନଗଦ ଟଙ୍କା ମିଳିଥିଲା । ବିପୁଳ ନଗଦ ଟଙ୍କା ମିଳିବା ଖବର ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନା ତୁରନ୍ତ କଲେଜିୟମ୍ ବୈଠକ ଡାକିଥିଲେ । ସଞ୍ଜୀବ ଖନ୍ନାଙ୍କ ସହ ୫ ଜଣିଆ ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ବର୍ମାଙ୍କ ବଦଳି ପାଇଁ ସୁପାରିସ୍ କରିଛନ୍ତି । ଏବେ ଆଭ୍ୟନ୍ତରୀଣ ତଦନ୍ତ କରାଯାଇପାରେ । ତେବେ ତଦନ୍ତ ନେଇ କୌଣସି ନିଷ୍ପତ୍ତି ଏଯାଏଁ ନିଆଯାଇ ନାହିଁ । ଜଷ୍ଟିସ୍ ବର୍ମାଙ୍କୁ ୨୦୨୧ ଅକ୍ଟୋବରରେ ଆହ୍ଲାବାଦରୁ ଦିଲ୍ଲୀ ହାଇକୋର୍ଟ ବଦଳି କରାଯାଇଥିଲା । ଏବେ ଜଷ୍ଟିସ୍‌ ବର୍ମାଙ୍କୁ ଘରୁ ବିପୁଳ ଟଙ୍କା ମିଳିବା ପରେ ମହାଭିଯୋଗ ପ୍ରସ୍ତାବ ବି ଆସିପାରେ ।

ସୂଚନାଯୋଗ୍ୟ, ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କୁ ଅକ୍ଟୋବର ୨୦୨୧ରେ ଆହ୍ଲାବାଦରୁ ଦିଲ୍ଲୀ ହାଇକୋର୍ଟକୁ ପଠାଯାଇଥିଲା। ଏବେ ତାଙ୍କୁ ପୁଣି ଆହ୍ଲାବାଦକୁ ବଦଳି କରିବାକୁ ଏବଂ ତାଙ୍କ ବିରୋଧରେ ତଦନ୍ତ ଓ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା ବିଷୟରେ ଆଲୋଚନା ହେଉଛି। ଅନ୍ୟପଟେ ଯଶୱନ୍ତ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବା ଉପରେ ଆହ୍ଲାବାଦ ହାଇକୋର୍ଟ ବାର ଆସୋସିଏସନ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏନେଇ ଆସୋସିଏସନ୍ ଭାରତର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ଚିଠି ଲେଖିଛି।

Leave A Reply

Your email address will not be published.