ନୂଆଦିଲ୍ଲୀ: ଉଡାଣ ପୂର୍ବରୁ ଅଚାନକ ବିମାନରେ ଲାଗିଗଲା ନିଆଁ I ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଗଲା I ଏହି ଘଟଣା ମସ୍କଟ ଆନ୍ତର୍ଜାତୀୟ ବିମାନ ବନ୍ଦର ରେ ଘଟିଛି I ମସ୍କଟ ରୁ କୋଚିନ ଆସିବାକୁ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏହି ଦୁର୍ଘଟଣା ଦେଖାଦେଇଥିଲା I ବିମାନ ପଛପଟୁ ଧୂଆଁ ବାହାରିବା ପରେ ଉଡାଣ ବାତିଲ କରାଯାଇଥିଲା ।
ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ ନମ୍ବର IX-442, VT-AXZ ବୁଧବାର ଦିନ ମସ୍କଟରୁ କୋଚିନ ଅଭିମୁଖେ ଯାତ୍ରା କରିବାର ଥିଲା। ଏହି ସମୟରେ ବିମାନରୁ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା, ଏହା ପରେ ବିମାନବନ୍ଦରରେ ଉପସ୍ଥିତ କର୍ମଚାରୀମାନେ ବିମାନରେ ଥିବା ୧୪୭ ଯାତ୍ରୀଙ୍କ ସମେତ ୬ ଜଣ କ୍ରୁ ସଦସ୍ୟ ଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ I ଯାତ୍ରୀଙ୍କ ମଧ୍ୟରେ ୪ ଜଣ ନବଜାତ ଶିଶୁ ମଧ୍ୟ ଥିଲେ। ତେବେ ଏସମସ୍ତଙ୍କୁ ସୁରକ୍ଷିତ ଭାବେ ବିମାନ ଭିତରୁ ଉଦ୍ଧାର କରାଯାଇ ଟର୍ମିନାଲ ବିଲ୍ଡିଂକୁ ସ୍ଥାନାନ୍ତର କରାଯାଇଛି। । ଏହି ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି । ଧୂଆଁ ବାହାରିବା ଇଞ୍ଜିନିୟର୍ସ ଦଳ ପହଂଚି ବିମାନର ଯାଞ୍ଚ କରୁଛନ୍ତି । ଏହି ଘଟଣା ପରେ ଯାତ୍ରୀଙ୍କୁ ମସ୍କଟରୁ କୋଚିନ୍ ପହଞ୍ଚାଇବା ପାଇଁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରୁଛି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ।
Comments are closed.